୧୨ ବର୍ଷ ପରେ ପୁଣି ସୁପ୍ରିମକୋର୍ଟରେ ୨ଜି ସ୍କାମ୍‌ ମାମଲା, ଆଦେଶରେ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ଅପିଲ୍‌

ନୂଆଦିଲ୍ଲୀ: ବାର ବର୍ଷ ପରେ ପୁଣି ସୁପ୍ରିମକୋର୍ଟରେ ଟୁ ଜି ସ୍ପେକ୍ଟ୍ରମ ମାମଲା। ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଇଥବା ରାୟରେ ପରିବର୍ତ୍ତନ ପାଇଁ ଦାବି କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରକୃତରେ ୨୦୧୨ରେ ଟୁ ଜି ସ୍ପେକ୍ଟ୍ରମ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇ କହିଥିଲେ ଯେ, ସରକାରଙ୍କୁ ସ୍ପେକ୍ଟ୍ରମ ଆବଣ୍ଟନ ନିଲାମୀ ଦ୍ବାରା କରିବାକୁ ହେବ, ଯାହାଦ୍ବାରା ନିରପେକ୍ଷତା ରହିବ।ଆଉ ଏବେ ଏହି ରାୟରେ ସଂଶୋଧନ ପାଇଁ କେନ୍ଦ୍ର ତରଫରୁ ଆବେଦନ କରାଯାଇଛି। କେନ୍ଦ୍ର ସରକାର, ଆଇନ ଅନୁଯାୟୀ ପ୍ରଶାସନିକ ପ୍ରକ୍ରିୟା ମାଧ୍ୟମରେ ସ୍ପେକ୍ଟ୍ରମ ଆବଣ୍ଟନ କରାଯିବା ପାଇଁ ଆବେଦନରେ ଦାବି ଜଣାଇଛନ୍ତି।ଆହୁରି ପଢ଼ନ୍ତୁ:ମିଳିଲାନି ଆଶ୍ବସ୍ତି, ପୁଣି ଅରବିନ୍ଦ କେଜରିଓ୍ବାଲଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ାଇଲେ କୋର୍ଟକେନ୍ଦ୍ର ସରକାର କହିଛନ୍ତି,‘‘ ଏଥିରେ ସଂଶୋଧନ ଆବଶ୍ୟକତା ଏଥିପାଇଁ ରହିଛି କାରଣ, ସ୍ପେକ୍ଟ୍ରମର ଆବଣ୍ଟନ କେବଳ ଯେ, ବାଣିଜ୍ୟିକ ଦୂର ସଂଞ୍ଚାର ସେବା ପାଇଁ ଆବଶ୍ୟକ ତାହା ନୁହେଁ। ବରଂ ଏହା ସୁରକ୍ଷା, ବିପର୍ଯ୍ୟୟ ପ୍ରସ୍ତୁତି ଭଳି ସାର୍ବଜନିକ କାର୍ଯ୍ୟ ପାଇଁ ମଧ୍ୟ ଆବଶ୍ୟକ। ଆହୁରି ମଧ୍ୟ ଏହା ଅଣ-ବାଣିଜ୍ୟିକ ବ୍ୟବହାର ପାଇଁ ମଧ୍ୟ ଆବଶ୍ୟକ।’’ ଆହୁରି ମଧ୍ୟ କୁହାଯାଇଛି ଯେ, ରାଷ୍ଟ୍ରୀୟ ସୁରକ୍ଷା, ପ୍ରତିରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ଉଦ୍ଦେଶ୍ୟକୁ ପୂରା କରିବା, ଭାରତ

୧୨ ବର୍ଷ ପରେ ପୁଣି ସୁପ୍ରିମକୋର୍ଟରେ ୨ଜି ସ୍କାମ୍‌ ମାମଲା, ଆଦେଶରେ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ଅପିଲ୍‌

ନୂଆଦିଲ୍ଲୀ: ବାର ବର୍ଷ ପରେ ପୁଣି ସୁପ୍ରିମକୋର୍ଟରେ ଟୁ ଜି ସ୍ପେକ୍ଟ୍ରମ ମାମଲା। ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଇଥବା ରାୟରେ ପରିବର୍ତ୍ତନ ପାଇଁ ଦାବି କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରକୃତରେ ୨୦୧୨ରେ ଟୁ ଜି ସ୍ପେକ୍ଟ୍ରମ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇ କହିଥିଲେ ଯେ, ସରକାରଙ୍କୁ ସ୍ପେକ୍ଟ୍ରମ ଆବଣ୍ଟନ ନିଲାମୀ ଦ୍ବାରା କରିବାକୁ ହେବ, ଯାହାଦ୍ବାରା ନିରପେକ୍ଷତା ରହିବ।

