କାଲି ନେଇଥିଲେ ଶପଥ, ଆଜି ମନ୍ତ୍ରୀପଦ ଛାଡ଼ିବାକୁ ଚାହୁଁଛନ୍ତି ଭାଜପାର ଏହି ଏମ୍‌ପି

ନୂଆଦିଲ୍ଲୀ, ୧୦ା୬: କେରଳରେ ଭାଜପାର ପ୍ରଥମ ଏମ୍‌ପି ସୁରେଶ ଗୋପୀ ରବିବାର କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲା ବେଳେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ଶପଥ ଗ୍ରହଣ ସମାରୋହ ପରେ ଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ”ସେ ମନ୍ତ୍ରୀ ପଦ ମାଗି ନଥିଲେ ଏବଂ ଖୁବ୍ ଶୀଘ୍ର ତାଙ୍କୁ ପଦବୀରୁ ମୁକ୍ତ କରାଯିବ ବୋଲି ଆଶା ରହିଛି।” ପ୍ରକୃତରେ, ତାଙ୍କ ମନ୍ତ୍ରୀ ପଦ ଛାଡିବାର […] The post କାଲି ନେଇଥିଲେ ଶପଥ, ଆଜି ମନ୍ତ୍ରୀପଦ ଛାଡ଼ିବାକୁ ଚାହୁଁଛନ୍ତି ଭାଜପାର ଏହି ଏମ୍‌ପି appeared first on Dharitri Odia News.

କାଲି ନେଇଥିଲେ ଶପଥ, ଆଜି ମନ୍ତ୍ରୀପଦ ଛାଡ଼ିବାକୁ ଚାହୁଁଛନ୍ତି ଭାଜପାର ଏହି ଏମ୍‌ପି

ନୂଆଦିଲ୍ଲୀ, ୧୦ା୬: କେରଳରେ ଭାଜପାର ପ୍ରଥମ ଏମ୍‌ପି ସୁରେଶ ଗୋପୀ ରବିବାର କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲା ବେଳେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ଶପଥ ଗ୍ରହଣ ସମାରୋହ ପରେ ଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ”ସେ ମନ୍ତ୍ରୀ ପଦ ମାଗି ନଥିଲେ ଏବଂ ଖୁବ୍ ଶୀଘ୍ର ତାଙ୍କୁ ପଦବୀରୁ ମୁକ୍ତ କରାଯିବ ବୋଲି ଆଶା ରହିଛି।”

ପ୍ରକୃତରେ, ତାଙ୍କ ମନ୍ତ୍ରୀ ପଦ ଛାଡିବାର କାରଣ ବିଷୟରେ ସେ କହିଛନ୍ତି ଯେ ମୁଁ ଅନେକ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଛି ଏବଂ ତାଙ୍କୁ ତାହା କରିବାକୁ ହେବ। ସୁରେଶ ଗୋପୀ କହିଛନ୍ତି ଯେ ମୁଁ ଥ୍ରୀସୁର ସାଂସଦ ଭାବରେ କାର୍ଯ୍ୟ କରିବି। ଥ୍ରୀସୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ସୁରେଶ ଗୋପୀ ଜିତି କେରଳର ପ୍ରଥମ ଭାଜପା ଏମ୍‌ପି ଭାବରେ ଇତିହାସରେ ତାଙ୍କ ନାମ ଲେଖିଛନ୍ତି। ସୁରେଶ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ପ୍ରାର୍ଥୀ ଭି ଏସ୍ ସୁନୀଲ କୁମାରଙ୍କୁ ୭୪୬୮୬ ଭୋଟରେ ପରାସ୍ତ କରିଛନ୍ତି।

ସୁରେଶ କହିଛନ୍ତି, ” ମୋର ଉଦେଶ୍ୟ ଏମ୍‌ପି ଭାବେ କାମ କରିବା । ମୁଁ କିଛି ମାଗିନାହିଁ, ମୁଁ କହିଥିଲି ମୋତେ ଏହି ପଦବୀ ଆବଶ୍ୟକ ନାହିଁ। ମୋତେ ଲାଗୁଚି ମୁଁ ଏହି ପଦବୀରୁ ଖୁବଶୀଘ୍ର ମୁକ୍ତି ପାଇବି। ଥ୍ରୀସୁର ଭୋଟରଙ୍କର କୌଣସି ଅସୁବିଧା ନାହିଁ। ସେମାନେ ଏହା ଜାଣନ୍ତି ଏବଂ ଜଣେ ଏମ୍‌ପି ଭାବେ ମୁଁ ଭଲ କାମ କରିପାରିବି। ମୋତେ କୌଣସି ପରିସ୍ଥିତିରେ ମୋର ଫିଲ୍ମ କରିବାର ଅଛି।”

The post କାଲି ନେଇଥିଲେ ଶପଥ, ଆଜି ମନ୍ତ୍ରୀପଦ ଛାଡ଼ିବାକୁ ଚାହୁଁଛନ୍ତି ଭାଜପାର ଏହି ଏମ୍‌ପି appeared first on Dharitri Odia News.