ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍
ଦାରିଙ୍ଗବାଡି,୪।୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କୀବାଦଙ୍କ ଗୁଳିକରୀ ହତ୍ୟା କରାଯିବା ପ୍ରତିବାଦରେ ରବିବାର ଦାରିଙ୍ଗବାଡିରେ ଦୋକାନବଜାର ବନ୍ଦ କରିଦିଆଯାଇଛି। ଏଥି ସହ ରବିବାର ସପ୍ତାହିକ ହାଟ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ହାଟକୁ ମଧ୍ୟ ବନ୍ଦ କରାଇଥିଲେ। ଫଳରେ ହାଟ ବ୍ୟବସାୟୀ କରିବାକୁ ଆସିଥିବା ବ୍ୟବସାୟୀ ମାନେ ଦୂର ଦୁରାନ୍ତରୁ ଆସି ବ୍ୟବସାୟ ନକରିପାରି ନିରାଶରେ ଫେରିଛନ୍ତି। ସେହିପରି ହାଟକୁ ନିଜ ଅମଳ ସାମଗ୍ରୀ ବିକ୍ରି ପାଇଁ ଆସିଥିବା ଚାଷୀମାନେ ମଧ୍ୟ ନିରାଶ ହୋଇ ଫେରିଛନ୍ତି। […] The post ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍ appeared first on Dharitri Odia News.
ଦାରିଙ୍ଗବାଡି,୪।୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କୀବାଦଙ୍କ ଗୁଳିକରୀ ହତ୍ୟା କରାଯିବା ପ୍ରତିବାଦରେ ରବିବାର ଦାରିଙ୍ଗବାଡିରେ ଦୋକାନବଜାର ବନ୍ଦ କରିଦିଆଯାଇଛି। ଏଥି ସହ ରବିବାର ସପ୍ତାହିକ ହାଟ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ହାଟକୁ ମଧ୍ୟ ବନ୍ଦ କରାଇଥିଲେ। ଫଳରେ ହାଟ ବ୍ୟବସାୟୀ କରିବାକୁ ଆସିଥିବା ବ୍ୟବସାୟୀ ମାନେ ଦୂର ଦୁରାନ୍ତରୁ ଆସି ବ୍ୟବସାୟ ନକରିପାରି ନିରାଶରେ ଫେରିଛନ୍ତି। ସେହିପରି ହାଟକୁ ନିଜ ଅମଳ ସାମଗ୍ରୀ ବିକ୍ରି ପାଇଁ ଆସିଥିବା ଚାଷୀମାନେ ମଧ୍ୟ ନିରାଶ ହୋଇ ଫେରିଛନ୍ତି।
ପ୍ରକାଶ ଯେ, ପହଲଗାମ ଘଟଣାକୁ ନେଇ ଜିଲା ଓ ବ୍ଲକ ହେଡକ୍ୱାଟରରେ ଶ୍ରୀରାମ ସେନା ଓଡିଶା ପ୍ରଦେଶ(ଭାରତ), ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାର ପ୍ରଭାବ ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି। ସେମାନଙ୍କ ପ୍ରତିବାଦର କାରଣ ସମ୍ପର୍କରେ କୁହାଯାଇଛି ଯେ, ପଶ୍ଚିମ ବଙ୍ଗ ଓ କଶ୍ମୀରରେ ହିନ୍ଦୁ ମାନଙ୍କୁ ନୃଶଂସଭାବେ ହତ୍ୟା କରାଯାଇଛି। ଏଭଳି ଅମାନୁଷିକ କାର୍ଯ୍ୟକଳାପ ପାଇଁ ସରକାର ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯିବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ବଜରଙ୍ଗ ଦଳ,ଶ୍ରୀ ରାମ ସେନା ପକ୍ଷରୁ ନିବେଦନ କରାଯାଇଛି।
The post ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍ appeared first on Dharitri Odia News.