ପୁଟିନଙ୍କ ବିଳାସପୂର୍ଣ୍ଣ କାର୍ରେ ବିସ୍ଫୋରଣ: ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଜେଲେନସ୍କି
କ୍ୱିଭ୍,୩୦ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାଫଲାରେ ଥିବା ଏକ ବିଳାସପୂର୍ଣ୍ଣ କାର୍ରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ରୁଷିଆ ଗୋଇନ୍ଦା ସଂସ୍ଥା ଏଫ୍ଏସ୍ବିର ମୁଖ୍ୟାଳୟ ନିକଟରେ ଘଟିଥିଲା। ଏହି ବିସ୍ଫୋରଣ ଯୋଗୁ ରୁଷିଆ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଛନ୍ତି। ଏହି ବିସ୍ଫୋରଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ପୁଟିନଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ମସ୍କୋରେ ଭ୍ଲାଦିମିର ପୁଟିନଙ୍କ କାଫଲାର ଏକ ବିଳାସପୂର୍ଣ୍ଣ ଲିମୋଜିନ ବିସ୍ଫୋରଣ […] The post ପୁଟିନଙ୍କ ବିଳାସପୂର୍ଣ୍ଣ କାର୍ରେ ବିସ୍ଫୋରଣ: ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଜେଲେନସ୍କି appeared first on Dharitri Odia News.
କ୍ୱିଭ୍,୩୦ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାଫଲାରେ ଥିବା ଏକ ବିଳାସପୂର୍ଣ୍ଣ କାର୍ରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ରୁଷିଆ ଗୋଇନ୍ଦା ସଂସ୍ଥା ଏଫ୍ଏସ୍ବିର ମୁଖ୍ୟାଳୟ ନିକଟରେ ଘଟିଥିଲା। ଏହି ବିସ୍ଫୋରଣ ଯୋଗୁ ରୁଷିଆ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଛନ୍ତି। ଏହି ବିସ୍ଫୋରଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ପୁଟିନଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ମସ୍କୋରେ ଭ୍ଲାଦିମିର ପୁଟିନଙ୍କ କାଫଲାର ଏକ ବିଳାସପୂର୍ଣ୍ଣ ଲିମୋଜିନ ବିସ୍ଫୋରଣ ହୋଇଥିଲା। ରାଷ୍ଟ୍ରପତିଙ୍କ କାର୍ରେ ବିସ୍ଫୋରଣ ପରେ, ଏଜେନ୍ସିଗୁଡ଼ିକ ପୁଟିନଙ୍କ ସୁରକ୍ଷା ପ୍ରତି ସତର୍କ ହୋଇଯାଇଛନ୍ତି ଏବଂ କ୍ରେମଲିନ ଭିତରେ ବିପଦ ସମ୍ପର୍କରେ ସନ୍ଦେହ ମଧ୍ୟ ବୃଦ୍ଧି ପାଇଛି। ବିଳାସପୂର୍ଣ୍ଣ କାର୍ ଲିମୋଜିନରେ ନିଆଁ ଲାଗିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କାର୍ଟି ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଛି।
ପୁଟିନଙ୍କ ଜଣେ ପୂର୍ବତନ ଅଙ୍ଗରକ୍ଷୀ କହିଛନ୍ତି ଯେ, ପୁଟିନ ତାଙ୍କ ଜୀବନ ପାଇଁ କେତେ ଭୟ କରନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ପୁଟିନ ତାଙ୍କ କର୍ମଚାରୀମାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ। ପୁଟିନଙ୍କ ସୁରକ୍ଷା ପ୍ରତି ଏଜେନ୍ସିଗୁଡ଼ିକ ଏତେ ସତର୍କ ଯେ, FSO ଏଜେଣ୍ଟମାନେ ତାଙ୍କ ଭାଷଣ ସ୍ଥାନ ନିକଟରେ ଡଷ୍ଟବିନ ଏବଂ ସ୍ବରେଜ କଭର ଯାଞ୍ଚ କରନ୍ତି। ଏପରି ମଧ୍ୟ ରିପୋର୍ଟ ଆସିଛି ଯେ, ରାଷ୍ଟ୍ରପତି ସାର୍ବଜନୀନ ସ୍ଥାନରେ ମଧ୍ୟ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପିନ୍ଧନ୍ତି।
The post ପୁଟିନଙ୍କ ବିଳାସପୂର୍ଣ୍ଣ କାର୍ରେ ବିସ୍ଫୋରଣ: ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଜେଲେନସ୍କି appeared first on Dharitri Odia News.