ବାଂଲାଦେଶରେ ଏମର୍ଜେନ୍ସି ସ୍ଥିତି ? ୟୁନୁସଙ୍କ ସହ ମୁହାଁମୁହିଁ ମଧ୍ୟରେ ସେନା ମୁଖ୍ୟ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ : ବାଂଲାଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଓ ସେନା ମୁଖ୍ୟ ବକାର-ଉଜ-ଜମାନଙ୍କ ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି। ରିପୋର୍ଟ ଅନୁସାରେ, ସେନା ମୁଖ୍ୟଙ୍କ ପକ୍ଷରୁ ତତ୍କାଳ ଉଚ୍ଚ ବୈଠକ ଡକାଯାଇଛି, ଯାହାକି ଭବିଷ୍ୟତର ଆକ୍ସନକୁ ନେଇ ପ୍ଲାନ କରାଯାଇ ପାରିବ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ , ବାଂଲାଦେଶରେ ଏମର୍ଜେନ୍ସି ଲାଗିବା ସ୍ଥିତି ସୃଷ୍ଟି ହେଉନି ତ ?ସୂତ୍ରାନୁସାରେ ,ସେନା ପ୍ରମୁଖ ୟୁନୁସଙ୍କ ଉପରେ ଚାପ ପକାଉଛନ୍ତି ଯେ , ସେ ଖୁବ ଶୀଘ୍ର ନିର୍ବାଚନ କରାଇବାକୁ ଘୋଷଣ କରନ୍ତୁ। ତାଙ୍କର ସବୁଠୁ ବଡ଼ ଚିନ୍ତା ବିଦେଶୀ ହସ୍ତକ୍ଷେପ କାରଣରୁ ଦେଶରେ ଅସ୍ଥିରତାର ଆଶଙ୍କାରୁ ନେଇ ହୋଇଛି, କାରଣ ୟୁନୁସ୍‌ଙ୍କୁ କିଛି ଲୋକ ବିଦେଶୀ ଏଜେନ୍ସିର କାଠ ପୁତୁଳା ଭାବେ ମାନନ୍ତି। ସୂତ୍ର ମୁତାବିକ, ବକାର-ଉଜ-ଜମାନ ଶେଖ୍‌ ହସିନା ଓ ଖାଲିଦା ଜିୟାଙ୍କର ପାର୍ଟିକୁ ଏକାଠି କରିବାକୁ ଚାହାନ୍ତି। ଏହାସହ , ନିର୍ବାଚନରେ ଭାଗ ନେବା ପାଇଁ ତାଙ୍କୁ ପ୍ରେରିତ କରିବା ବି ତାଙ୍କର ଉଦ୍ଦେଶ୍ୟ। ଏହି ମଧ୍ୟରେ ୟୁନୁସ ସରକାରଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶ ଗୁଡ଼ିକ ମାଧ୍ୟମରେ କଏଦୀଙ୍କୁ ମୁକ୍ତ କରିବା ମଧ୍ୟ ,ସେନା ପାଇଁ ଚିନ୍ତାର ବିଷୟ ପାଲଟିଛି। ନ୍ୟୁଜ୍‌-୧୮ର ରିପୋର୍ଟ ମୁତାବିକ ପୂର୍ବରୁ ମଧ୍ୟ ସେନା ମୁଖ୍ୟଙ୍କର ନିକଟତମ ସୂତ୍ରରୁ ଜଣାପଡ଼ିଥିଲା ଯେ, ବାଂଲାଦେଶ ସେନା ବକାର-ଉଜ-ଜମାନଙ୍କ ସହ ସଂପୂର୍ଣ୍ଣ ଏକାଠି ଅ

ବାଂଲାଦେଶରେ ଏମର୍ଜେନ୍ସି ସ୍ଥିତି ? ୟୁନୁସଙ୍କ ସହ ମୁହାଁମୁହିଁ ମଧ୍ୟରେ ସେନା ମୁଖ୍ୟ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ : ବାଂଲାଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଓ ସେନା ମୁଖ୍ୟ ବକାର-ଉଜ-ଜମାନଙ୍କ ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି। ରିପୋର୍ଟ ଅନୁସାରେ, ସେନା ମୁଖ୍ୟଙ୍କ ପକ୍ଷରୁ ତତ୍କାଳ ଉଚ୍ଚ ବୈଠକ ଡକାଯାଇଛି, ଯାହାକି ଭବିଷ୍ୟତର ଆକ୍ସନକୁ ନେଇ ପ୍ଲାନ କରାଯାଇ ପାରିବ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ , ବାଂଲାଦେଶରେ ଏମର୍ଜେନ୍ସି ଲାଗିବା ସ୍ଥିତି ସୃଷ୍ଟି ହେଉନି ତ ?