ଆଉ ଏବେ ଏହି ରାୟରେ ସଂଶୋଧନ ପାଇଁ କେନ୍ଦ୍ର ତରଫରୁ ଆବେଦନ କରାଯାଇଛି। କେନ୍ଦ୍ର ସରକାର, ଆଇନ ଅନୁଯାୟୀ ପ୍ରଶାସନିକ ପ୍ରକ୍ରିୟା ମାଧ୍ୟମରେ ସ୍ପେକ୍ଟ୍ରମ ଆବଣ୍ଟନ କରାଯିବା ପାଇଁ ଆବେଦନରେ ଦାବି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ:

ମିଳିଲାନି ଆଶ୍ବସ୍ତି, ପୁଣି ଅରବିନ୍ଦ କେଜରିଓ୍ବାଲଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ାଇଲେ କୋର୍ଟ

କେନ୍ଦ୍ର ସରକାର କହିଛନ୍ତି,‘‘ ଏଥିରେ ସଂଶୋଧନ ଆବଶ୍ୟକତା ଏଥିପାଇଁ ରହିଛି କାରଣ, ସ୍ପେକ୍ଟ୍ରମର ଆବଣ୍ଟନ କେବଳ ଯେ, ବାଣିଜ୍ୟିକ ଦୂର ସଂଞ୍ଚାର ସେବା ପାଇଁ ଆବଶ୍ୟକ ତାହା ନୁହେଁ। ବରଂ ଏହା ସୁରକ୍ଷା, ବିପର୍ଯ୍ୟୟ ପ୍ରସ୍ତୁତି ଭଳି ସାର୍ବଜନିକ କାର୍ଯ୍ୟ ପାଇଁ ମଧ୍ୟ ଆବଶ୍ୟକ। ଆହୁରି ମଧ୍ୟ ଏହା ଅଣ-ବାଣିଜ୍ୟିକ ବ୍ୟବହାର ପାଇଁ ମଧ୍ୟ ଆବଶ୍ୟକ।’’ 

ଆହୁରି ମଧ୍ୟ କୁହାଯାଇଛି ଯେ, ରାଷ୍ଟ୍ରୀୟ ସୁରକ୍ଷା, ପ୍ରତିରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ଉଦ୍ଦେଶ୍ୟକୁ ପୂରା କରିବା, ଭାରତକୁ ଆବଶ୍ୟକ ଅନୁଯାୟୀ ଗତିଶୀଳ କରିବା ଦିଗରେ ନିର୍ଣ୍ଣୟ ନେବାରେ ସକ୍ଷମ କରିବା ପାଇଁ ଦୂରସଞ୍ଚାରର ପୂର୍ଣ୍ଣ କ୍ଷମତାର ଆବଶ୍ୟକ ରହିଛି। ଏହାଦ୍ବାରା ସାଧାରଣ ଲୋକଙ୍କ ଅଧିକ ଉନ୍ନତି ହୋଇପାରିବ। 

କ’ଣ ରାୟ ଦେଇଥିଲେ ସୁପ୍ରିମକୋର୍ଟ ?

ଉଲ୍ଲେଖଯୋଗ୍ୟ, ୨୦୧୨ରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଭିନ୍ନ ସଂସ୍ଥାଙ୍କୁ ଦିଆଯାଇଥିବା ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ ରଦ୍ଦ କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ‘ସ୍ପେକ୍ଟ୍ରମ ଭଳି ଦୁର୍ଲଭ ପ୍ରାକୃତିକ ସଂଶାଧନର ବିତରଣ ତଥା ହସ୍ତାନ୍ତରଣ ପାଇଁ ନିରପେକ୍ଷ ଉପାୟ ଆପଣାଇବା ଦରକାର। ଫଳରେ ଏହାଦ୍ବାରା ରାଷ୍ଟ୍ରୀୟ ତଥା ସାର୍ବଜନିକ ହିତ ରକ୍ଷା ହୋଇପାରିବ।’’ ଆଉ ନିରପେକ୍ଷ ଏବଂ ନିରପେକ୍ଷ ଉପାୟରେ ଆୟୋଜିତ ଏକ ବିଧିବଦ୍ଧ ପ୍ରକ୍ରିୟ ତଥା ସବୁଠୁ ଭଲ ଉପାୟ ହେଉଛି ନିଲାମୀ।’’