କାର୍ଯ୍ୟକାରୀ ହେବ ନାହିଁ

ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏଠାରେ ବିଭିନ୍ନ ଧର୍ମର ଲୋକ ସହାବସ୍ଥାନ କରନ୍ତି। କିନ୍ତୁ ଅନେକ ସମୟରେ ଧର୍ମୀୟ ପୀଠ ଯଥା ମନ୍ଦିର, ମସ୍‌ଜିଦ କିମ୍ବା ଗୀର୍ଜାକୁ ନେଇ ବିବାଦ ଦେଖାଯାଉଛି। ବିବାଦ ଉପୁଜୁଛି ଏଗୁଡ଼ିକର ସ୍ଥାନକୁ ନେଇ। ଦେଖାଯାଏ ଅନେକ ସ୍ଥଳରେ ସାର୍ବଜନୀନ ସ୍ଥାନରେ ମନ୍ଦିର, ମଠ, ମସ୍‌ଜିଦ ନିର୍ମାଣ କରାଯାଉଛି। ଏହି ସ୍ଥାନକୁ ନେଇ ଯେତେବେଳେ ବିବାଦ ସୃଷ୍ଟି ହେଉଛି ସେତେବେଳେ ମାମଲା ତଳ କୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚୁଛି। ଏସବୁ ବିବାଦର ସମାଧାନ […] The post କାର୍ଯ୍ୟକାରୀ ହେବ ନାହିଁ appeared first on Dharitri Odia News.

