କାର୍ଯ୍ୟକାରୀ ହେବାକୁ ଯାଉଛି ନୂଆ ଟେଲିକମ ଆଇନ
ନନ୍ଦିଘୋଷ ବ୍ୟୁରୋ: ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂତନ ଟେଲିକମ୍ ଆଇନ ୨୦୨୩। ତେବେ ଏହି ନୂଆ ଟେଲିକମ୍ ଆଇନ... The post କାର୍ଯ୍ୟକାରୀ ହେବାକୁ ଯାଉଛି ନୂଆ ଟେଲିକମ ଆଇନ appeared first on .
ନନ୍ଦିଘୋଷ ବ୍ୟୁରୋ: ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂତନ ଟେଲିକମ୍ ଆଇନ ୨୦୨୩। ତେବେ ଏହି ନୂଆ ଟେଲିକମ୍ ଆଇନ ଅନୁଯାୟୀ, ସିମ୍ କାର୍ଡ କ୍ରୟ , ନକଲି ସଂଯୋଗ ଏବଂ କଲ୍ ଟ୍ୟାପିଂ ଭଳି ଘଟଣା ଉପରେ କଡା କାର୍ଯ୍ୟନୁଷ୍ଠାନ ବ୍ୟବସ୍ଥା ରହିବ। ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଲୋକସଭାରେ ନୂତନ ଟେଲିକମ୍ ବିଲ୍ ଆଗତ କରିଥିଲେ। ଏହି ବିଲ୍ ଆଗତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ବର୍ତ୍ତମାନ ଏହି ଆଇନର କିଛି ବିଭାଗ ଜୁନ୍ ୨୬ରୁ କାର୍ଯ୍ୟକାରୀ ହେବ। ଏହି ନୂତନ ଟେଲିକମ୍ ଆଇନ ୯ରୁ ଅଧିକ ସିମ୍ କାର୍ଡ କ୍ରୟ କରୁଥିବା ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିବ।
ଦେଶରେ ଟେଲିକମ୍ ଆକ୍ଟ ୨୦୨୩ ଲାଗୁ ହେବା ପରେ ୧୫୦ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ୍ ଆଇନ ୧୮୮୫ ରଦ୍ଦ ହୋଇଯିବ। ନୂତନ ଟେଲିକମ୍ ଆକ୍ଟ ଏହାକୁ ବଦଳାଇଦେବ। ଏହା ସହିତ, ଏହି ନୂତନ ନିୟମ ୧୯୩୩ର ବେତାର ଟେଲିଗ୍ରାଫି ଆଇନକୁ ମଧ୍ୟ ରଦ୍ଦ କରିଦେବ। ନକଲି ସିମ୍ କାର୍ଡ ଏବଂ ଜାଲିଆତିକୁ ରୋକିବା ପାଇଁ ସରକାର ନୂତନ ଟେଲିକମ୍ ଆଇନରେ ଅନେକ ବ୍ୟବସ୍ଥା ଯୋଡିଛନ୍ତି, ଯେଉଁଥିରେ ଜେଲଠାରୁ ଆରମ୍ଭ କରି ଜୋରିମାନା ପର୍ଯ୍ୟନ୍ତ ରହିଛି। କୌଣସି ବ୍ୟକ୍ତିଙ୍କର ଆଧାର କାର୍ଡ଼ ସହ ୯ଟି ସିମ୍ କାର୍ଡ଼ ସଂଯୋଗ ହୋଇଥିଲେ ତାକୁ ପ୍ରଥମ ଅପରାଧ ପାଇଁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହାସହ ଭୁଲର ପୁନରାବୃତ୍ତି ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହାବ୍ୟତୀତ ଜାଲ ଉପାୟରେ (ସିମ୍ କାର୍ଡ଼ ସ୍ପୁଫିଂ) ୟୁଜର ଆଇଡିର ବ୍ୟବହାର କରି ସିମ୍ କାର୍ଡ଼ କ୍ରୟ କରାଯାଇଥÒଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇପାରେ କିମ୍ବା ପୁଣି ଜେଲ ଓ ଜରିମାନା ଉଭୟ ଲଗାଯାଇପାରେ। କେବଳ ବାୟୋମେଟ୍ରିକ୍ ଆଧାରରେ ହିଁ ଟେଲିକମ୍ ଅପରେଟର ୟୁଜରର ଭେରିଫିକେସନ୍ କରିପାରିବେ। ଅର୍ଥାତ୍ ଆଧାର କାର୍ଡ ମାଧ୍ୟମରେ ୟୁଜରଙ୍କ ସମ୍ପର୍କରେ ଯାଞ୍ଚ କରିବାକୁ ପଡିବ। ଯଦି, ଆପଣ ଜାଣିନାହାଁନ୍ତି ଆପଣଙ୍କ ଆଧାର କାର୍ଡରୁ କେତେ ସିମ୍ କାର୍ଡ ଦିଆଯାଇଛି, ଆପଣ ଏହାକୁ ଅନଲାଇନ୍ରେ ଯାଞ୍ଚ କରିପାରିବେ।
ଏଥିପାଇଁ ଆପଣଙ୍କୁ ସରକାର ଆରମ୍ଭ କରିଥିବା sancharsathi.gov.in ପୋର୍ଟାଲକୁ ଯିବାକୁ ପଡିବ। ଏହାପରେ ଆପଣଙ୍କୁ ମୋବାଇଲ୍ କନେକ୍ସନ୍ ଅପ୍ସନ୍ ଟ୍ୟାପ୍ କିମ୍ବା କ୍ଲିକ୍ କରିବାକୁ ପଡିବ। ତା’ପରେ ପରବର୍ତ୍ତୀ ପୃଷ୍ଠାରେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ଏଣ୍ଟ୍ରି କରିବାକୁ ପଡିବ। ଫୋନରେ ଦିଆଯାଇଥିବା କ୍ୟାପଚା କୋଡ୍ ଏବଂ ଓଟିପି (ୱାନ୍ ଟାଇମ୍ ପାସୱାର୍ଡ) ଏଣ୍ଟ୍ରି କରନ୍ତୁ। ଏହାପରେ ଏକ ନୂତନ ପେଜ୍ ଖୋଲିବ, ଏଠାରେ ଆପଣ ଆପଣଙ୍କର ଆଧାର କାର୍ଡରେ ଦିଆଯାଇଥିବା ସମସ୍ତ ମୋବାଇଲ୍ ନମ୍ବର ଦେଖିବେ।
The post କାର୍ଯ୍ୟକାରୀ ହେବାକୁ ଯାଉଛି ନୂଆ ଟେଲିକମ ଆଇନ appeared first on .