କାର୍ଯ୍ୟ କ୍ଷେତ୍ରରେ ସଫଳ ହେବ ପ୍ରୟାସ, ନେଇପାରନ୍ତି କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି
ମେଷ- ତୃତୀୟ ଚନ୍ଦ୍ର କାରଣରୁ ଖୁସିର ଦିନ ହେବ। ଆପଣ ବୁଦ୍ଧି ଏବଂ ବିବେକ ସହିତ ନେଇଥିବା ନିଷ୍ପତ୍ତି ଯୋଗୁଁ ଆପଣ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରିବେ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଆସିଛି, ତାହା ସମ୍ପୂର୍ଣ୍ଣ ହୋଇପାରିବ । ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ସଫଳ ହେବ । କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ । ଦାମ୍ପତ୍ୟ ଜୀବନରେ ଖୁସି ରହିବ । ବନ୍ଧୁଙ୍କ ସହଯୋଗ ପାଇବେ । ମିଥୁନ- ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନୂତନ ଚାକିରି ଯୋଗ ରହିଛି । ଧନ ସଞ୍ଚୟ ପାଇଁ ଦିନଟି ଉତ୍ତମ ରହିଛି । ବ୍ୟବସାୟିକ କାର୍ଯ୍ୟକଳାପ ଆଜି ବୃଦ୍ଧି ପାଇବ । ଦାୟିତ୍ବକୁ ଭଲ ଭାବରେ ପୂରଣ କରିବେ । ବିଦ୍ୟାର୍ଥୀମାନେ ମନ ଲଗାଇ ପଢ଼ିବେ । କର୍କଟ- ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ । ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ । ସିଂହ- ଚାକିରି ସହିତ ଜଡ଼ିତ ଅନେକ ନୂତନ ବିକଳ୍ପ ଆପଣ ପାଇପାରିବେ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ, ଯୋଜନାଗୁଡିକ କାର୍ଯକାରୀ ହେବ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଆୟରେ ବୃଦ୍ଧି
ମେଷ- ତୃତୀୟ ଚନ୍ଦ୍ର କାରଣରୁ ଖୁସିର ଦିନ ହେବ। ଆପଣ ବୁଦ୍ଧି ଏବଂ ବିବେକ ସହିତ ନେଇଥିବା ନିଷ୍ପତ୍ତି ଯୋଗୁଁ ଆପଣ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରିବେ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଆସିଛି, ତାହା ସମ୍ପୂର୍ଣ୍ଣ ହୋଇପାରିବ ।
ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ସଫଳ ହେବ । କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ । ଦାମ୍ପତ୍ୟ ଜୀବନରେ ଖୁସି ରହିବ । ବନ୍ଧୁଙ୍କ ସହଯୋଗ ପାଇବେ ।
ମିଥୁନ- ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନୂତନ ଚାକିରି ଯୋଗ ରହିଛି । ଧନ ସଞ୍ଚୟ ପାଇଁ ଦିନଟି ଉତ୍ତମ ରହିଛି । ବ୍ୟବସାୟିକ କାର୍ଯ୍ୟକଳାପ ଆଜି ବୃଦ୍ଧି ପାଇବ । ଦାୟିତ୍ବକୁ ଭଲ ଭାବରେ ପୂରଣ କରିବେ । ବିଦ୍ୟାର୍ଥୀମାନେ ମନ ଲଗାଇ ପଢ଼ିବେ ।
କର୍କଟ- ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ । ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।
ସିଂହ- ଚାକିରି ସହିତ ଜଡ଼ିତ ଅନେକ ନୂତନ ବିକଳ୍ପ ଆପଣ ପାଇପାରିବେ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ, ଯୋଜନାଗୁଡିକ କାର୍ଯକାରୀ ହେବ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଆୟରେ ବୃଦ୍ଧି ହେବ ।
କନ୍ୟା- ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ । ବ୍ୟବସାୟରେ ପ୍ରଗତି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମର୍ଥ ହେବେ । ମାନସିକ ଶାନ୍ତି ବଜାୟ ରହିବ ।
ତୁଳା- ଦିନଟିରେ ଆର୍ଥିକ ଉନ୍ନତି ହେବ । କୌଣସି ଇଚ୍ଛା ପୂରଣ ହୋଇପାରେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ଅଟେ । ବିବାହ ପ୍ରସ୍ତାବ ପାଇବାର ମଧ୍ୟ ସମ୍ଭାବନା ଅଛି । ଆକସ୍ମିକ ଅର୍ଥ ହେଉଛି ଲାଭ ଏବଂ ବିଦ୍ୟାର୍ଥୀମାନେ ଲାଭବାନ ହେବେ।
ବିଛା- ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡ଼ିବ । ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ । ନିଜ ସାଥୀଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ଲାଭବାନ ହେବେ ।
ଧନୁ- ଆପଣ ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ । ଆପଣ ଯାହା ବି କାମ କରନ୍ତି, ସମୟ ପୂର୍ବରୁ ଏହା ସମାପ୍ତ ହେବ । କର୍ମ କ୍ଷେତ୍ରରେ ଅଭିଜ୍ଞତାରୁ ଲାଭ ମିଳିବ । ଭ୍ରମଣ ଯୋଗ ରହିଛି ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।
ମକର- ପରିବାର ସଦସ୍ୟଙ୍କ ସହିତ ଅଧିକ ସମୟ ବିତାଇବାକୁ ସୁଯୋଗ ପାଇବେ । ରାଜନୈତିକ ବ୍ୟକ୍ତିମାନେ ସମାଜରେ ଏକ ଭଲ ଭାବମୂର୍ତ୍ତି ପାଇବେ । ବ୍ୟବସାୟ ସନ୍ତୋଷଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
କୁମ୍ଭ- ଦିନଟିରେ ମିଶ୍ରିତ ଫଳ ମିଳିବ, ଅବଶ୍ୟ ତାହା ଆପଣଙ୍କ ସପକ୍ଷରେ ରହିବ । ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । ଆର୍ଥିକ ଚିନ୍ତାରେ ରହିପାରନ୍ତି ।
ମୀନ- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଅଙ୍ଗରେ ସାମାନ୍ୟ ଆଘାତ ଲାଗିବାର ଆଶଙ୍କା ରହିଛି । ବିଦ୍ୟାର୍ଥୀମାନେ ଅଳସୁଆ ହେବେ । କୌଣସି ସ୍ଥାନରେ ମାନ ହାନି ହେବାର ସମ୍ଭାବନା ରହିଛି । କର୍ତ୍ତବ୍ୟ ପରାୟଣ ହେଲେ ମଧ୍ୟ କାର୍ଯ୍ୟ ବିଳମ୍ବରେ ସମ୍ପାଦିତ ହେବ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ - 8249826682
The post କାର୍ଯ୍ୟ କ୍ଷେତ୍ରରେ ସଫଳ ହେବ ପ୍ରୟାସ, ନେଇପାରନ୍ତି କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି appeared first on Prameya News7.