କାର୍ଯ୍ୟରତ ଯବାନଙ୍କ ଅକାଳ ମୃତ୍ୟୁ, ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

କାମାକ୍ଷାନଗର ୧୮।୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁରେ CRPF ଯବାନ ଥିବା ଶ୍ରୀବତ୍ସ ସାହୁଙ୍କ ମୃତ୍ୟୁ l ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ମୃତ୍ୟୁ ହୋଇଛି l ସୂଚନାଯୋଗ୍ୟ ଯେ, ତୁମୁସିଙ୍ଗା ଗ୍ରାମର ବାଳକୃଷ୍ଣ ସାହୁଙ୍କ ପୁତ୍ର ଶ୍ରୀବତ୍ସ ସାହୁ ପ୍ରାୟ ୩୦ବର୍ଷ ହେବ CRPFରେ ଚାକିରି କରି ଆସୁଥିଲେ l ସେ ପଶ୍ଚିମବଙ୍ଗର ମେଦିନିପୁର ସ୍ଥିତ ୱାଲଟର ଠାରେ ହେଡ଼ କନେଷ୍ଟବଳ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ l ସେ ଗତ ମାସେ ହେବ ଛୁଟିରେ ଆସି ଗାଁରେ ଥିବାବେଳେ ତାଙ୍କ ଲିଭର ଜନିତ ସମସ୍ୟା ହେବାରୁ କିଛି ଦିନ ହେବ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ l ରବିବାର ସକାଳୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ଶ୍ରୀବତ୍ସଙ୍କ ଅକାଳ ବିୟୋଗ ଖବର ପାଇ ମେଦିନିପୁର ୱାଲଟର ସ୍ଥିତ CRPF ଯବାନ ଓ ଅଧିକାରୀ ମାନେ ଭୁବନେଶ୍ୱରରେ ପହଞ୍ଚି ଶ୍ରୀବତ୍ସଙ୍କ ମୃତଦେହ ନିଜ ଗାଁ ତୁମୁସିଙ୍ଗାକୁ ଆଣିଥିଲେ l ସେଠାରେ ଶ୍ରୀବତ୍ସଙ୍କ ମୃତ୍ୟୁ ଖବର ପାଇ ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀ ଉପସ୍ଥିତ ହେବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ମୃତ ଯବାନଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିବାବେଳେ ଶ୍ରୀବତ୍ସ ନିଜ ଗାଁରେ ବେଶ ଜନପ୍ରିୟ ଥିଲେ l ମୃତଦେହ ଗାଁରେ ପହଂଚିବା ପରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ପରିବେଶ ଫାଟି ପଡୁଥିବା ବେଳେ ଜିଲ୍ଲା ପୋଲିସ ଓ CRPF

କାର୍ଯ୍ୟରତ ଯବାନଙ୍କ ଅକାଳ ମୃତ୍ୟୁ, ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

କାମାକ୍ଷାନଗର ୧୮ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁରେ CRPF ଯବାନ ଥିବା ଶ୍ରୀବତ୍ସ ସାହୁଙ୍କ ମୃତ୍ୟୁ l ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ମୃତ୍ୟୁ ହୋଇଛି l 

ସୂଚନାଯୋଗ୍ୟ ଯେ, ତୁମୁସିଙ୍ଗା ଗ୍ରାମର ବାଳକୃଷ୍ଣ ସାହୁଙ୍କ ପୁତ୍ର ଶ୍ରୀବତ୍ସ ସାହୁ ପ୍ରାୟ ୩୦ବର୍ଷ ହେବ CRPFରେ ଚାକିରି କରି ଆସୁଥିଲେ l ସେ ପଶ୍ଚିମବଙ୍ଗର ମେଦିନିପୁର ସ୍ଥିତ ୱାଲଟର ଠାରେ ହେଡ଼ କନେଷ୍ଟବଳ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ l ସେ ଗତ ମାସେ ହେବ ଛୁଟିରେ ଆସି ଗାଁରେ ଥିବାବେଳେ ତାଙ୍କ ଲିଭର ଜନିତ ସମସ୍ୟା ହେବାରୁ କିଛି ଦିନ ହେବ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ l ରବିବାର ସକାଳୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ଶ୍ରୀବତ୍ସଙ୍କ ଅକାଳ ବିୟୋଗ ଖବର ପାଇ ମେଦିନିପୁର ୱାଲଟର ସ୍ଥିତ CRPF ଯବାନ ଓ ଅଧିକାରୀ ମାନେ ଭୁବନେଶ୍ୱରରେ ପହଞ୍ଚି ଶ୍ରୀବତ୍ସଙ୍କ ମୃତଦେହ ନିଜ ଗାଁ ତୁମୁସିଙ୍ଗାକୁ ଆଣିଥିଲେ l ସେଠାରେ ଶ୍ରୀବତ୍ସଙ୍କ ମୃତ୍ୟୁ ଖବର ପାଇ ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀ ଉପସ୍ଥିତ ହେବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ମୃତ ଯବାନଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିବାବେଳେ ଶ୍ରୀବତ୍ସ ନିଜ ଗାଁରେ ବେଶ ଜନପ୍ରିୟ ଥିଲେ l ମୃତଦେହ ଗାଁରେ ପହଂଚିବା ପରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ପରିବେଶ ଫାଟି ପଡୁଥିବା ବେଳେ ଜିଲ୍ଲା ପୋଲିସ ଓ CRPF ଯବାନ ମାନଙ୍କ ଦ୍ୱାରା ଗାଁ ଶ୍ମାଶନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରୀବତ୍ସଙ୍କ ଅନ୍ତିମ ସଂସ୍କାର କରାଯାଇଛି l 

You Can Read:

ଆଳୁ ସଙ୍କଟ ଦୂର ପାଇଁ ସରକାରଙ୍କ ପଦକ୍ଷେପ, ଉତ୍ତର ପ୍ରଦେଶରୁ ଟ୍ରେନ୍ ଯୋଗେ ଆସିବ ଆଳୁ