କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ୨ ବେପାରୀଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର ୫/୭:କାରରେ ଚାଲାଣ ହେଉଥିଲା ଗଞ୍ଜେଇ । ମାଡିବସିଲା ପୋଲିସ । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ବେପାରୀଙ୍କୁ ଗିରଫ କରିଛି ଗୁଣୁପୁର ପୋଲିସ । ଗଞ୍ଜେଇ ଚାଲାଣ ହେଉଥିବା କାର୍‌ ସହ ୬୦କେଜି ୭୬୦ ଗ୍ରାମ ଗଞ୍ଜେଇ ,ନଗଦ ୧୯ଶହ ଟଙ୍କା ଓ ୨ଟି ମୋବାଇଲ ଜବତ କରିଛି ପୋଲିସ । ଗିରଫ ୨ ଜଣ ହେଲେ ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅଥାଲିମା ଗାଁର ୨୦ ବର୍ଷୀୟ ଆଶିଷ କୁମାର ବୀର ଓ ଟାବାର ସାହି ଗାଁର ୩୪ ବର୍ଷୀୟ ଜୟନ୍ତ ଗମାଙ୍ଗ । ପୋଲିସ ଖର୍ଲିଂ ଗେଟ୍‌ ନିକଟରେ ଗାଡି ଯାଞ୍ଚ କରୁଥିବାବେଳେ କାର୍‌ଟିକୁ ଦେଖି ସନ୍ଦେହ ହୋଇଥିଲା । ଯାଞ୍ଚ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।  