'କାଲି ନବୀନଙ୍କୁ ଗାଳି କରୁଥିଲେ, ଆଜି ପ୍ରଶଂସା କରିବେ'

ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର। ବାଲେଶ୍ବରରେ ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।

'କାଲି ନବୀନଙ୍କୁ ଗାଳି କରୁଥିଲେ, ଆଜି ପ୍ରଶଂସା କରିବେ'

୨୦୨୪ ଲୋକସଭା ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର। ବାଲେଶ୍ବରରେ ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ। ନିକଟରେ ବିଜେପି ଛାଡି ବିଜେଡିରେ ମିଶିବା ପରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି। ଏହାପରେ ସେ ବାଲେଶ୍ବର ଆସନରୁ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ଲଢିବେ। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ।