କାର୍ତ୍ତିକ ଆର୍ଯ୍ୟନଙ୍କ ଠାରୁ ମାଧୁରୀ ଯାଏଁ, ଜାଣନ୍ତୁ ‘Bhool Bhulaiyaa-3’ର ଷ୍ଟାରକାଷ୍ଟ
ମୁମ୍ଵାଇ ୦୩।୧୧: ଗତ ସପ୍ତାହରେ ମୁକ୍ତି ପାଇଛି କମେଡି। ହରର୍ ସିନେମା ‘ଭୁଲ ଭୁଲୈୟା ୩’ । ‘ରୁହ ବାବା’ଙ୍କ ସହ ଏହି ସିନେମାରେ ମଞ୍ଜୁଲିକାର ଆଳାପ ଦେଖିବାକୁ ପାଇଛନ୍ତି ଦର୍ଶକ । ବଡ଼ ପରଦାରେ ଏହି ଦୁଇ ଚରିତ୍ରକୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଥିଲେ । ତେବେ ପରଦା ପଛରେ ପାରିଶ୍ରମିକ ଦୃଷ୍ଟିରୁ ରୁହ ବାବା ଯେ ଟକ୍କର ଦେଇଛନ୍ତି ମଞ୍ଜୁଲିକାଙ୍କୁ! ୨୦୦୭ ମସିହାରେ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ମୁକ୍ତି ପାଇଥିଲା ଫିଲ୍ମ ‘ଭୁଲ ଭୁଲୈୟା’ । ଏହି ଫିଲ୍ମରେ ଅଭିନୟ କରି ଦୃଷ୍ଟି ଆକର୍ଷଣ କରିଥିଲେ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନ । ଏହା ପରେ ପ୍ରାୟ ୧୫ ବର୍ଷର ବିରତି । ଅକ୍ଷୟଙ୍କ ପରିବର୍ତ୍ତେ ‘ଭୁଲ ଭୁଲୈୟା’ର ମୁଖ୍ୟ ଚେହେରା ସାଜିଲେ କାର୍ତ୍ତିକ ଆର୍ଯ୍ୟନ । ୨୦୨୨ ମସିହାରେ ମୁକ୍ତିପ୍ରାପ୍ତ ‘ଭୁଲ ଭୁଲୈୟା ୨’ ଫିଲ୍ମରେ ରୁହ ବାବାଙ୍କ ଚରିତ୍ରରେ ଅଭିନୟ କରିଥିଲେ କାର୍ତ୍ତିକ । ବଲିଉଡ ସୂତ୍ର ଅନୁସାରେ, ଏହି ଚରିତ୍ରରେ ଅଭିନୟ ପାଇଁ ୧୫ କୋଟି ଟଙ୍କା ପାରିଶ୍ରମିକ ପାଇଥିଲେ କାର୍ତ୍ତିକ । ଏବେ ଶୁଣିବାକୁ ମିଳିଛି, ‘ଭୁଲ ଭୁଲୈୟା ୩’ରେ ଅଭିନୟ କରିବା ପାଇଁ କାର୍ତ୍ତିକ କାଳେ ପୂର୍ବାପେକ୍ଷା ୩ ଗୁଣ ଅଧିକ ପାରିଶ୍ରମିକ ପାଇଛନ୍ତି । ଏକଥା ମଧ୍ୟ କୁହାଯାଉଛି, ‘ଭୁଲ ଭୁଲୈୟା ୩’ରେ ରୁହ ବାବା ଚରିତ୍ରରେ ଅଭିନୟ କରି ୪୫ରୁ ୫୦ କୋଟି ଟଙ୍କା କାର୍ତ୍ତିକଙ୍କୁ ପାରିଶ୍ରମିକ ଦିଆଯାଇଛି । ‘ତୃପ୍ତିଙ୍କୁ ମଧ୍ୟ
ମୁମ୍ଵାଇ ୦୩।୧୧: ଗତ ସପ୍ତାହରେ ମୁକ୍ତି ପାଇଛି କମେଡି। ହରର୍ ସିନେମା ‘ଭୁଲ ଭୁଲୈୟା ୩’ । ‘ରୁହ ବାବା’ଙ୍କ ସହ ଏହି ସିନେମାରେ ମଞ୍ଜୁଲିକାର ଆଳାପ ଦେଖିବାକୁ ପାଇଛନ୍ତି ଦର୍ଶକ । ବଡ଼ ପରଦାରେ ଏହି ଦୁଇ ଚରିତ୍ରକୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଥିଲେ । ତେବେ ପରଦା ପଛରେ ପାରିଶ୍ରମିକ ଦୃଷ୍ଟିରୁ ରୁହ ବାବା ଯେ ଟକ୍କର ଦେଇଛନ୍ତି ମଞ୍ଜୁଲିକାଙ୍କୁ! ୨୦୦୭ ମସିହାରେ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ମୁକ୍ତି ପାଇଥିଲା ଫିଲ୍ମ ‘ଭୁଲ ଭୁଲୈୟା’ । ଏହି ଫିଲ୍ମରେ ଅଭିନୟ କରି ଦୃଷ୍ଟି ଆକର୍ଷଣ କରିଥିଲେ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନ । ଏହା ପରେ ପ୍ରାୟ ୧୫ ବର୍ଷର ବିରତି । ଅକ୍ଷୟଙ୍କ ପରିବର୍ତ୍ତେ ‘ଭୁଲ ଭୁଲୈୟା’ର ମୁଖ୍ୟ ଚେହେରା ସାଜିଲେ କାର୍ତ୍ତିକ ଆର୍ଯ୍ୟନ । ୨୦୨୨ ମସିହାରେ ମୁକ୍ତିପ୍ରାପ୍ତ ‘ଭୁଲ ଭୁଲୈୟା ୨’ ଫିଲ୍ମରେ ରୁହ ବାବାଙ୍କ ଚରିତ୍ରରେ ଅଭିନୟ କରିଥିଲେ କାର୍ତ୍ତିକ ।

