କାର୍ ସହ କେନାଲରେ ବୁଡ଼ିଗଲେ ଯୁବକ
ଫୁଲନଖରା,୨୫।୯(ସତ୍ୟରଞ୍ଜନ ଦାସମହାପାତ୍ର):କଟକ ଜିଲା ସଦର ଥାନା ଅନ୍ତର୍ଗତ ନୂଆ କାଚରାମାଳଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡ଼ିଥିଲା। ଏଥିରେ ଚାଳକ ସ୍ଥାନୀୟ ବମ୍ଫକୁଦ ଗ୍ରାମର ଅନିମେଶ ଜେନାଙ୍କ ମୃତ୍ୟୁ ଘଟିଛି। କଟକ ସଦର ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ କାର୍ ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍ସିବି ମେଡିକାଲ ପଠାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। […] The post କାର୍ ସହ କେନାଲରେ ବୁଡ଼ିଗଲେ ଯୁବକ appeared first on Dharitri Odia News.
ଫୁଲନଖରା,୨୫।୯(ସତ୍ୟରଞ୍ଜନ ଦାସମହାପାତ୍ର):କଟକ ଜିଲା ସଦର ଥାନା ଅନ୍ତର୍ଗତ ନୂଆ କାଚରାମାଳଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡ଼ିଥିଲା। ଏଥିରେ ଚାଳକ ସ୍ଥାନୀୟ ବମ୍ଫକୁଦ ଗ୍ରାମର ଅନିମେଶ ଜେନାଙ୍କ ମୃତ୍ୟୁ ଘଟିଛି। କଟକ ସଦର ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ କାର୍ ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍ସିବି ମେଡିକାଲ ପଠାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଅନିମେଶ କାର୍(ନଂ. ଓଡି୦୨ଏଚ୍-୦୨୧୪)ରେ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ୍ କରିଥିଲେ। ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିବାରୁ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇ ନ ଥିଲେ। ମଙ୍ଗଳବାର ସକାଳେ କେତେଜଣ ଲୋକ ପ୍ରାତଃ ଭ୍ରମଣ କରିବାବେଳେ କେନାଲରେ ଏକ କାର୍ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ କାର୍ ଭିତରୁ ଅନିମେଶଙ୍କ ମୃତଦେହ ଉଦ୍ଧାର କରିଥିଲା। ଏନେଇ ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି, କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ଅନିମେଶଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।
The post କାର୍ ସହ କେନାଲରେ ବୁଡ଼ିଗଲେ ଯୁବକ appeared first on Dharitri Odia News.