କାଲି ଓଡ଼ିଶା ଆସିବେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : କାଲି ଓଡ଼ିଶା ଆସିବେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ । ଭାରତୀୟ ହକି ତାରକାଙ୍କୁ ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି ସରିଛି । ଦିନ ସାଢେ ୧୨ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ହକି ତାରକା । ସେମାନଙ୍କ ସ୍ବାଗତ ପାଇଁ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍ ଯାଏ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଅପରାହ୍ନରେ କଳିଙ୍ଗ ଷ୍ଟାଡ଼ିୟମରେ ବ୍ରୋଞ୍ଜ ବିଜେତା ଦଳକୁ ସମ୍ବର୍ଦ୍ଧନା ସହ ଘୋଷିତ ପୁରସ୍କାର ରାଶି ପ୍ରଦାନ […] The post କାଲି ଓଡ଼ିଶା ଆସିବେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି appeared first on KNews Odisha.

କାଲି ଓଡ଼ିଶା ଆସିବେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି
hockey

ଭୁବନେଶ୍ୱର : କାଲି ଓଡ଼ିଶା ଆସିବେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ । ଭାରତୀୟ ହକି ତାରକାଙ୍କୁ ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି ସରିଛି । ଦିନ ସାଢେ ୧୨ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ହକି ତାରକା । ସେମାନଙ୍କ ସ୍ବାଗତ ପାଇଁ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍ ଯାଏ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି ।

ଅପରାହ୍ନରେ କଳିଙ୍ଗ ଷ୍ଟାଡ଼ିୟମରେ ବ୍ରୋଞ୍ଜ ବିଜେତା ଦଳକୁ ସମ୍ବର୍ଦ୍ଧନା ସହ ଘୋଷିତ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ପୂର୍ବରୁ ଅଲମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ହକି ପୁରୁଷ ଦଳଙ୍କୁ ରାଜ୍ଯ ସରକାରଙ୍କ ସ୍ବତନ୍ତ୍ର ପୁରସ୍କାର ଘୋଷଣା କରିଛନ୍ତି ।

ବିଜେତା ଟିମର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ । ସେହିପରି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି । ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ହକି ଟିମ୍ ବିଜୟୀ ହେବା ପରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ମଧ୍ୟ ଖେଳାଳିଙ୍କୁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

The post କାଲି ଓଡ଼ିଶା ଆସିବେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି appeared first on KNews Odisha.