ଅଙ୍ଗନଓ୍ବାଡି କେନ୍ଦ୍ର ଯିବାକୁ ରାସ୍ତା ନିର୍ମାଣ ଦାବି ତେଜିଲା
କେସିଙ୍ଗା,୧୪।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଜୋଲକୋ ଗ୍ରାମ ସ୍ଥିତ ଆମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପକ୍କା ରାସ୍ତା ନ ଥିବାରୁ କୋମଳ ମତି ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ କେନ୍ଦ୍ରକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ ହୋଇଛି। ହେଲେ ଜୋଲକୋ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସ୍ଥିତ […] The post ଅଙ୍ଗନଓ୍ବାଡି କେନ୍ଦ୍ର ଯିବାକୁ ରାସ୍ତା ନିର୍ମାଣ ଦାବି ତେଜିଲା appeared first on Dharitri Odia News.
କେସିଙ୍ଗା,୧୪।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଜୋଲକୋ ଗ୍ରାମ ସ୍ଥିତ ଆମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପକ୍କା ରାସ୍ତା ନ ଥିବାରୁ କୋମଳ ମତି ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ କେନ୍ଦ୍ରକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ ହୋଇଛି।
ହେଲେ ଜୋଲକୋ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସ୍ଥିତ । ପକ୍କା ରାସ୍ତାଠାରୁ ପ୍ରାୟ ୨୦୦ ଫିଟ ଯାଏ ସ୍କୁଲଠାରୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପକ୍କା ରାସ୍ତା ନିର୍ମାଣ ହୋଇ ନ ଥିବାରୁ ୩ରୁ ୫ବର୍ଷର ପ୍ରାୟ ୪୨ଜଣ କୋମଳମତି ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ ଉକ୍ତ କେନ୍ଦ୍ରକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗର୍ଭବତୀ ମହିଳାମାନେ ଟିକାକରଣ, ଓଜନ ମାପ ଆଦି କାର୍ଯ୍ୟକ୍ରମରେ କେନ୍ଦ୍ରକୁ ଯାଇଥାନ୍ତି। ଛୋଟ ଶିଶୁମାନେ ରାସ୍ତାରେ ପଡ଼ି ଥିବା ସିମେଣ୍ଟ, ଇଟା ଓ ପଥର ରେ ଚାଲିବାକୁ ଭୟରେ କରୁଛନ୍ତି। ଚାଲିଲା ବେଳେ ଶିଶୁମାନେ ଝୁଣ୍ଟି ପଡୁଥିବା ନଜିର ରହିଛଛି।
ଦୀର୍ଘ ଦୁଇ ବର୍ଷ ହେଲା ରାସ୍ତା ଅବସ୍ଥା ଶୋଚନୀୟ ପଡି ରହିଛି। ଏ ନେଇ ଅଙ୍ଗନବାଡି କର୍ମୀ ତଥା ଯାଞ୍ଚ କମିଟି ସଦସ୍ୟ କେସିଙ୍ଗା ବିଡ଼ିଓ, ଅଧ୍ୟକ୍ଷ ଓ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ହେଲେ ରାସ୍ତା କାମ ସମ୍ପୂର୍ଣ ହୋଇପାରୁ ନ ଥିବା କେତେଜଣ ଅଭିଭାବକ ଅଭିଯୋଗ କରିଛନ୍ତି। ଏହି ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କୁ ପଚାରିବାରୁ କିଛି ଦିନ ଭିତରେ ଅଧ୍ୟକ୍ଷ, ବିଡ଼ିଓଙ୍କ ସହ ଆଲୋଚନା କରି ଯଥାଶୀଘ୍ର ପକ୍କା ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି।
The post ଅଙ୍ଗନଓ୍ବାଡି କେନ୍ଦ୍ର ଯିବାକୁ ରାସ୍ତା ନିର୍ମାଣ ଦାବି ତେଜିଲା appeared first on Dharitri Odia News.