କାର୍ଯ୍ୟକଳାପରେ ଅସନ୍ତୋଷ: ପଡ଼ିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା
ମାଲକାନଗିରି,୫।୪ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକରେ ଦୀର୍ଘ ଦିନ ଧରି ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ସମିତି ସଭ୍ୟଙ୍କ ବିକ୍ଷୋଭ ଚାଲିଥିବା ବେଳେ ଶୁକ୍ରବାର ଏହାର ଅବସାନ ଘଟିଛି। ୮ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ଶୁକ୍ରବାର ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୁସାକିଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣି ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ପଞ୍ଚାୟତ ସମିତି ସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ପଡିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୁସାକି […] The post କାର୍ଯ୍ୟକଳାପରେ ଅସନ୍ତୋଷ: ପଡ଼ିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା appeared first on Dharitri Odia News.
ମାଲକାନଗିରି,୫।୪ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକରେ ଦୀର୍ଘ ଦିନ ଧରି ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ସମିତି ସଭ୍ୟଙ୍କ ବିକ୍ଷୋଭ ଚାଲିଥିବା ବେଳେ ଶୁକ୍ରବାର ଏହାର ଅବସାନ ଘଟିଛି। ୮ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ଶୁକ୍ରବାର ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୁସାକିଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣି ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ପଞ୍ଚାୟତ ସମିତି ସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ପଡିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୁସାକି ସେମାନଙ୍କୁ ଚାପ ପକାଇ ଇସ୍ତଫା ପତ୍ରରେ ଦସ୍ତଖତ କରାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଗୁରୁବାର ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମିତି ସଭ୍ୟମାନଙ୍କୁ ନେଇ ହୋଇଥିବା ଏକ ବୈଠକରେ ସମସ୍ତେ ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକଟ କରିଥିଲେ। ଏଥିସହ ସମିତି ଅଧ୍ୟକ୍ଷା ମୁସାକି ଉନ୍ନୟନମୂଳକ କାର୍ଯ୍ୟଗୁଡିକ ବିକ୍ରି କରି ଗୋପନରେ ଟଙ୍କା ଆଦାୟ ଓ ପିସି ବାବଦରେ ଅଗ୍ରୀମ ଟଙ୍କା ପୈଠ ନ କଲେ ବିଲ୍ରେ ଦସ୍ତଖତ ନ କରି ମାସ ମାସ ଧରି ଫାଇଲ ରଖୁଥିବା ଅଭିଯୋଗ କରିଛନ୍ତି। ତେବେ ଆବଶ୍ୟକ ସ୍ଥଳେ ଫାଇଲଗୁଡିକ ଉପ ଜିଲାପାଳଙ୍କ ନିକଟକୁ ଯାଉଥିଲା। ଏଣୁ ମୁସାକି ସ୍ବଇଚ୍ଛାରେ ଇସ୍ତଫା ଦେଉଛନ୍ତି ବୋଲି କହି ଦସ୍ତଖତ କରିଥିଲେ ଏବଂ ଏହାର ଭିଡିଓ ମଧ୍ୟ ରହିଛି। ତେଣୁ ଶୁକ୍ରବାର ସମସ୍ତ ୭ଜଣ ସମିତି ସଭ୍ୟ ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ସାକ୍ଷାତ କରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପତ୍ର ପ୍ରଦାନ କରିଛନ୍ତି। ତେବେ ଏ ସମ୍ପର୍କରେ ପଡିଆ ସମିତି ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏ ସମ୍ପର୍କରେ ଉପ ଜିଲାପାଳ ଭୋଇ କହିଛନ୍ତି, ଆଗାମୀ ଦିନରେ ଏହି ଅନସ୍ଥା ପ୍ରସ୍ତାବ ନେଇ ସରକାରୀ ସ୍ତରରେ ନିର୍ବାଚନ ପ୍ରକ୍ରିୟା ରହିଛି । ସେ ସମ୍ପର୍କରେ ରାଜ୍ୟ ନର୍ବାଚନ ଅଧିକାରୀ ଓ ଜିଲାପାଳଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
The post କାର୍ଯ୍ୟକଳାପରେ ଅସନ୍ତୋଷ: ପଡ଼ିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା appeared first on Dharitri Odia News.