୨୦୦ ଘଣ୍ଟା ଉଡ଼ାଣ ପୂରଣ କରିଛନ୍ତି, ଏବେ ନରସିଂହପୁରର ଝିଅ ଉଡ଼ାଇବେ କମର୍ସିଆଲ୍ ବିମାନ

ନରସିଂହପୁର 29/05: ପ୍ରତ୍ୟେକ  ଜିନିଷ ହାସଲ କରିବାକୁ  ହେଲେ   ନିଷ୍ଠା ଅଧ୍ୟବସାୟ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଏସବୁକୁ ଯିଏ ଜୀବନର ବ୍ରତ୍ତ କରିନେଲା ସଫଳତା ତାଙ୍କୁ ହିଁ ମିଳିଲା। ଏଥିରେ କିଛି ବି ଦ୍ୱନ୍ଦ୍ୱ ନାହିଁ। ଏ କଥାକୁ ପ୍ରମାଣ କରିଛନ୍ତି  ଜଣେ ଓଡ଼ିଆ ଝିଅ। ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ୨୦୦ ଘଣ୍ଟା ଉଡ଼ାଣ ପୂରଣ କରି ନରସିଂହପୁରର ଝିଅ ସୋନାଲିକା ମିଶ୍ର। ଏବେ ସେ  କମର୍ସିଆଲ୍ ପାଇଲଟ୍ ର ଲାଇସେନ୍ସ  ହାସଲ କରିଛନ୍ତି। ଆମ ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅମାନେ ଅପେକ୍ଷାକୃତ କମ୍ ସଂଖ୍ୟାରେ ସିପିଏଲ୍‌ ପାଇଛନ୍ତି। ଏଭଳି ସ୍ଥିତିରେ ସୋନାଲିକା ସିପିଏଲ୍‌ ପାଇ ନରସିଂହପୁର ତଥା ରାଜ୍ୟ ପାଇଁ ଆଣିଛନ୍ତି  ଗୌରବ।  ସୋନାଲିକା ହେଉଛନ୍ତି ନରସିଂହପୁର ବାର୍‌ ଆସୋସିସନ୍‌ ସଭାପତି ନିର୍ମଳେନ୍ଦୁ ମିଶ୍ର ଓ ଦେବଯାନୀ ମିଶ୍ରଙ୍କ ଝିଅ । ନରସିଂହପୁର ବାର୍‌ ଆସୋସିଏନ୍‌ର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଭଗିରଥୀ ମିଶ୍ର ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ମିଶ୍ରଙ୍କ ନାତୁଣୀ।ଗାଁରେ  ଝିଅମାନେ ସାଧାରତଃ ବିମାନ ଉଡ଼ାଇବା ପାଇଁ  କମ୍ ଆଗ୍ରହୀ ଥାଆନ୍ତି। ଏଠାରୁ କିଛି ପୁଅମାନେ ପାଇଲଟ୍ ହୋଇଥିବା ବେଳେ, ଖୁବ୍ କମ୍ ଝିଅ CPL ପାଇଛନ୍ତି। ତାଙ୍କ ମଧ୍ୟରେ ସୋନାଲିକା ମିଶ୍ର ସଫଳତା ହାସଲ କରିଛନ୍ତି। ସେ ନରସିଂହପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ କରି କ

