କାଲି-ପହରଦିନ ଭାରି ବର୍ଷା ଚେତାବନୀ, ଚାଷୀଭାଇ ମାନଙ୍କୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ବର : କାଲିଠୁ ପୁଣି ଓଡିଶାରେ ଆରମ୍ଭ ହେବ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା । ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି ,କୋରାପୁଟ,ଖୋର୍ଦ୍ଧା, ନୟାଗଡ଼,କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଉପକୂଳ […]

କାଲି-ପହରଦିନ ଭାରି ବର୍ଷା ଚେତାବନୀ, ଚାଷୀଭାଇ ମାନଙ୍କୁ ସତର୍କ କଲା ପାଣିପାଗ ବିଭାଗ
Heavy rain fall in Odisha

ଭୁବନେଶ୍ବର : କାଲିଠୁ ପୁଣି ଓଡିଶାରେ ଆରମ୍ଭ ହେବ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା । ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି ,କୋରାପୁଟ,ଖୋର୍ଦ୍ଧା, ନୟାଗଡ଼,କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି।

ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି,ରାୟଗଡ଼ା, ମାଲକାନାଗିରି,କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା। ୨୪ ତାରିଖରେ ବର୍ଷା ରହିଥିବା ବେଳେ ୨୫ ତାରିଖଠୁ ଟିକେ କମିବ ବର୍ଷାର ପରିମାଣ। ପୁଣି ୨୭ ତାରିଖରେ ଆଉ ଏକ ପଶ୍ଚିମାଝଡ ସକ୍ରିୟ ହେବ। ପ୍ରଭାବରେ ରାଜ୍ୟ ଅଧିକାଂଶ ଅଞ୍ଚଳରେ କୋହଲା ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ରାଜ୍ୟରେ ବର୍ଷା ସହ ଶୀତ ର ପ୍ରକୋପ ରହିଛି। ଆସନ୍ତା ଦୁଇ ଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବା ସହ ଶୀତ ବଢିବ। ବର୍ଷା, ଶୀତ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବ। ଘନ କୁହୁଡି ନେଇ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ ଏବଂ କଳାହାଣ୍ଡି ଜିଲ୍ଲା କୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ର ପ୍ରଭାବ ଅଧିକ ରହିଥିବାରୁ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ କରି ଅମଳ ଫସଲ ଯଥାସମ୍ଭବ ଘୋଡେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି।