କାଲି ରାକ୍ଷୀ ଛୁଆ ଜନ୍ମ ଦେଇଥିଲା, ଆଜି ଜୁଲୁ ଆରପାରିକୁ ଚାଲିଗଲା : ୭କୁ କମିଲା ନନ୍ଦନକାନନର ସିମ୍ପାଞ୍ଜି ସଂଖ୍ୟା
ଭୁବନେଶ୍ବର : ଗତକାଲି ନନ୍ଦନକାନନରର ୬୫ତମ ପ୍ରତିଷ୍ଠା ଦିବସରେ ସିମ୍ପାଜି ରାକ୍ଷୀ ଏକ ଛୁଆ ଜନ୍ମ କରିଥିଲା। ଯାହା ସମସ୍ତଙ୍କୁ ଉଲ୍ଲସିତ କରିଥିଲା। ହେଲେ ଆଜି ନନ୍ଦନକାନକକୁ ଆସିଥିବା ପ୍ରଥମ ସିମ୍ପାଜି ଜୁଲୁ ଆରପାରିକୁ ଚାଲିଯାଇଛି। ବୟସାଧିକ କାରଣରୁ ସିମ୍ପାଞ୍ଜି ଜୁଲୁର ମୃତ ହୋଇଥିବା କୁହାଯାଉଛି। ୧୯୮୮ରେ ସିଙ୍ଗାପୁରରେ ଜନ୍ମ ହୋଇଥିବା ଜୁଲୁ ୧୯୯୪ ମେ’ ୧୬ରେ ସିଙ୍ଗାପୁରରୁ ନନ୍ଦନକାନନକୁ ଆସିଥିଲା। ୩୬ ବର୍ଷ ବୟସରେ ସିମ୍ପାଞ୍ଜି ଜୁଲୁର ମୃତ୍ୟୁ ହୋଇଛି। ଜୁଲୁର ମୃତ୍ୟୁ ହେବାରୁ ନନ୍ଦନକାନନ […]

ଭୁବନେଶ୍ବର : ଗତକାଲି ନନ୍ଦନକାନନରର ୬୫ତମ ପ୍ରତିଷ୍ଠା ଦିବସରେ ସିମ୍ପାଜି ରାକ୍ଷୀ ଏକ ଛୁଆ ଜନ୍ମ କରିଥିଲା। ଯାହା ସମସ୍ତଙ୍କୁ ଉଲ୍ଲସିତ କରିଥିଲା। ହେଲେ ଆଜି ନନ୍ଦନକାନକକୁ ଆସିଥିବା ପ୍ରଥମ ସିମ୍ପାଜି ଜୁଲୁ ଆରପାରିକୁ ଚାଲିଯାଇଛି। ବୟସାଧିକ କାରଣରୁ ସିମ୍ପାଞ୍ଜି ଜୁଲୁର ମୃତ ହୋଇଥିବା କୁହାଯାଉଛି। ୧୯୮୮ରେ ସିଙ୍ଗାପୁରରେ ଜନ୍ମ ହୋଇଥିବା ଜୁଲୁ ୧୯୯୪ ମେ’ ୧୬ରେ ସିଙ୍ଗାପୁରରୁ ନନ୍ଦନକାନନକୁ ଆସିଥିଲା। ୩୬ ବର୍ଷ ବୟସରେ ସିମ୍ପାଞ୍ଜି ଜୁଲୁର ମୃତ୍ୟୁ ହୋଇଛି। ଜୁଲୁର ମୃତ୍ୟୁ ହେବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୭କୁ କମିଛି।
ସୂଚନାଯୋଗ୍ୟ ଖୁଆଡ଼ ନମ୍ବର ୬୦ରେ ରହୁଥିବା ୧୩ ବର୍ଷର ସିମ୍ପାଜି ରାକ୍ଷୀ ରବିବାର ଏହି ଛୁଆ ଜନ୍ମ ଦେଇଥିଲା। ୧୯୯୪ ମେ’ ୧୬ରେ ସିଙ୍ଗାପୁରରୁ ନନ୍ଦନକାନନକୁ ଅଣ୍ଡିରା ସିମ୍ପାଜି ଜୁଲୁ ଓ ମାଈ ସିମ୍ପାଜି ପମ୍ପେଟା ଆସିଥିଲେ। ଏମାନଙ୍କ ମିଳନରୁ ନନ୍ଦନକାନନରେ ସିମ୍ପାଜି ସଂଖ୍ୟା ବୃଦ୍ଧି ପାଇଥିଲା। ପରବର୍ତ୍ତୀ ସମୟରେ ଜୁଲୁ ପମ୍ପେଟାଠାରୁ ଜନ୍ମିତ ସିମ୍ପାଜିଙ୍କଠାରୁ ଛୁଆ ଜନ୍ମ ହୋଇ ଚାଲିଛନ୍ତି। ଜୁଲୁ ଓ ପମ୍ପେଟାର ମିଳନରୁ ୨୦୦୧ ଜୁନ୍ ମାସରେ ପୂର୍ଣ୍ଣିମା ଜନ୍ମ ହୋଇଥିଲା। ସେମିତି ଜୁଲୁ ଓ ପୂର୍ଣ୍ଣିମାର ମିଳନରୁ ୨୦୧୧ ଅଗଷ୍ଟ ମାସରେ ରାକ୍ଷୀ ଜନ୍ମ ହୋଇଥିଲା।
ଜୁଲୁକୁ ୩୪ ବର୍ଷ ଓ ରାକ୍ଷୀକୁ ୧୩ ବର୍ଷ ହୋଇଥିବା ବେଳେ, ସମ୍ପର୍କରେ ଜୁଲୁ ରାକ୍ଷୀର ବାପା। ଗତ ମେ’ ମାସରେ ବାପା ଜୁଲୁ ଓ ରାକ୍ଷୀର ମିଳନ ହୋଇଥିବା ବେଳେ ରବିବାର ରାକ୍ଷୀ ଏକ ଛୁଆ ଜନ୍ମ କରିଥିଲା। ହେଲେ ଆଜି ବାପା ଜୁଲୁର ମୃତ୍ୟୁ ହୋଇଛି।