କାର୍ଯ୍ୟକାରୀ ହେଉନି ନିର୍ବାଚନୀ ପ୍ରତିଶ୍ରୁତି: ଚିନ୍ତାରେ ବୁଣାକାର, ମିଳୁନାହିଁ ସରକାରୀ ସହାୟତା ରାଶି..
ଭୁବନେଶ୍ୱର: ରାଜ୍ୟରେ ବୁଣାକାରଙ୍କୁ ଋଣଠାରୁ ଆରମ୍ଭ କରି ସହାୟତା ପ୍ରଦାନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଶିଥିଳ ପଡ଼ିଲାଣି। ଯାହାକୁ ନେଇ ବୁଣାକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷକରି ରାଜ୍ୟରେ ଜନଜାତି ବୁଣାକାରଙ୍କ ଜୀବିକା ବନ୍ଦ ହେବାକୁ ବସିଲାଣି। ବୁଣାକାରଙ୍କ ଜୀବନ ଏବଂ ଜୀବିକାରେ ବ୍ୟାପକ ପରିବର୍ତ୍ତନ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିଲେ ହେଁ ଏବେ ଜନଜାତିଙ୍କୁ କଣପାଇଁ ହତାଦାର କରାଯାଉଛି, ସେନେଇ କାହା ପାଖରେ ଉତ୍ତର ନାହିଁ। ଗତ ବିଜେଡି ସରକାର ଅମଳରେ ମିଳୁଥିବା […]

ଭୁବନେଶ୍ୱର: ରାଜ୍ୟରେ ବୁଣାକାରଙ୍କୁ ଋଣଠାରୁ ଆରମ୍ଭ କରି ସହାୟତା ପ୍ରଦାନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଶିଥିଳ ପଡ଼ିଲାଣି। ଯାହାକୁ ନେଇ ବୁଣାକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷକରି ରାଜ୍ୟରେ ଜନଜାତି ବୁଣାକାରଙ୍କ ଜୀବିକା ବନ୍ଦ ହେବାକୁ ବସିଲାଣି। ବୁଣାକାରଙ୍କ ଜୀବନ ଏବଂ ଜୀବିକାରେ ବ୍ୟାପକ ପରିବର୍ତ୍ତନ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିଲେ ହେଁ ଏବେ ଜନଜାତିଙ୍କୁ କଣପାଇଁ ହତାଦାର କରାଯାଉଛି, ସେନେଇ କାହା ପାଖରେ ଉତ୍ତର ନାହିଁ। ଗତ ବିଜେଡି ସରକାର ଅମଳରେ ମିଳୁଥିବା ସହାୟତା ରାଶି ଆଉ ଜନଜାତି ବୁଣାକାରଙ୍କୁ ଆଉ ମିଳୁନି। ଯାହାଫଳରେ ବୁଣାକାର ଏବେ ରୋଜଗାର ପାଇଁ ବାହାର ରାଜ୍ୟକୁ ଗଲେଣି।ଏଭଳି ସ୍ଥିତି ଏବେ ରାୟଗଡ଼ା ଓ ଗଞ୍ଚାମ ଜିଲ୍ଲାରେ ଦେଖିବାକୁ ମିଳିଛି। ଏପରିକି ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ଏକ ପ୍ରକାର ବନ୍ଦ ହୋଇପଡ଼ିଲାଣି ବୋଲି ଅଭିଯୋଗ ହେଉଛି।
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ବୁଣାକାରଙ୍କୁ ଆଦୌ ପ୍ରୋତ୍ସାହନ ମିଳୁନାହିଁ। ଡଙ୍ଗରିଆଙ୍କ କପଡ଼ାଗନ୍ଦା ସାଲ୍ଠାରୁ ଆରମ୍ଭ କରି ବିଭିନ୍ନ ହାତବୁଣା ସାମଗ୍ରୀ ଏବେ ବଜାରରୁ ଉଭାନ୍ ହେବାକୁ ବସିଲାଣି। ଆଦିମ ଜନଜାତିଙ୍କ ଜୀବନ ଜୀବିକା ବିକାଶ ପାଇଁ ପୂର୍ବ ବିଜେଡି ସରକାର ୨୦୧୭ ମସିହା ଜୁନରେ ଓପିଇଏଲଆଇପି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କିନ୍ତୁ ମୋହନ ସରକାର ଆସିବା ପରଠୁ ଜନଜାତିଙ୍କ ବିକାଶ ଏକପ୍ରକାର ଠପ୍ ହୋଇଯାଇଛି। ସମାନ ଭାବରେ ଗଞ୍ଚାମ ଜିଲ୍ଲାରେ ବି ସ୍ଥିତି ସଙ୍ଗୀନ ହେଲାଣି। ବୁଣାକାରଙ୍କୁ ମିଳୁଥିବା ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ମିଳୁନଥିବାରୁ ସେଠାକାର ହସ୍ତତନ୍ତ ଏବେ ଠପ୍ ହେବାକୁ ବସିଲାଣି। ରାଜ୍ୟ ସରକାରଙ୍କ ଆଦିବାସୀଙ୍କ ପ୍ରତି ଅବହେଳା ମନୋବୃତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବୁଣାକାର। ପୂର୍ବ ସରକାର ବେଳେ ଆମେ ଭଳଭାବେ ଜୀବନଜୀବିକା ନିର୍ବାହ କରିପାରୁଥିଲୁ। ଆମକୁ ତନ୍ତକାମରେ ଯଥେଷ୍ଟ ସହାୟତା ମିଳୁଥିଲା। ମାତ୍ର ଏବର ସରକାର ଏନେଇ ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ ହେଉଛି। ବିଶେଷକରି ବୁଣାକାରଙ୍କୁ ଋଣ ସହାୟତା ଏବେ ପ୍ରହସନ ସାବ୍ୟସ୍ତ ହେଉଛି। ଋଣ ପାଇଁ ବ୍ୟାଙ୍କକୁ ଗଲେ ୧୨ ପ୍ରତିଶତରୁ ଅଧିକ ସୁଧ ଦାବି କରାଯାଉଥିବା ଢେଙ୍କାନାଳର ବୁଣାକାରମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ କ୍ଷମତାକୁ ଆସିଲେ ବିଜେପି ବୁଣାକାର ଏବଂ ହସ୍ତତନ୍ତ ଶିଳ୍ପୀଙ୍କ ପାିଁ ବୁଣାକାର ସମ୍ମାନ ନିଧି ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ସେହିପରି ପଶ୍ଚିମ ଓଡ଼ିଶାରେ ୩ଟି ସମନ୍ୱିତ ଟେକ୍ସଟାଇଲ ପାର୍କ ସ୍ଥାପନ ସହ ୫୧ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନନିଆଯିବା ନେଇ ବୁଣାକାରାମାନେ କ୍ଷୋଭ ପ୍ରକାଶ କରିଛନ୍ତି।