କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଖଲ୍ଲିକୋଟ,୧୬।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ନିର୍ମଳଝରଠାରେ ଏକ କାର୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦୁଇ ସାଙ୍ଗ ଗୁହାରିଆପାଟରୁ ଭରସା ଅଭିମୁଖେ ଏକ ବାଇକ୍‌ ଯୋଗେ ଆସୁଥିବା ବେଳେ ନିର୍ମଳଝରଠାରେ ଏକ କାର(ନଂ.ଓଡି୦୨ଏକ୍ସ୨୨୪୭) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ଦୁଇ ସାଙ୍ଗ ତଳେ ପଡ଼ି ଗୁରୁତର ହୋଇଥିଲେ । ତୁରନ୍ତ ସ୍ଥାନୀୟ […] The post କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ appeared first on Dharitri Odia News.

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଖଲ୍ଲିକୋଟ,୧୬।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ନିର୍ମଳଝରଠାରେ ଏକ କାର୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦୁଇ ସାଙ୍ଗ ଗୁହାରିଆପାଟରୁ ଭରସା ଅଭିମୁଖେ ଏକ ବାଇକ୍‌ ଯୋଗେ ଆସୁଥିବା ବେଳେ ନିର୍ମଳଝରଠାରେ ଏକ କାର(ନଂ.ଓଡି୦୨ଏକ୍ସ୨୨୪୭) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ଦୁଇ ସାଙ୍ଗ ତଳେ ପଡ଼ି ଗୁରୁତର ହୋଇଥିଲେ ।

ତୁରନ୍ତ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ମୃତକ ହେଲେ ଭରସା ଗ୍ରାମର ନିରାକାର ଗୌଡ଼ ଓ ଆଲୋକ ଗୌଡ଼ ବୋଲି ଜଣାପଡ଼ିଛି।

ଖବର ପାଇ ପରିବାର ଲୋକେ ମେଡ଼ିକାଲରେ ପହଞ୍ଚିଥିବା ବେଳେ ଶୋକାକୁଳ ପରିସ୍ଥିତି ସୃଷ୍ଠି ହୋଇଥିଲା। ଅନ୍ୟପଟେ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଥାନା ଏସ୍‌ଆଇ ପାର୍ଥ ପ୍ରତିମ ଦେବତା, ଏଏସ୍‌ଆଇ ହରେକୃଷ୍ଣ ସାମଲ ମେଡ଼ିକାଲରେ ପହଞ୍ଚି ମୃତଦେହ ଜବତ କରି କାର ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

The post କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ appeared first on Dharitri Odia News.