କାର୍ଯ୍ୟକାରୀ ହେବ ନାହିଁ

ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏଠାରେ ବିଭିନ୍ନ ଧର୍ମର ଲୋକ ସହାବସ୍ଥାନ କରନ୍ତି। କିନ୍ତୁ ଅନେକ ସମୟରେ ଧର୍ମୀୟ ପୀଠ ଯଥା ମନ୍ଦିର, ମସ୍‌ଜିଦ କିମ୍ବା ଗୀର୍ଜାକୁ ନେଇ ବିବାଦ ଦେଖାଯାଉଛି। ବିବାଦ ଉପୁଜୁଛି ଏଗୁଡ଼ିକର ସ୍ଥାନକୁ ନେଇ। ଦେଖାଯାଏ ଅନେକ ସ୍ଥଳରେ ସାର୍ବଜନୀନ ସ୍ଥାନରେ ମନ୍ଦିର, ମଠ, ମସ୍‌ଜିଦ ନିର୍ମାଣ କରାଯାଉଛି। ଏହି ସ୍ଥାନକୁ ନେଇ ଯେତେବେଳେ ବିବାଦ ସୃଷ୍ଟି ହେଉଛି ସେତେବେଳେ ମାମଲା ତଳ କୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚୁଛି। ଏସବୁ ବିବାଦର ସମାଧାନ ପାଇଁ ଶୀର୍ଷ ଅଦାଲତ ଯେଉଁ ରାୟ ଦେଉଛନ୍ତି, ତାହା ତୃଣମୂଳ ସ୍ତରରେ କେତେ ଗୁରୁତ୍ୱ ବହନ କରେ ଦେଖିବା କଥା। ୧ ଅକ୍ଟୋବରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ମନ୍ଦିର, ମସ୍‌ଜିଦ ସମେତ ଅନ୍ୟ ସବୁ ଧର୍ମୀୟ ନିର୍ମାଣ ସର୍ବସାଧାରଣ ସ୍ଥାନରେ କରାଯାଇଥିଲେ ସେଗୁଡ଼ିକୁ ହଟାଇବାକୁ ହେବ। ସାର୍ବଜନୀନ ଜମି ଉପରେ ନିର୍ଦ୍ଦେଶ ଜାରି କଲାବେଳକୁ ସୁପ୍ରିମକୋର୍ଟ ମୁଖ୍ୟତଃ ରାସ୍ତା, ଜଳାଶୟ ଏବଂ ଭାରତୀୟ ରେଳ ଜମିକୁ ଇଙ୍ଗିତ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଗତକାଲି ଏହି ନ୍ୟାୟାଳୟ ଏକ ଶୁଣାଣି କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ତାଗିଦ କରି କହିଥିଲେ, କାରଣ ନାଇଡୁ ତିରୁପତି ମନ୍ଦିର ଲଡୁ ସମ୍ପର୍କରେ ଦେଇଥିବା ମତକୁ ବିଚାରପତିମାନେ ନାପସନ୍ଦ କରିଥିଲେ। ତିରୁପତି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ଠାକୁରଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ। ଆଜି ସାର୍ବଜନୀନ ସ୍ଥାନରେ ବେଆଇନ ଭାବେ ନିର୍ମିତ ମନ୍ଦିର ଓ ମସ୍‌ଜିଦକୁ ଉଚ୍ଛେଦ କରିବା ପାଇ ଁଦେଇଥିବା ରାୟ ଯେତିକି ଭଲ ଶୁଣାଯାଉଛି ସେତିକି କାର୍ଯ୍ୟକାରୀ କରାଇବା କଷ୍ଟ ହେବ ବୋଲି ହୃଦ୍‌ବୋଧ ହେଉଛି। ଏହା ସତ୍ୟ ଯେ, ଭାରତରେ ଅନେକ ଜାଗାରେ ବିଭିନ୍ନ ଧର୍ମ ସହିତ ସମ୍ପୃକ୍ତ ନିର୍ମାଣ ମାଡ଼ିବସି ସୃଷ୍ଟି କରିଦିଆଯାଉଛି। ଅଧିକାଂଶ ସମୟରେ ଏହା ପଛରେ ଜମି ଜବରଦଖଲର ଏକ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ଦୃଷ୍ଟିକୁ ଆସିଥାଏ। ତଥାକଥିତ ଧର୍ମଭୀରୁ ସରକାରୀ ବ୍ୟବସ୍ଥାରେ କୌଣସି ମନ୍ଦିର କିମ୍ବା ମସ୍‌ଜିଦ ଭଙ୍ଗାଯିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ୁଛି। ଧର୍ମନିରପେକ୍ଷ ସରକାର ସ୍ଥାପିତ ହୋଇଥିବାବେଳେ ବୁଝାପଡ଼ୁଥିଲା ଯେ, କେବଳ ସଂଖ୍ୟାଲଘୁ ଗୋଷ୍ଠୀ ଆଇନ ଭାଙ୍ଗି ରାସ୍ତା ମଝିରେ ମଧ୍ୟ ମସ୍‌ଜିଦ ସୃଷ୍ଟି କରିଦେଇ ପାରୁଥିଲେ। ଦିଲ୍ଲୀର କନ୍ନଟ ପ୍ଲେସ ନିକଟରେ ଥିବା ଜନପଥ ହୋଟେଲ ସମ୍ମୁଖର ମସ୍‌ଜିଦ ଏକ ଜ୍ୱଳନ୍ତ ଉଦାହରଣ। ଅନ୍ୟପଟେ ହିନ୍ଦୁତ୍ୱ ବୋଲାଉଥିବା ସରକାର କ୍ଷମତାକୁ ଆସିବା ପରେ ସଂଖ୍ୟାବହୁଳ ଧର୍ମର ଅଞ୍ଚଳରେ ରାସ୍ତା ଉପରେ ମନ୍ଦିର ବା ମଠ ଗଢ଼ିବାର ଉଦ୍ୟମ ଅନେକ ସ୍ଥାନରେ ଦେଖିବାକୁ ମିଳିଲା। ଏହାଦ୍ୱାରା ଅତ୍ୟନ୍ତ ମୂଲ୍ୟବାନ ଜମି ଜବରଦଖଲର ଚେଷ୍ଟା ଉଭୟ ସଂଖ୍ୟାଲଘୁ ଏବଂ ସଂଖ୍ୟାଗରିଷ୍ଠ ଧାର୍ମିକ ବ୍ୟକ୍ତିମାନେ ଆରମ୍ଭ କରିଦେଲେ। ଏହି ପ୍ରଚ୍ଛଦପଟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଦେଖିଲେ ତାହାର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଉଦାହରଣ ସ୍ବରୂପ, ହିନ୍ଦୁ ଧର୍ମରେ କୌଣସି ଧର୍ମଗ୍ରନ୍ଥରେ ସନ୍ତୋଷୀ ମାତାଙ୍କର ଉଲ୍ଲେଖ ଥିବାର ପ୍ରମାଣ ନାହିଁ। ତଥାପି ବିଭିନ୍ନ ସ୍ଥାନରେ ସନ୍ତୋଷୀ ମାତାଙ୍କର ମନ୍ଦିର ରାସ୍ତା ଉପରେ ଚଢ଼ିକରି ଥିବାର ପରିଲକ୍ଷିତ ହୋଇଥାଏ। ସେହିଭଳି ମୁସଲମାନ ଧର୍ମ ଗ୍ରନ୍ଥରେ ସମ୍ଭବତଃ କୌଣସି ସ୍ଥାନରେ ରାସ୍ତା ଉପରେ ମସ୍‌ଜିଦ ଛିଡ଼ା କରିବାର ନିର୍ଦ୍ଦେଶ ଦେଖିବାକୁ ମିଳିବ ନାହିଁ। କିନ୍ତୁ ସବୁ ଗୋଷ୍ଠୀ ରାସ୍ତାକଡ଼ରେ ଜମି ମାଡ଼ିବସି ଦୋକାନ ବଜାର ଖୋଲିବାର ମଧ୍ୟ ଉଦାହରଣ ରହିଛି। ଏଭଳି ପରିସ୍ଥିତିରେ କୌଣସି ରାଜ୍ୟ ସରକାର, ପୋଲିସବାହିନୀ କିମ୍ବା ଅନ୍ୟ ସରକାରୀ ବ୍ୟବସ୍ଥା ତରଫରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବାର ଆଗ୍ରହ ପ୍ରକାଶ ପାଇବ ବୋଲି ବିଶ୍ୱାସ ହେଉନାହିଁ।
ଏଭଳି ସ୍ଥିତିରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ନିଜର ସ୍ଥିତିକୁ ଅନୁଧ୍ୟାନ କରିବା ଦରକାର। ଯଦି ତାଙ୍କର ଉଚ୍ଚକୋଟୀର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବାରେ କୌଣସି ସରକାରୀ ବ୍ୟବସ୍ଥା ଆଗେଇ ଆସିବ ନାହିଁ, ତେବେ ଏଭଳି ମତ ଦେବାର ଉଦ୍ଦେଶ୍ୟକୁ ପୁନର୍ବିଚାର କରାଯିବା ଦରକାର।

The post କାର୍ଯ୍ୟକାରୀ ହେବ ନାହିଁ appeared first on Dharitri Odia News.