କାର୍ଯ୍ୟରେ ଯୋଗଦେଲେ ବୌଦ୍ଧର ନୂଆ ଏସ୍‌ପି ନାଗରାଜ ଦେଭରାକୋଣ୍ଡା

ବୌଦ୍ଧ ୧।୧୦: ବୌଦ୍ଧ ଜିଲ୍ଲାରେ ୩୪ତମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ବେଙ୍ଗାଲୁରୁ କ୍ୟାଡ଼ର ୨୦୧୮ ବ୍ୟାଚ୍‌ର IPS ଅଧିକାରୀ ନାଗାରାଜୁ ଦେବରକୋଣ୍ଡା । ନୂତନ ଏସ୍‌ପି ମଙ୍ଗଳବାର ମଧ୍ୟାହ୍ନରେ ଏସ୍‌ପି କାର୍ଯ୍ୟାଳୟକୁ ଆସି ପୂର୍ବତନ ଏସ୍‌ପି ରାଜ ପ୍ରସାଦଙ୍କ ଠାରୁ ନିଜର ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ସେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, DSP ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ସାକ୍ଷାତ କରିଛନ୍ତି । ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ଜିଲ୍ଲାରେ ମୁଖ୍ୟତଃ ଦୁଇଟି ବଡ ସମସ୍ୟା ରହିଛି । ଗୋଟିଏ ମାଓ ସମସ୍ୟା ଏବଂ ଅନ୍ୟଟି ଜିଲ୍ଲାରେ ପ୍ରଚୁର ପରିମାଣ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ଚାଲାଣ । ତେବେ ଏହି ଦୁଇ ବଡ ସମସ୍ୟା ଉପରେ ପୂର୍ବରୁ ଯେମିତି ଭାବେ ଗୁରୁତ୍ଵ ଦିଆଯାଉଥିଲା ସେହିଭଳି ଭାବେ ଆଗାମୀ ଦିନରେ ମଧ୍ୟ ଜିଲ୍ଲାକୁ ମାଓ ମୁକ୍ତ କରିବା ସହିତ ନିଶା ମୁକ୍ତ କରିବାକୁ ମଧ୍ୟ ଉଚିତ ପଦକ୍ଷେପ ନିଆଯିବ ବୋଲି ନୂତନ ଏସ୍‌ପି ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାରେ ପ୍ରତ୍ୟେକ ଥାନା ଗୁଡିକରେ ସାଧାରଣ ଲୋକଙ୍କୁ ଉଚିତ ବ୍ୟବହାର ଦେବା ସହିତ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ ଏବଂ ଜିଲ୍ଲାର ଜନସାଧାରଣ ଯେକୌଣସି ମ

କାର୍ଯ୍ୟରେ ଯୋଗଦେଲେ ବୌଦ୍ଧର ନୂଆ ଏସ୍‌ପି ନାଗରାଜ ଦେଭରାକୋଣ୍ଡା

ବୌଦ୍ଧ ୧।୧୦: ବୌଦ୍ଧ ଜିଲ୍ଲାରେ ୩୪ତମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ବେଙ୍ଗାଲୁରୁ କ୍ୟାଡ଼ର ୨୦୧୮ ବ୍ୟାଚ୍‌ର IPS ଅଧିକାରୀ ନାଗାରାଜୁ ଦେବରକୋଣ୍ଡା । ନୂତନ ଏସ୍‌ପି ମଙ୍ଗଳବାର ମଧ୍ୟାହ୍ନରେ ଏସ୍‌ପି କାର୍ଯ୍ୟାଳୟକୁ ଆସି ପୂର୍ବତନ ଏସ୍‌ପି ରାଜ ପ୍ରସାଦଙ୍କ ଠାରୁ ନିଜର ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ସେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, DSP ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ସାକ୍ଷାତ କରିଛନ୍ତି । ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ଜିଲ୍ଲାରେ ମୁଖ୍ୟତଃ ଦୁଇଟି ବଡ ସମସ୍ୟା ରହିଛି । ଗୋଟିଏ ମାଓ ସମସ୍ୟା ଏବଂ ଅନ୍ୟଟି ଜିଲ୍ଲାରେ ପ୍ରଚୁର ପରିମାଣ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ଚାଲାଣ । ତେବେ ଏହି ଦୁଇ ବଡ ସମସ୍ୟା ଉପରେ ପୂର୍ବରୁ ଯେମିତି ଭାବେ ଗୁରୁତ୍ଵ ଦିଆଯାଉଥିଲା ସେହିଭଳି ଭାବେ ଆଗାମୀ ଦିନରେ ମଧ୍ୟ ଜିଲ୍ଲାକୁ ମାଓ ମୁକ୍ତ କରିବା ସହିତ ନିଶା ମୁକ୍ତ କରିବାକୁ ମଧ୍ୟ ଉଚିତ ପଦକ୍ଷେପ ନିଆଯିବ ବୋଲି ନୂତନ ଏସ୍‌ପି ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାରେ ପ୍ରତ୍ୟେକ ଥାନା ଗୁଡିକରେ ସାଧାରଣ ଲୋକଙ୍କୁ ଉଚିତ ବ୍ୟବହାର ଦେବା ସହିତ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ ଏବଂ ଜିଲ୍ଲାର ଜନସାଧାରଣ ଯେକୌଣସି ମୁହୂର୍ତ୍ତରେ ନିଜର ଅଭିଯୋଗ ମୋ ପାଖକୁ ଆଣିପାରିବେ ଏବଂ ଆମେ ସବୁବେଳେ ଜନସାଧାରଣଙ୍କ ସହିତ ଅଛୁ ବୋଲି କହିଛନ୍ତି ଏସ୍‌ପି । 


You Can Read:

ଶ୍ରୀମନ୍ଦିରରେ ଲୁହା କଡ଼େଇ ବ୍ୟବହାର : ରୋଷଘରେ ୩ ସୁପକାରଙ୍କ ପ୍ରବେଶ ନିଷିଦ୍ଧ, ମହାପ୍ରଭୁଙ୍କ ସେବାପୂଜାରୁ ଜଣେ ନିଲମ୍ବିତ