କାର୍ଯ୍ୟକାଳ ଆରମ୍ଭରୁ ଗମ୍ଭୀର-ବିସିସିଆଇ ମୁହାଁମୁହିଁ!

ନୂଆଦିଲ୍ଲୀ,୧୩।୭: ଟିମ ଇଣ୍ଡିଆର ନୂଆ କୋଚ ହୋଇଛନ୍ତି ଗୌତମ ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ତେବେ ଦ୍ରାବିଡଙ୍କ ସହିତ ବ୍ୟାଟିଂ, କୋଚ ବିକ୍ରମ ରାଠୋର, ବୋଲିଂ କୋଚ ପାରସ ମହାମ୍ବ୍ରେ ଓ ଓ ଫିଲ୍ଡିଂ କୋଚ ଟି. ଦିଲ୍ଲୀପଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ତେଣୁ ଏମାନଙ୍କ ଜାଗାରେ ମଧ୍ୟ ନୂଆ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବ […] The post କାର୍ଯ୍ୟକାଳ ଆରମ୍ଭରୁ ଗମ୍ଭୀର-ବିସିସିଆଇ ମୁହାଁମୁହିଁ! appeared first on Dharitri Odia News.

କାର୍ଯ୍ୟକାଳ ଆରମ୍ଭରୁ ଗମ୍ଭୀର-ବିସିସିଆଇ ମୁହାଁମୁହିଁ!

ନୂଆଦିଲ୍ଲୀ,୧୩।୭: ଟିମ ଇଣ୍ଡିଆର ନୂଆ କୋଚ ହୋଇଛନ୍ତି ଗୌତମ ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ତେବେ ଦ୍ରାବିଡଙ୍କ ସହିତ ବ୍ୟାଟିଂ, କୋଚ ବିକ୍ରମ ରାଠୋର, ବୋଲିଂ କୋଚ ପାରସ ମହାମ୍ବ୍ରେ ଓ ଓ ଫିଲ୍ଡିଂ କୋଚ ଟି. ଦିଲ୍ଲୀପଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ତେଣୁ ଏମାନଙ୍କ ଜାଗାରେ ମଧ୍ୟ ନୂଆ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବ ବିସିସିଆଇ ।

ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିସିସିଆଇ ଆଗରେ ଗୌତମ ଗମ୍ଭୀର ରଖିଥିବା ସର୍ତ୍ତ ଅନୁସାରେ ଦଳର ସପୋର୍ଟ ଷ୍ଟାଫ ମଧ୍ୟ ତାଙ୍କ ପସନ୍ଦର ହେବେ । ଆଉ ସେଥିରେ ବିସିସିଆଇ ରାଜି ମଧ୍ୟ ହୋଇଥିଲା । ହେଲେ ଏହି କଥାକୁ ନେଇ ଏବେ ବିବାଦ ଦେଖାଦେଲାଣି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ. ବୋଲିଂ କୋଚ ଓ ଫିଲ୍ଡିଂ କୋଚକୁ ନେଇ ଗମ୍ଭୀର ଯେଉଁ ଦୁଇଜଣଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ତାକୁ ବିସିସିଆଇ ଗ୍ରହଣ କରିବାକୁ ରାଜି ନାହିଁ । ରିପୋର୍ଟ ଅନୁସାରେ ଭାରତୀୟ ଦଳର ଫିଲ୍ଡିଂ କୋଚ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଛନ୍ତି ଗୌତମ ଗମ୍ଭୀର। କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି ବିସିସିଆଇ। କାରଣ ଦଳର ସମସ୍ତ ସପୋର୍ଟ ଷ୍ଟାଫ ଭାରତୀୟ ହୋଇଥିବା ଆବଶ୍ୟକ ବୋଲି ବିସିସିଆଇ ଚାହୁଁଛି । ଟିମ ଇଣ୍ଡିଆର ପୂର୍ବତନ ଫିଲ୍ଡିଂ କୋଚ ଟି ଦିଲ୍ଲୀପଙ୍କୁ ବିସିସିଆଇ ପୁଣି ଥରେ ସେହି ପଦରେ ନିଯୁକ୍ତି ଦେବାକୁ ଆଗ୍ରହୀ ଥିବା କୁହାଯାଉଛି। ବୋଲିଂ କୋଚ କିଏ ହେବେ ତାକୁ ନେଇ ମଧ୍ୟ ଗମ୍ଭୀରଙ୍କ ସହ ବିସିସିଆଇର ମତଭେଦ ହୋଇଛି ।

ରିପୋର୍ଟ ଅନୁସାରେ ପୂର୍ବତନ ବୋଲର ବିନୟ କୁମାରଙ୍କୁ ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ଦେବା ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ ଗୌତମ ଗମ୍ଭୀର । କିନ୍ତୁ ଗମ୍ଭୀରଙ୍କ ଏହି ପ୍ରସ୍ତାବରେ ରାଜି ନାହିଁ ବିସିସିଆଇ । ବରଂ ଟିମ ଇଣ୍ଡିଆର ପୂର୍ବତନ ବୋଲର ଜାହିର ଖାନ କିମ୍ବା ଲକ୍ଷ୍ମୀପତି ବାଲାଜୀଙ୍କୁ ବୋଲିଂ କୋଚ ଭାବେ ଦାୟିତ୍ୱ ଦେବା ପାଇଁ କୁଆଡେ ବିସିସିଆଇ ବିଚାର କରୁଛି ।
ଆଉ ଏକ ସୂତ୍ରରୁ ଜଣାପଡିଛି କି ଏହି ଖବରରେ ସତ୍ୟତା ନାହିଁ। ଗୌତମ ଗମ୍ଭୀର ତାଙ୍କ ପସନ୍ଦର କୋଚିଂ ସପୋର୍ଟ ଷ୍ଟାଫଙ୍କ ନାଁ ବିସିସିଆଇକୁ ଦେଇଛନ୍ତି। ବିସିସିଆଇ ସେହି ନାଁ ଉପରେ ବିଚାର କରୁଛି। ସହଯୋଗୀ କୋଚ ପଦ ପାଇଁ ଗୌତମ ଗମ୍ଭୀର କୁଆଡେ ଅଭିଷେକ ନାୟାରଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ବିସିସିଆଇ ମଧ୍ୟ ତାଙ୍କୁ ନେବାକୁ ରାଜି ଥିବା ଜଣାପ ଅଭିଷେକ ଏବେ କୋଲକାତା ନାଇଟ ରାଇଡର୍ସରେ ସହଯୋଗୀ କୋଚ ଅଛନ୍ତି। କେକେଆର ଏଥର ଆଇପିଏଲ ଚାମ୍ପିୟନ ହେବା ପରେ ତାଙ୍କର ଅବଦାନକୁ ମଧ୍ୟ ସମସ୍ତେ ବହୁତ ପ୍ରଶଂସା କରିଥିଲେ।

 

The post କାର୍ଯ୍ୟକାଳ ଆରମ୍ଭରୁ ଗମ୍ଭୀର-ବିସିସିଆଇ ମୁହାଁମୁହିଁ! appeared first on Dharitri Odia News.