କାର୍ଯ୍ୟରେ ଅବହେଳା ଅଭିଯୋଗ, ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ କାର୍ଯ୍ୟରତ ଡାକ୍ତରଙ୍କୁ ନୋଟିସ୍
ଜୟପୁର ୯।୧୧: କାର୍ଯ୍ୟରେ ଅବହେଳା ପାଇଁ ଏକା ଥରକେ ୨୫ଜଣ ଡାକ୍ତରଙ୍କୁ ନୋଟିସ । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ଏହି ନୋଟିସ ଜାରି କରାଯାଇଛି । ନିୟମିତ ଡାକ୍ତରଖାନାକୁ ଏମାନେ ଆସୁନଥିବା ଅଭିଯୋଗ ହୋଇଛି । ନୋଟିସ ଜାରି କରିଛନ୍ତି ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ । ଏପରିକି ଏହି ଡାକ୍ତରମାନେ ଗତ ୬ ତାରିଖ ଦିନ ଜୟପୁରରେ ଅନୁଷ୍ଠିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରିଭ୍ୟୁ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସମସ୍ତ ଡାକ୍ତରଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରମାନେ ଇନଡୋର୍ ଓ ଆଉଟଡୋରରେ ଥିବା ଫେସ୍ ବାୟୋମାଟ୍ରିକ୍ସରେ ମଧ୍ୟ ନିଜ ଉପସ୍ଥାନ ପକାଉନଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ କିଛି ଡାକ୍ତର ଏନେଇ ମୁହଁ ଖୋଲିଛନ୍ତି । ନୋଟିସ୍ ପାଇଥିବା ଡାକ୍ତର କହିଛନ୍ତି ଗତ ୬ ତାରିଖ ଦିନ ସେମାନେ ଆଉଟଡୋରରେ ରୋଗୀ ଦେଖୁଥିଲେ । ରୋଗୀଙ୍କୁ ଆଉଟଡୋରରେ ଛାଡି କେମିତି ବୈଠକରେ ଯୋଗ ଦେଇଥାନ୍ତେ ? ତେବେ ନିୟମିତ ଡାକ୍ତରଖାନା ଆସୁଥିବା ଓ ଉପସ୍ଥାନ ପକାଉଥିବା ସେମାନେ କହିଛନ୍ତି । ନୋଟିସର ଜବାବ ସେମାନେ ଲିଖିତ ନୁହେଁ ବରଂ ମୌଖିକ ଭାବେ ଦେବେ ବ
ଜୟପୁର ୯।୧୧: କାର୍ଯ୍ୟରେ ଅବହେଳା ପାଇଁ ଏକା ଥରକେ ୨୫ଜଣ ଡାକ୍ତରଙ୍କୁ ନୋଟିସ । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ଏହି ନୋଟିସ ଜାରି କରାଯାଇଛି । ନିୟମିତ ଡାକ୍ତରଖାନାକୁ ଏମାନେ ଆସୁନଥିବା ଅଭିଯୋଗ ହୋଇଛି । ନୋଟିସ ଜାରି କରିଛନ୍ତି ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ । ଏପରିକି ଏହି ଡାକ୍ତରମାନେ ଗତ ୬ ତାରିଖ ଦିନ ଜୟପୁରରେ ଅନୁଷ୍ଠିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରିଭ୍ୟୁ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସମସ୍ତ ଡାକ୍ତରଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରମାନେ ଇନଡୋର୍ ଓ ଆଉଟଡୋରରେ ଥିବା ଫେସ୍ ବାୟୋମାଟ୍ରିକ୍ସରେ ମଧ୍ୟ ନିଜ ଉପସ୍ଥାନ ପକାଉନଥିବା ଅଭିଯୋଗ ହୋଇଛି ।
ତେବେ ଏନେଇ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ କିଛି ଡାକ୍ତର ଏନେଇ ମୁହଁ ଖୋଲିଛନ୍ତି । ନୋଟିସ୍ ପାଇଥିବା ଡାକ୍ତର କହିଛନ୍ତି ଗତ ୬ ତାରିଖ ଦିନ ସେମାନେ ଆଉଟଡୋରରେ ରୋଗୀ ଦେଖୁଥିଲେ । ରୋଗୀଙ୍କୁ ଆଉଟଡୋରରେ ଛାଡି କେମିତି ବୈଠକରେ ଯୋଗ ଦେଇଥାନ୍ତେ ? ତେବେ ନିୟମିତ ଡାକ୍ତରଖାନା ଆସୁଥିବା ଓ ଉପସ୍ଥାନ ପକାଉଥିବା ସେମାନେ କହିଛନ୍ତି । ନୋଟିସର ଜବାବ ସେମାନେ ଲିଖିତ ନୁହେଁ ବରଂ ମୌଖିକ ଭାବେ ଦେବେ ବୋଲି କହିଛନ୍ତି ।
You Can Read:
ଭରତପୁର ଥାନା ବିବାଦ ଘଟଣା : କ୍ରାଇମବ୍ରାଞ୍ଚ ହାତରେ ଫରେନସିକ୍ ରିପୋର୍ଟ, ଗୁଜୁରାଟ ଲାବ୍ରୁ ଆସିଲା