ଏହି ସବୁ ଚାକିରି ପାଇଁ ମାଡ଼ିଆସୁଛି ମହାବିପତ୍ତି, AI ଗଡ୍ଫାଦର ଜେଫ୍ରି ହିଣ୍ଟନ ଦେଲେ ଚେତାବନୀ
ନୂଆଦିଲ୍ଲୀ: କୃତ୍ତିମ ବୁଦ୍ଧିମତା ବା AI ଗଡ୍ଫାଦର ଭାବରେ ଜଣାଶୁଣା ଜେଫ୍ରି ହିଣ୍ଟନ ଲଗାତାର ଦୁନିଆକୁ ଏହାର ବିପଦ ବାବଦରେ ସତର୍କ କରାଉଛନ୍ତି । ଏବେ ପୁଣି ଥରେ ସେ ଏହା ଉପରେ ନିଜ ଚିନ୍ତା ବ୍ୟକ୍ତ କରିଛନ୍ତି । ୧୯୭୦ ଦଶକର ଶେଷ ଭାଗରେ ନ୍ୟୁରାଲ ନେଟୱାର୍କରେ ତାଙ୍କର ଅଭିନବ କାର୍ଯ୍ୟ ପାଇଁ ପ୍ରସିଦ୍ଧି ପାଇଥିବା ହିଣ୍ଟନ ବର୍ତ୍ତମାନ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନରେ ଜଣେ ପ୍ରଫେସର । ୨୦୨୪ ମସିହାରେ, ସେ ମେସିନ୍ ଲର୍ଣ୍ଣିଂ ଉପରେ ତାଙ୍କର କାର୍ଯ୍ୟ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ । ପୋଡକାଷ୍ଟ "ଡାଏରୀ ଅଫ୍ ଏ ସିଇଓ"ରେ ଏକ ସାମ୍ପ୍ରତିକ ସାକ୍ଷାତକାରରେ ହିଣ୍ଟନ୍ ଦୁନିଆକୁ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଖୁବଶୀଘ୍ର ଏଆଇ ହ୍ୱାଇଟ୍ କଲର୍ କର୍ମଚାରୀଙ୍କ ସ୍ଥାନ ନେବ । ଯେଉଁଥି ପାଇଁ ଏକ ବେକାରୀ ସଂଖ୍ୟା ତୀବ୍ର ଭାବେ ବୃଦ୍ଧି ପାଇବ ।ହିଣ୍ଟନ କହିଛନ୍ତି, 'ମୁଁ ବୁଦ୍ଧିମାନ ଶ୍ରମିକଙ୍କ କଥା ଚିନ୍ତା କରୁଛି, AI ସମସ୍ତଙ୍କ ସ୍ଥାନ ନେବାକୁ ଯାଉଛି ।' ଏଥିପାଇଁ ସେ ହ୍ୱାଇଟ୍ କଲର ଚାକିରି କଥା ସେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସୃଜନଶୀଳତା ପରିବର୍ତ୍ତେ କେବଳ ବୁଦ୍ଧିର ପ୍ରୟୋଗ କରାଯାଏ । ଉଦାହରଣ ଦେଇ ସେ କହିଛନ୍ତି, ୧୦ ଜଣ ଯେଉଁ କାର୍ଯ୍ୟ କରୁଛନ୍ତି, ଜଣେ ବ୍ୟକ୍ତି ଏଆଇ ସାହାଯ୍ୟରେ ସମାନ କାର୍ଯ୍ୟ କରିପାରିବ ।ତାଙ୍କ ଯୁକ୍ତିକୁ ଅଧିକ ବଳିଷ୍ଠ କରିବାକୁ ଯାଇ ସେ କ
