ଏମିତି ବି ଆସେ ମୃତ୍ୟୁ: ଚଣ୍ଡିଖୋଲରେ ଛାତିରେ ହେଲା ଯନ୍ତ୍ରଣା, ଜାରକାରେ…
ଧର୍ମଶାଳା, ୨୦। ୬ (ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟରେ ଜଣେ ଟ୍ରକ ଡ୍ରାଇଭରଙ୍କ ହୃଦଘାତରେ ମତ୍ୟୁ ଘଟିଛି। ସୁଚନା ମୁତାବକ ଟିଏନ- ୨୪ଏଡି – ୭୫୭୯ ନଂ ଟ୍ରକ କଟକ ଅଞ୍ଚଳରୁ କିଛି ଜିନିଷ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ଟ୍ରାକରେ ଥିବା ହେଲପର ଟ୍ରକ ଚଳାଇ ଜାରକା ଆସି […] The post ଏମିତି ବି ଆସେ ମୃତ୍ୟୁ: ଚଣ୍ଡିଖୋଲରେ ଛାତିରେ ହେଲା ଯନ୍ତ୍ରଣା, ଜାରକାରେ… appeared first on Dharitri Odia News.
ଧର୍ମଶାଳା, ୨୦। ୬ (ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟରେ ଜଣେ ଟ୍ରକ ଡ୍ରାଇଭରଙ୍କ ହୃଦଘାତରେ ମତ୍ୟୁ ଘଟିଛି।
ସୁଚନା ମୁତାବକ ଟିଏନ- ୨୪ଏଡି – ୭୫୭୯ ନଂ ଟ୍ରକ କଟକ ଅଞ୍ଚଳରୁ କିଛି ଜିନିଷ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ଟ୍ରାକରେ ଥିବା ହେଲପର ଟ୍ରକ ଚଳାଇ ଜାରକା ଆସି ରାସ୍ତା କଡ଼ରେ ଟ୍ରକ ଲଗାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ତେବେ ଡ୍ରାଇଭରଙ୍କ ଏଭଳି ମତ୍ୟୁକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
The post ଏମିତି ବି ଆସେ ମୃତ୍ୟୁ: ଚଣ୍ଡିଖୋଲରେ ଛାତିରେ ହେଲା ଯନ୍ତ୍ରଣା, ଜାରକାରେ… appeared first on Dharitri Odia News.