କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ, ସୂଚନା ଦେଲେ…

ଭୁବନେଶ୍ୱର,୧୬।୭: ଏଫ୍‌ଏମ୍‌ ଅଟୋନୋମସ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଅର୍ଥାତ ଗୁରୁବାର ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ନେଇ ରାଜ୍ୟ ପେଟ୍ରୋଲ ଡିଲର୍‌ ଆସୋସିଏଶନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ଦିନ ସମସ୍ତ ପେଟ୍ରୋଲ  ପମ୍ପ ବନ୍ଦ ରହିବ। ଏନେଇ ପେଟ୍ରୋଲ ଡିଲର୍‌ ଆସୋସିଏଶନ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ପେଟ୍ରୋଲ ପମ୍ପ ବନ୍ଦ ରହିବାକୁ ଥିବା ବେଳେ […] The post କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ, ସୂଚନା ଦେଲେ… appeared first on Dharitri Odia News.

କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ, ସୂଚନା ଦେଲେ…
ଭୁବନେଶ୍ୱର,୧୬।୭: ଏଫ୍‌ଏମ୍‌ ଅଟୋନୋମସ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଅର୍ଥାତ ଗୁରୁବାର ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ନେଇ ରାଜ୍ୟ ପେଟ୍ରୋଲ ଡିଲର୍‌ ଆସୋସିଏଶନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ଦିନ ସମସ୍ତ ପେଟ୍ରୋଲ  ପମ୍ପ ବନ୍ଦ ରହିବ। ଏନେଇ ପେଟ୍ରୋଲ ଡିଲର୍‌ ଆସୋସିଏଶନ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ପେଟ୍ରୋଲ ପମ୍ପ ବନ୍ଦ ରହିବାକୁ ଥିବା ବେଳେ ସନ୍ଧ୍ୟା ୬ ପରେ ଖୋଲିବ।  ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ। ତେବେ ୩ ଡିପୋ ସହ ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ  ବୋଲି ସେ ସୂଚନା ଦେଇଛନ୍ତି।
ପ୍ରକାଶ ଯୋଗ୍ୟ, ଓଡ଼ିଶା କଂଗ୍ରେସ ୧୭ ଜୁଲାଇ ୨୦୨୫ (ଗୁରୁବାର) ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ବନ୍ଦ ଡାକରାକୁ ବାମପନ୍ଥୀ ଦଳ ଓ ରାଷ୍ଟ୍ରୀୟ ଜନତା ଦଳ (ଏନସିପି) ସମେତ ଆଠଟି ରାଜନୈତିକ ଦଳ ସମର୍ଥନ କରୁଛନ୍ତି।ବାଲେଶ୍ୱରର ଫକୀର ମୋହନ (ଏଫଏମ) ଅଟୋନୋମସ କଲେଜର ୨୦ ବର୍ଷୀୟ ଛାତ୍ରୀ ସୌମ୍ୟଶ୍ରୀ ବିଶୀଙ୍କ ଅତ୍ୟନ୍ତ ଦୁଃଖଦ ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ସୌମ୍ୟଶ୍ରୀ ଜୁଲାଇ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ ଏବଂ ଜୁଲାଇ ୧୪ ତାରିଖରେ ଏଇମସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ବିଭାଗୀୟ ମୁଖ୍ୟ (ଏଚଓଡି) ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ, ରାଜ୍ୟର ଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଏମପି ଏହି ଘଟଣାରେ ସୌମ୍ୟଶ୍ରୀ ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ଏହି ତିନି ଜଣଙ୍କ ଇସ୍ତଫା ଦାବି କରି କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି।

କଂଗ୍ରେସ କର୍ମୀମାନେ ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରେ ରାସ୍ତା ଅବରୋଧ କରିପାରନ୍ତି, ଯାହା ଯାନବାହାନ ଚଳାଚଳକୁ ପ୍ରଭାବିତ କରିପାରେ। ସରକାରୀ କାର୍ଯ୍ୟାଳୟ ଅଗଣାରେ ପ୍ରଦର୍ଶନ: ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ ହେବାର ସମ୍ଭାବନା ରହିଛି। ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନମାନଙ୍କରେ ରେଳ ରୋକୋ ପ୍ରଦର୍ଶନ ହୋଇପାରେ, ଯାହା ଟ୍ରେନ୍‌ ଚଳାଚଳକୁ ବାଧାପ୍ରାପ୍ତ କରିପାରେ। ବନ୍ଦ ସମୟରେ ରାଜ୍ୟରେ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ବନ୍ଦ ରହିବାର ସମ୍ଭାବନା ରହିଛି।

The post କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ, ସୂଚନା ଦେଲେ… appeared first on Dharitri Odia News.