ନୂଆଦିଲ୍ଲୀ: କୃତ୍ତିମ ବୁଦ୍ଧିମତା ବା AI ଗଡ୍ଫାଦର ଭାବରେ ଜଣାଶୁଣା ଜେଫ୍ରି ହିଣ୍ଟନ ଲଗାତାର ଦୁନିଆକୁ ଏହାର ବିପଦ ବାବଦରେ ସତର୍କ କରାଉଛନ୍ତି । ଏବେ ପୁଣି ଥରେ ସେ ଏହା ଉପରେ ନିଜ ଚିନ୍ତା ବ୍ୟକ୍ତ କରିଛନ୍ତି । ୧୯୭୦ ଦଶକର ଶେଷ ଭାଗରେ ନ୍ୟୁରାଲ ନେଟୱାର୍କରେ ତାଙ୍କର ଅଭିନବ କାର୍ଯ୍ୟ ପାଇଁ ପ୍ରସିଦ୍ଧି ପାଇଥିବା ହିଣ୍ଟନ ବର୍ତ୍ତମାନ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନରେ ଜଣେ ପ୍ରଫେସର । ୨୦୨୪ ମସିହାରେ, ସେ ମେସିନ୍ ଲର୍ଣ୍ଣିଂ ଉପରେ ତାଙ୍କର କାର୍ଯ୍ୟ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ ।
ପୋଡକାଷ୍ଟ "ଡାଏରୀ ଅଫ୍ ଏ ସିଇଓ"ରେ ଏକ ସାମ୍ପ୍ରତିକ ସାକ୍ଷାତକାରରେ ହିଣ୍ଟନ୍ ଦୁନିଆକୁ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଖୁବଶୀଘ୍ର ଏଆଇ ହ୍ୱାଇଟ୍ କଲର୍ କର୍ମଚାରୀଙ୍କ ସ୍ଥାନ ନେବ । ଯେଉଁଥି ପାଇଁ ଏକ ବେକାରୀ ସଂଖ୍ୟା ତୀବ୍ର ଭାବେ ବୃଦ୍ଧି ପାଇବ ।
ହିଣ୍ଟନ କହିଛନ୍ତି, 'ମୁଁ ବୁଦ୍ଧିମାନ ଶ୍ରମିକଙ୍କ କଥା ଚିନ୍ତା କରୁଛି, AI ସମସ୍ତଙ୍କ ସ୍ଥାନ ନେବାକୁ ଯାଉଛି ।' ଏଥିପାଇଁ ସେ ହ୍ୱାଇଟ୍ କଲର ଚାକିରି କଥା ସେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସୃଜନଶୀଳତା ପରିବର୍ତ୍ତେ କେବଳ ବୁଦ୍ଧିର ପ୍ରୟୋଗ କରାଯାଏ । ଉଦାହରଣ ଦେଇ ସେ କହିଛନ୍ତି, ୧୦ ଜଣ ଯେଉଁ କାର୍ଯ୍ୟ କରୁଛନ୍ତି, ଜଣେ ବ୍ୟକ୍ତି ଏଆଇ ସାହାଯ୍ୟରେ ସମାନ କାର୍ଯ୍ୟ କରିପାରିବ ।
ତାଙ୍କ ଯୁକ୍ତିକୁ ଅଧିକ ବଳିଷ୍ଠ କରିବାକୁ ଯାଇ ସେ କହିଛନ୍ତି, ପାରାଲିଗାଲ୍ଙ୍କ ଚାକିରି ଏବେ ଠାରୁ ବିପଦରେ ପଡ଼ିଛି । ଏହାସହ ଗ୍ରାହକ ସେବା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି । କଲ୍ ସେଣ୍ଟର ଚାକିରିଗୁଡ଼ିକୁ ମଧ୍ୟ ଏଇଆଇ ଦ୍ୱାରା ପରିଚାଳିତ ହେବ । ହ୍ୱାଇଟ୍ କଲର୍ (ଅଫିସିଆଲ) ଚାକିରି ପ୍ରତି ଅଧିକ ବିପଦ ଥିବା ସେ କହିଥିବା ବେଳେ ବ୍ଲୁ କଲର୍ ଚାକିରି (ଶ୍ରମଜୀବୀ) କ୍ଷେତ୍ରରେ ଏହାର ପ୍ରଭାବ ବର୍ତ୍ତମାନ ପଡ଼ିବ ନାହିଁ । ଶାରୀରିକ ପରିଶ୍ରମ ଆବଶ୍ୟକା କରୁଥିବା କର୍ମକ୍ଷେତ୍ର ସୁରକ୍ଷିତ ରହିବ ।