କାର୍ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨୬ା୭: ଶୁକ୍ରବାର ଅର୍ଥାତ୍ ଜୁଲାଇ ୨୬ରେ ସମଗ୍ର ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ। ୧୯୯୯ର କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ବୀରମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଉଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିଲ୍ଲୀର କାର୍ଗିଲ ଓ୍ବାର ମେମୋରିଆଲଠାରେ ପହଞ୍ଚି କାର୍ଗିଲ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅପରେଶନ ବିଜୟରେ ଭାରତୀୟ ସଶସ୍ତ୍ର ବାହିନୀ ଜମ୍ମୁ-କଶ୍ମୀରର କାର୍ଗିଲ ଜିଲାର ଯେଉଁଠାରେ ପାକିସ୍ତାନୀ […] The post କାର୍ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୭: ଶୁକ୍ରବାର ଅର୍ଥାତ୍ ଜୁଲାଇ ୨୬ରେ ସମଗ୍ର ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ। ୧୯୯୯ର କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ବୀରମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଉଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିଲ୍ଲୀର କାର୍ଗିଲ ଓ୍ବାର ମେମୋରିଆଲଠାରେ ପହଞ୍ଚି କାର୍ଗିଲ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଅପରେଶନ ବିଜୟରେ ଭାରତୀୟ ସଶସ୍ତ୍ର ବାହିନୀ ଜମ୍ମୁ-କଶ୍ମୀରର କାର୍ଗିଲ ଜିଲାର ଯେଉଁଠାରେ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀମାନେ କବ୍ଜା କରିଥିଲେ। ସେହି ଅଞ୍ଚଳକୁ ମୁକ୍ତ କରିଥିଲେ ଆମର ବୀର ଯବାନମାନେ। ଚଳିତ ବର୍ଷ କାର୍ଗିଲ ବିଜୟ ଦିବସ ୨୬ ଜୁଲାଇ ଅର୍ଥାତ୍ ଶୁକ୍ରବାରରେ ପାଳନ କରାଯାଉଛି। କାର୍ଗିଲ ଯୁଦ୍ଧରେ ଏହା ଭାରତର ବିଜୟର ୨୫ତମ ବାର୍ଷିକୀ। ଏହି ବିଜୟ ଦିବସ ଅବସରରେ ଦେଶର ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ, ଯେଉଁଠାରେ ଲୋକମାନେ ଦେଶର ହିରୋମାନଙ୍କୁ ସ୍ମରଣ କରିଥାନ୍ତି।
The post କାର୍ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ appeared first on Dharitri Odia News.