ସୂତ୍ରାନୁସାରେ ,ସେନା ପ୍ରମୁଖ ୟୁନୁସଙ୍କ ଉପରେ ଚାପ ପକାଉଛନ୍ତି ଯେ , ସେ ଖୁବ ଶୀଘ୍ର ନିର୍ବାଚନ କରାଇବାକୁ ଘୋଷଣ କରନ୍ତୁ। ତାଙ୍କର ସବୁଠୁ ବଡ଼ ଚିନ୍ତା ବିଦେଶୀ ହସ୍ତକ୍ଷେପ କାରଣରୁ ଦେଶରେ ଅସ୍ଥିରତାର ଆଶଙ୍କାରୁ ନେଇ ହୋଇଛି, କାରଣ ୟୁନୁସ୍‌ଙ୍କୁ କିଛି ଲୋକ ବିଦେଶୀ ଏଜେନ୍ସିର କାଠ ପୁତୁଳା ଭାବେ ମାନନ୍ତି। 

ସୂତ୍ର ମୁତାବିକ, ବକାର-ଉଜ-ଜମାନ ଶେଖ୍‌ ହସିନା ଓ ଖାଲିଦା ଜିୟାଙ୍କର ପାର୍ଟିକୁ ଏକାଠି କରିବାକୁ ଚାହାନ୍ତି। ଏହାସହ , ନିର୍ବାଚନରେ ଭାଗ ନେବା ପାଇଁ ତାଙ୍କୁ ପ୍ରେରିତ କରିବା ବି ତାଙ୍କର ଉଦ୍ଦେଶ୍ୟ। ଏହି ମଧ୍ୟରେ ୟୁନୁସ ସରକାରଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶ ଗୁଡ଼ିକ ମାଧ୍ୟମରେ କଏଦୀଙ୍କୁ ମୁକ୍ତ କରିବା ମଧ୍ୟ ,ସେନା ପାଇଁ ଚିନ୍ତାର ବିଷୟ ପାଲଟିଛି। ନ୍ୟୁଜ୍‌-୧୮ର ରିପୋର୍ଟ ମୁତାବିକ ପୂର୍ବରୁ ମଧ୍ୟ ସେନା ମୁଖ୍ୟଙ୍କର ନିକଟତମ ସୂତ୍ରରୁ ଜଣାପଡ଼ିଥିଲା ଯେ, ବାଂଲାଦେଶ ସେନା ବକାର-ଉଜ-ଜମାନଙ୍କ ସହ ସଂପୂର୍ଣ୍ଣ ଏକାଠି ଅଛି। ଅନ୍ୟପଟେ ୟୁନୁସଙ୍କ ପକ୍ଷରୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ଙ୍କ ନିଯୁକ୍ତି ସେନାରେ ବିଭାଜନର ଆଶଙ୍କା ବଢାଇ ଦେଇଛି। ବିଶେଷ କଥା ଯେ , ଏହି ନିଯୁକ୍ତି ସେନା ମୁଖ୍ୟଙ୍କ ଅନୁପସ୍ଥିତିରେ କରାଯାଇ ଥିଲା। 

ୟୁନୁସ ଓ ଜମାନଙ୍କ ମଧ୍ୟରେ କେଉଁ ମାମଲାରେ ମତଭେଦ –

ଜେନେରାଲ ଜମାନ ସଶସ୍ତ୍ର ବାହିନୀ ଡିଭିଜନର ପ୍ରିନ୍ସିପାଲ  , ଷ୍ଟାଫ୍‌ ଅଫିସର ଲେଫ୍ଟିନାଣ୍ଟ ଜେନେରାଲ କମରୁଲ ହସନଙ୍କୁ ବହିଷ୍କାର କରାଇବାକୁ ପ୍ରୟାସ କରିଥିଲେ, ଯାହାକୁ ୟୁନୁସ୍ ରୋକି ଦେଇ ଥିଲେ। ଏହି ଘଟଣା କ୍ଷମତାର ନିୟନ୍ତ୍ରଣ ଓ ପ୍ରଭାବକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନାର ପ୍ରତୀକ ହୋଇ ଯାଇଛି। ୟୁନୁସଙ୍କ ସରକାରକୁ ନେଇ ସେନାର କହିବା ହେଲା ଯେ, ସେ ଦେଶରେ ଆଇନ ବ୍ୟବସ୍ଥାକୁ ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରିତ  କରି ପାରୁ ନାହାନ୍ତି ,ଯେଉଁଥିରେ ସେନା ଭିତରେ ଅସନ୍ତୋଷ ବଢୁଛି। ୟୁନୁସଙ୍କ ବିଦେଶ ନୀତି ଓ କ୍ଷେତ୍ରୀୟ ଆଭିମୁଖ୍ୟ ମଧ୍ୟ ମୁହାଁମୁହିଁ ସ୍ଥିତିକୁ ବଢାଇ ଦେଇଛି। ବିଶେଷକରି ତାଙ୍କର ସରକାରର ପାକିସ୍ତାନ ଓ ଚୀନ ସହ ନିକଟତା ବୃଦ୍ଧି ସେନା ମୁଖ୍ୟଙ୍କୁ ଚିନ୍ତାରେ ପକାଇଛି।