କାର୍ଯ୍ୟସ୍ଥଳୀରେ ବରିଷ୍ଠଙ୍କ ତାଗିଦ୍ 'ଉଦ୍ଦେଶ୍ୟ ମୂଳକ ଅପମାନ' ନୁହେଁ; ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଓ୍ବାର୍କ ପ୍ଲେସ୍ ଅର୍ଥାତ୍ ଅଫିସରେ ସିନିୟରଙ୍କ ତାଗିଦକୁ ‘ଉଦ୍ଦେଶ୍ୟ ମୂଳକ ଅପମାନ’ କୁହାଯିବ ନାହିଁ । ଏହାକୁ ନେଇ ଅପରାଧିକ ମାମଲା ରୁଜୁ ହୋଇପାରିବ ନାହିଁ । ଏକ ଆବେଦନର ଶୁଶାଣି କରି ଜୁନିୟର କର୍ମଚାରୀଙ୍କ ଆବେଦନକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ଅଦାଲତ କହିଛନ୍ତି, ଅଫିସରେ ସିନିୟରଙ୍କ ତାଗିଦକୁ ଅପରାଧିକ ମାମଲା ପରିସରଭୂକ୍ତ କଲେ, ଏହାର ପରିଣାମ ଆଗକୁ ଭୟଙ୍କର ହେବ । ଅଫିସର ଅନୁଶାସନପୂର୍ଣ୍ଣ ମାହୋଲ ପ୍ରଭାବିତ ହୋଇପାରେ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ସନ୍ଦୀପ ମେହାଙ୍କ ଖଣ୍ଡପୀଠ କହିଛନ୍ତି, କେବଳ ଅପଶବ୍ଦ, ଅସଭ୍ୟତା, ଅଭଦ୍ର ବ୍ୟବହାରକୁ ଭାରତୀୟ ଦଣ୍ଡ ବିଧାନ ନ୍ୟାୟ ସଂହିତା ଧାରା-୫୦୪ରେ ‘ଉଦ୍ଦେଶ୍ୟ ମୂଳକ ଅପମାନ’ ବୋଲି କୁହାଯାଇନାହିଁ । ଆଇପିସିର ଧାରା ୫୦୪ରେ ଶାନ୍ତିଭଙ୍ଗ ଉଦ୍ଦେଶ୍ୟକୁ ଅପମାନ ପରିସର ଭିତରେ ରଖାଯାଇଛି । ଏଥିରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି । ଏହାକୁ ୨୦୨୪ରେ ଭାରତୀୟ ନ୍ୟାୟ ସଂହିତା ବିଏନସର ଧାରା-୩୫୨କୁ ପରିବର୍ତ୍ତନ କରାଯାଇଛି ।୨୦୨୨ରେ ଏହି ମାମଲାରୁ ପ୍ରଥମେ ସୁପ୍ରିମକୋର୍ଟ ଖାରଜ୍ କରିଥିଲେ । ଜାତୀୟ ମାନସିକ ଭିନ୍ନକ୍ଷମ ସଶକ୍ତିକରଣ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପରେ ଜଣେ ସହାୟକ ଅଧ୍ୟାପକ ଅପମାନ କରୁଥିବାର ଅଭିଯୋଗ କରିଥିଲେ । ମାମଲାରେ ଉଲ୍ଲେଖ ରହିଥିଲା କି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେ
ନୂଆଦିଲ୍ଲୀ: ଓ୍ବାର୍କ ପ୍ଲେସ୍ ଅର୍ଥାତ୍ ଅଫିସରେ ସିନିୟରଙ୍କ ତାଗିଦକୁ ‘ଉଦ୍ଦେଶ୍ୟ ମୂଳକ ଅପମାନ’ କୁହାଯିବ ନାହିଁ । ଏହାକୁ ନେଇ ଅପରାଧିକ ମାମଲା ରୁଜୁ ହୋଇପାରିବ ନାହିଁ । ଏକ ଆବେଦନର ଶୁଶାଣି କରି ଜୁନିୟର କର୍ମଚାରୀଙ୍କ ଆବେଦନକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ଅଦାଲତ କହିଛନ୍ତି, ଅଫିସରେ ସିନିୟରଙ୍କ ତାଗିଦକୁ ଅପରାଧିକ ମାମଲା ପରିସରଭୂକ୍ତ କଲେ, ଏହାର ପରିଣାମ ଆଗକୁ ଭୟଙ୍କର ହେବ । ଅଫିସର ଅନୁଶାସନପୂର୍ଣ୍ଣ ମାହୋଲ ପ୍ରଭାବିତ ହୋଇପାରେ ବୋଲି କୋର୍ଟ କହିଛନ୍ତି ।
ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ସନ୍ଦୀପ ମେହାଙ୍କ ଖଣ୍ଡପୀଠ କହିଛନ୍ତି, କେବଳ ଅପଶବ୍ଦ, ଅସଭ୍ୟତା, ଅଭଦ୍ର ବ୍ୟବହାରକୁ ଭାରତୀୟ ଦଣ୍ଡ ବିଧାନ ନ୍ୟାୟ ସଂହିତା ଧାରା-୫୦୪ରେ ‘ଉଦ୍ଦେଶ୍ୟ ମୂଳକ ଅପମାନ’ ବୋଲି କୁହାଯାଇନାହିଁ । ଆଇପିସିର ଧାରା ୫୦୪ରେ ଶାନ୍ତିଭଙ୍ଗ ଉଦ୍ଦେଶ୍ୟକୁ ଅପମାନ ପରିସର ଭିତରେ ରଖାଯାଇଛି । ଏଥିରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି । ଏହାକୁ ୨୦୨୪ରେ ଭାରତୀୟ ନ୍ୟାୟ ସଂହିତା ବିଏନସର ଧାରା-୩୫୨କୁ ପରିବର୍ତ୍ତନ କରାଯାଇଛି ।
୨୦୨୨ରେ ଏହି ମାମଲାରୁ ପ୍ରଥମେ ସୁପ୍ରିମକୋର୍ଟ ଖାରଜ୍ କରିଥିଲେ । ଜାତୀୟ ମାନସିକ ଭିନ୍ନକ୍ଷମ ସଶକ୍ତିକରଣ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପରେ ଜଣେ ସହାୟକ ଅଧ୍ୟାପକ ଅପମାନ କରୁଥିବାର ଅଭିଯୋଗ କରିଥିଲେ । ମାମଲାରେ ଉଲ୍ଲେଖ ରହିଥିଲା କି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍ଯ୍ୟଳୟର ସମସ୍ତ ଜୁନିୟରଙ୍କ ସାମ୍ନାରେ ତାଙ୍କୁ ତାଗିଦ କରିବା ସହିତ ଅଭଦ୍ର ଅପମାନ କରିଥିଲେ । କୋଭିଡ୍-୧୯ ସମୟରେ ନିର୍ଦ୍ଦେଶକ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ୍ ପ୍ରଦାନ କରିନଥିଲେ । ଫଳରେ ରୋଗୀ ସଂକ୍ରମଣର ଭୟାବହତା ଅଧିକ ଥିଲା । ଏହାକୁ ନେଇ ନିର୍ଦ୍ଦେଶ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ତାଗିଦ୍ କରିଥିଲେ । ଏହାକୁ ନେଇ ସର୍ବୋଚ୍ଚ କୋର୍ଟ କହିଛନ୍ତି ଅଫିସରେ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ହୋଇଥିବା ତାଗିଦ୍ କିମ୍ବା ଅପମାନ କୌଣସି ଉଦ୍ଦେଶ୍ୟମୂଳକ ନୁହେଁ । କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ କାର୍ଯ୍ୟସ୍ଥଳିରେ ତାଗିଦ୍ ଅନୁଶାସନ ପାଇଁ ଦିଆଯାଇପାରେ ବୋଲି କୋର୍ଟ କହିଛନ୍ତି । ...