କାର୍କୁ ଧକ୍କା ଦେଲା ମୋ ବସ୍ : ଘଟଣାସ୍ଥଳରେ ଉତ୍ତେଜନା
କଟକ,୧୬।୧: ବାରଙ୍ଗ ଛକରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଛି। କାରକୁ ମୋ ବସ୍ ଧକ୍କା ଦେଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। କାର କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ମୋ ବସ୍ କାରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ମୋ ବସ୍କୁ ଅଟକ ରଖିଥିଲେ। ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା […] The post କାର୍କୁ ଧକ୍କା ଦେଲା ମୋ ବସ୍ : ଘଟଣାସ୍ଥଳରେ ଉତ୍ତେଜନା appeared first on Dharitri Odia News.
କଟକ,୧୬।୧: ବାରଙ୍ଗ ଛକରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଛି। କାରକୁ ମୋ ବସ୍ ଧକ୍କା ଦେଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ।
କାର କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ମୋ ବସ୍ କାରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ମୋ ବସ୍କୁ ଅଟକ ରଖିଥିଲେ। ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଖବରପାଇ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ପରେ ମୋ ବସ୍ ଓ କାର୍ ଜବତ କରି ଥାନାକୁ ନେଇଥିଲା।
ଅନ୍ୟପକ୍ଷେ ମୋ ବସ୍ରେ କଟକ ଯାଉଥିବା ଯାତ୍ରୀମାନେ ମଝି ରାସ୍ତାରେ ଅସୁବିଧାରେ ପଡ଼ିଥିଲେ।
The post କାର୍କୁ ଧକ୍କା ଦେଲା ମୋ ବସ୍ : ଘଟଣାସ୍ଥଳରେ ଉତ୍ତେଜନା appeared first on Dharitri Odia News.