୨୦୦ ଘଣ୍ଟା ଉଡ଼ାଣ ପୂରଣ କରିଛନ୍ତି, ଏବେ ନରସିଂହପୁରର ଝିଅ ଉଡ଼ାଇବେ କମର୍ସିଆଲ୍ ବିମାନ

ନରସିଂହପୁର 29/05: ପ୍ରତ୍ୟେକ  ଜିନିଷ ହାସଲ କରିବାକୁ  ହେଲେ   ନିଷ୍ଠା ଅଧ୍ୟବସାୟ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଏସବୁକୁ ଯିଏ ଜୀବନର ବ୍ରତ୍ତ କରିନେଲା ସଫଳତା ତାଙ୍କୁ ହିଁ ମିଳିଲା। ଏଥିରେ କିଛି ବି ଦ୍ୱନ୍ଦ୍ୱ ନାହିଁ। ଏ କଥାକୁ ପ୍ରମାଣ କରିଛନ୍ତି  ଜଣେ ଓଡ଼ିଆ ଝିଅ। ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ୨୦୦ ଘଣ୍ଟା ଉଡ଼ାଣ ପୂରଣ କରି ନରସିଂହପୁରର ଝିଅ ସୋନାଲିକା ମିଶ୍ର। ଏବେ ସେ  କମର୍ସିଆଲ୍ ପାଇଲଟ୍ ର ଲାଇସେନ୍ସ  ହାସଲ କରିଛନ୍ତି। ଆମ ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅମାନେ ଅପେକ୍ଷାକୃତ କମ୍ ସଂଖ୍ୟାରେ ସିପିଏଲ୍‌ ପାଇଛନ୍ତି। ଏଭଳି ସ୍ଥିତିରେ ସୋନାଲିକା ସିପିଏଲ୍‌ ପାଇ ନରସିଂହପୁର ତଥା ରାଜ୍ୟ ପାଇଁ ଆଣିଛନ୍ତି  ଗୌରବ।  ସୋନାଲିକା ହେଉଛନ୍ତି ନରସିଂହପୁର ବାର୍‌ ଆସୋସିସନ୍‌ ସଭାପତି ନିର୍ମଳେନ୍ଦୁ ମିଶ୍ର ଓ ଦେବଯାନୀ ମିଶ୍ରଙ୍କ ଝିଅ । ନରସିଂହପୁର ବାର୍‌ ଆସୋସିଏନ୍‌ର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଭଗିରଥୀ ମିଶ୍ର ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ମିଶ୍ରଙ୍କ ନାତୁଣୀ।

ଗାଁରେ  ଝିଅମାନେ ସାଧାରତଃ ବିମାନ ଉଡ଼ାଇବା ପାଇଁ  କମ୍ ଆଗ୍ରହୀ ଥାଆନ୍ତି। ଏଠାରୁ କିଛି ପୁଅମାନେ ପାଇଲଟ୍ ହୋଇଥିବା ବେଳେ, ଖୁବ୍ କମ୍ ଝିଅ CPL ପାଇଛନ୍ତି। ତାଙ୍କ ମଧ୍ୟରେ ସୋନାଲିକା ମିଶ୍ର ସଫଳତା ହାସଲ କରିଛନ୍ତି। ସେ ନରସିଂହପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ କରି କିଟ୍ ବିଶ୍ଵବିଦ୍ୟାଳୟରେ ଯୁକ୍ତ ପଢ଼ିଥିଲେ।  ପରେ ଉତ୍କଳ ଏରୋଗ୍ରେସ୍ ଇଞ୍ଜିନିୟରିଂ କଲେଜ ଭୁବନେଶ୍ଵରରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରିଂ ପଢ଼ିଥିଲେ। କୋଲକାତା ଏୟାର୍ ଇଣ୍ଡିଆରେ ୬ମାସ ଅନ୍‌-ଜବ୍ ଟ୍ରେନିଂ କରିଛନ୍ତି। ସେ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପାଇଁ ଆବଶ୍ୟକ ସମସ୍ତ ପରୀକ୍ଷା ପାସ୍‌ କରି ତାଙ୍କ ଉଡ଼ାଣ ଶିକ୍ଷା ରେଡବାର୍ଡ ଫ୍ଲାଇଂ ଟ୍ରେନିଂ ଏକାଡେମିରେ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି। ଏବେ ସୋନାଲିକା ଟ୍ରେନି ପାଇଲଟ୍ ଭାବେ ଏକ ବିମାନ କମ୍ପାନିରେ ଫାଷ୍ଟ ଅଫିସର୍‌  ଭାବେ କାର୍ଯ୍ୟ କରିବେ। CPL ଧାରୀମାନେ ଏୟାର୍ ଇଣ୍ଡିଆ, ଇଣ୍ଡିଗୋ, ଏମିରେଟ୍ସ, ସିଙ୍ଗାପୁର ଏୟାରଲାଇନ୍ସ ପରି ବିଭିନ୍ନ ବିମାନ କମ୍ପାନୀରେ ବାଣିଜ୍ୟିକ ବିମାନ ଉଡ଼ାଇପାରନ୍ତି। 


ଏହି ସଫଳତାର ଶ୍ରେୟ  ସୋନାଲିକା ତାଙ୍କ ପରିବାରକୁ  ଜଣାଇଛନ୍ତି। ତେବେ ସୋନାଲିକା ସଫଳତା ଏବେ ଅନେକଙ୍କ ପାଇଁ ପ୍ରେରଣା କହିଲେ ଭୁଲ ହେବନି।