କାର୍‌ ଭିତରେ ଖେଳୁଥିଲେ ଭାଇଭଉଣୀ, ହଠାତ୍‌ ଲାଗିଗଲା ନିଆଁ

ହସଖୁସିରେ କାର୍‌ ଭିତରେ ଖେଳୁଥିଲେ ଭାଇଭଉଣୀ। ମାତ୍ର ସେମାନଙ୍କ ଏହି ଖୁସିକୁ ସହିଲାନି ଦଇବ ।

କାର୍‌ ଭିତରେ ଖେଳୁଥିଲେ ଭାଇଭଉଣୀ, ହଠାତ୍‌ ଲାଗିଗଲା ନିଆଁ

ହସଖୁସିରେ କାର୍‌ ଭିତରେ ଖେଳୁଥିଲେ ଭାଇଭଉଣୀ। ମାତ୍ର ସେମାନଙ୍କ ଏହି ଖୁସିକୁ ସହିଲାନି ଦଇବ । ହଠାତ୍‌ କାର୍‌ରେ ଲାଗିଗଲା ନିଆଁ ଓ ତା’ ଭିତରେ ଜୀବନ୍ତ ଜଳିଗଲେ ଭାଇଭଉଣୀ। ଏପରି ଏକ ଲୋମଟାଙ୍କୁରା ଘଟଣା ବିହାର ରାଜଧାନୀ ପଟଣାର ମସୌଡି ଅଞ୍ଚଳରେ ଘଟିଛି।

ମୃତକଦ୍ୱୟ ମସୌଡି ଅଞ୍ଚଳର ରାମପୁର ଗାଁର ସଞ୍ଜୀତ କୁମାରଙ୍କ ୮ ବର୍ଷୀୟ ପୁଅ ଓ ରାଜପାଳ ଓ ତାଙ୍କ ଭାଇଙ୍କ ବର୍ଷୀୟା ଝିଅ ସୃଷ୍ଟି।

ଗତକାଲି ସଞ୍ଜୀତ କୁମାରଙ୍କ କାର୍‌ ଘର ବାହାରେ ଥିବା ବେଳେ ଭିତରେ ସମସ୍ତେ ନିଜ କାମରେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ରାଜପାଳ ଓ ସୃଷ୍ଟି କାର୍‌ ଭିତରକୁ ଖେଳିବାକୁ ଚାଲି ଯାଇଥିଲେ। ମାତ୍ର ହଠାତ୍‌ କାର୍‌ରୁ ଧୂଆଁ ବାହାରିଥିବା ବେଳେ ପରେ ଆଖି ପିଛୁଳାକେ ନିଆଁ ବ୍ୟାପିଗଲା।

ଫଳରେ ଦୁଇ ଛୁଆ କାର୍‌ରୁ ବାହାରି ନ ପାରି ଜୋରରେ ଚିତ୍କାର କରିଥିଲେ। ପରିବାର ଲୋକେ କାର୍‌ ନିକଟରେ ପହଞ୍ଚି ପ୍ରାଣପଣେ ଚେଷ୍ଟା କରି ଗାଡ଼ିର କାଚ ଭାଙ୍ଗିଥିଲେ। ସେତେବେଳକୁ ଦୁଇ ଛୁଆଙ୍କ ଶରୀରର ବହୁ ପ୍ରତିଶତ ଜଳି ଯାଇଥିଲା।

ତୁରନ୍ତ ଉଭୟଙ୍କୁ ପାଖ ନର୍ସିଂହୋମ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।