ବଲିଉଡ ସୂତ୍ର ଅନୁସାରେ, ଏହି ଚରିତ୍ରରେ ଅଭିନୟ ପାଇଁ ୧୫ କୋଟି ଟଙ୍କା ପାରିଶ୍ରମିକ ପାଇଥିଲେ କାର୍ତ୍ତିକ । ଏବେ ଶୁଣିବାକୁ ମିଳିଛି, ‘ଭୁଲ ଭୁଲୈୟା ୩’ରେ ଅଭିନୟ କରିବା ପାଇଁ କାର୍ତ୍ତିକ କାଳେ ପୂର୍ବାପେକ୍ଷା ୩ ଗୁଣ ଅଧିକ ପାରିଶ୍ରମିକ ପାଇଛନ୍ତି । ଏକଥା ମଧ୍ୟ କୁହାଯାଉଛି, ‘ଭୁଲ ଭୁଲୈୟା ୩’ରେ ରୁହ ବାବା ଚରିତ୍ରରେ ଅଭିନୟ କରି ୪୫ରୁ ୫୦ କୋଟି ଟଙ୍କା କାର୍ତ୍ତିକଙ୍କୁ ପାରିଶ୍ରମିକ ଦିଆଯାଇଛି । ‘ତୃପ୍ତିଙ୍କୁ ମଧ୍ୟ ଏହି ସିନେମାରେ ନିଜର ପୂର୍ବ ପାରିଶ୍ରମିକ ତୁଳନାରେ ଦ୍ୱିଗୁଣ ଅଧିକ ପାରିଶ୍ରମିକ ମିଳିଛି । ତେବେ କାର୍ତ୍ତିକଙ୍କ ପାରିଶ୍ରମିକ ତୁଳନାରେ ତୃପ୍ତି ଖୁବ୍ କମ୍ ପାରିଶ୍ରମିକ ପାଇଛନ୍ତି ।
‘ଭୁଲ ଭୁଲୈୟା ୩’ ପାଇଁ ତୃପ୍ତିଙ୍କୁ ୮୦ ଲକ୍ଷ ଟଙ୍କାର ପାରିଶ୍ରମିକ ମିଳିଛି ଯାହା ତାଙ୍କୁ ‘ଆନିମଲ୍’ ଫିଲ୍ମ ସମୟରେ ମିଳିନଥିଲା । ୨୦୦୭ ମସିହାରେ ମୁକ୍ତିପ୍ରାପ୍ତ ‘ଭୁଲ ଭୁଲୈୟା’ରେ ମଞ୍ଜୁଲିକା ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ ବିଦ୍ୟା ବାଲନ । ପ୍ରାୟ ୧୭ ବର୍ଷ ପରେ ପୁଣି ସମାନ ଚରିତ୍ରରେ ଅଭିନୟ କରିଛନ୍ତି ବିଦ୍ୟା । ଶୁଣିବାକୁ ମିଳିଛି ‘ଭୁଲ ଭୁଲୈୟା ୩’ରେ ଅଭିନୟ କରି ବିଦ୍ୟା ୮ରୁ ୧୦ କୋଟି ଟଙ୍କା ପାରିଶ୍ରମିକ ପାଇଛନ୍ତି । ଏହି ସିନେମାରେ ଆଉ ଜଣେ ବରିଷ୍ଠ ଅଭିନେତ୍ରୀଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ତୃପ୍ତି ଓ ବିଦ୍ୟାଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରିଛନ୍ତି ଅଭିନେତ୍ରୀ ମାଧୁରୀ ଦିକ୍ଷିତ ।

ଏହି ସିନେମା ପାଇଁ ମାଧୁରୀଙ୍କୁ ୫ରୁ ୮ କୋଟି ଟଙ୍କାର ପାରିଶ୍ରମିକ ଦିଆଯାଇଛି । ‘ଭୁଲ ଭୁଲୈୟା’ ଫିଲ୍ମରେ ହାସ୍ୟ ରସାତ୍ମକ ଚରିତ୍ରରେ ଦେଖିବାକୁ ମିଳିଥିଲେ ରାଜପାଲ ଯାଦବ ଯିଏ ଏହାର ତୃତୀୟ ସିଜନ୍ରେ ବି ଅଭିନୟ କରିଛନ୍ତି । ପାଶ୍ୱର୍ଚରିତ୍ର ହେଲେ ବି ରାଜପାଲଙ୍କ ଚରିତ୍ର ବେଶ୍ ଭଲ ହୋଇଛି ବୋଲି ଅନେକ ଦର୍ଶକ ମତ ଦେଇଛନ୍ତି । ଏହି ସିନେମାରେ ଅଭିନୟ କରି ରାଜପାଲ୍ କାଳେ ୨ କୋଟି ଟଙ୍କା ପାରିଶ୍ରମିକ ପାଇଛନ୍ତି । ବଲିଉଡ ସୂତ୍ର ଅନୁସାରେ ‘ଭୁଲ ଭୁଲୈୟା ୩’ ତିଆରି ହେବାରେ ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।