କାଲି ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୭।୪ (ବନ୍ଦନା ସେଠୀ)ଆସନ୍ତା ୮ ତାରିଖ ସୋମବାର ଏକ ବିରଳ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଏବଂ ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ। ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ବିଳମ୍ବିତ ରାତି ୨ଟା ୨୨ରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ଟା ୪୭ରେ ସଙ୍ଗଠିତ ହେବ ବୋଲି […] The post କାଲି ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ appeared first on Dharitri Odia News.

କାଲି ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୭।୪ (ବନ୍ଦନା ସେଠୀ)ଆସନ୍ତା ୮ ତାରିଖ ସୋମବାର ଏକ ବିରଳ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଏବଂ ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ। ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ବିଳମ୍ବିତ ରାତି ୨ଟା ୨୨ରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ଟା ୪୭ରେ ସଙ୍ଗଠିତ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନେକ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ଏହି ପୂର୍ଣ୍ଣପରାଗ ଦେଖାଯିବ। କିନ୍ତୁ ଭାରତରେ ରାତି ହୋଇଥିବାରୁ ଏହା ପାଳନୀୟ ନୁହେଁ।
ଡ. ପଟ୍ଟନାୟକ କହିଛନ୍ତି, ଆମ ସମାଜରେ ଆବହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ବାସ ଓ ଅନ୍ଧବିଶ୍ୱାସ ରହିଛି। ତେବେ ବିଜ୍ଞାନର ଅଗ୍ରଗତି ଫଳରେ ମଣିଷ ଗ୍ରହଣ ଏବଂ ପରାଗ କାହିଁକି ଓ କିପରି ଘଟେ ତାହା ଠିକ୍‌ ଭାବରେ ଜାଣିସାରିଲାଣି। ଏସବୁ ହେଉଛି ଛାଇ ଆଲୁଅର ଖେଳ, ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ସୂର୍ଯ୍ୟୋପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ ଏବଂ ରାତିର ଭ୍ରମ ସୃଷ୍ଟି ହୋଇଥାଏ। ସାଧାରଣତଃ ସୂର୍ଯ୍ୟୋପରାଗ ତିନି ପ୍ରକାରର ଯଥା ଆଂଶିକ, ସମ୍ପୂର୍ଣ୍ଣ ଓ ବଳୟ। ତେବେ ସୋମବାର ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଂଗଠିତ ହେବ ବୋଲି ସେ କହିଛନ୍ତି।

The post କାଲି ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ appeared first on Dharitri Odia News.