କାର୍ଯ୍ୟରେ ଯୋଗ ଦିଅ, ନହେଲେ ହେବ ନିଲମ୍ବନ ; ଓଏଏସ ଅଧିକାରୀଙ୍କୁ ସରକାରଙ୍କ କଡା ତାଗିଦ୍
କନକ ବ୍ୟରୋ: ଓଏଏଏସ ଅଧିକାରୀଙ୍କୁ ସରକାରଙ୍କ କଡ଼ା ତାଗିଦ। ୧୦ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଏଏସ ଅଧିକାରୀଙ୍କୁ ଦିଆଯାଇଥିବା ବିଭାଗୀୟ ଦାୟିତ୍ବ ନନେଲେ ୧୧ତାରିଖରେ ନିଲମ୍ବନ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି। ନଭେମ୍ବର ୨୬ତାରିଖରେ କିଛି ଓଏଏସ ଅଧିକାରୀଙ୍କୁ ବଦଳି କରାଯିବା ସହ ନୂଆ ଦାୟିତ୍ବ ଦିଆଯଇଥିଲା। ଏବଂ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଥିଲା। କିନ୍ତୁ ବାରମ୍ବାର ତାଗିଦ ସତ୍ତ୍ବେ କିଛି ଅଧିକାରୀ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ତେଣୁ ଜିଲ୍ଲାପାଳ ଓ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ବି କିଛି ଅଧିକାରୀ କାର୍ଯ୍ୟରେ ଯୋଗଦେଇନାହାନ୍ତି।