ସାଲେପୁରରେ ମାତିଛନ୍ତି ଝରକା ତଡ଼ା ଚୋର ର୍ୟାକେଟ୍, ୩ଦିନ ମଧ୍ୟରେ ୬ଟି ଘରୁ ଚୋରି
ସାଲେପୁର: ଏହି କିଛି ଦିନ ହେବ ସାଲେପୁରରେ ଝରକା ତଡ଼ା ର୍ୟାକେଟ୍ ସକ୍ରିୟ ହୋଇ ଉଠିଛନ୍ତି। ଏହି ର୍ୟାକେଟ୍ ବିଭିନ୍ନ ଘରର ଝରକା ତାଡ଼ି ସୁନା ରୂପା ଅଳଂକାର, ଟଙ୍କା ଓ ମୂଲ୍ୟବାନ୍ ଶାଢ଼ୀ ଚୋରି କରିନେଉଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ୩ଦିନ ମଧ୍ୟରେ ଏହି ର୍ୟାକେଟ୍ ୫ରୁ ଉଦ୍ଧ୍ୱର୍ ଘରର ଝରକା ତାଡ଼ି ଚୋରି କରିନେଇଥିଲେ ମଧ୍ୟ ଏହି ର୍ୟାକେଟ୍କୁ ଠାବ କରିବାରେ ପୁଲିସ ସକ୍ଷମ ହୋଇନାହିଁ। ଏହାନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ […]

ସାଲେପୁର: ଏହି କିଛି ଦିନ ହେବ ସାଲେପୁରରେ ଝରକା ତଡ଼ା ର୍ୟାକେଟ୍ ସକ୍ରିୟ ହୋଇ ଉଠିଛନ୍ତି। ଏହି ର୍ୟାକେଟ୍ ବିଭିନ୍ନ ଘରର ଝରକା ତାଡ଼ି ସୁନା ରୂପା ଅଳଂକାର, ଟଙ୍କା ଓ ମୂଲ୍ୟବାନ୍ ଶାଢ଼ୀ ଚୋରି କରିନେଉଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ୩ଦିନ ମଧ୍ୟରେ ଏହି ର୍ୟାକେଟ୍ ୫ରୁ ଉଦ୍ଧ୍ୱର୍ ଘରର ଝରକା ତାଡ଼ି ଚୋରି କରିନେଇଥିଲେ ମଧ୍ୟ ଏହି ର୍ୟାକେଟ୍କୁ ଠାବ କରିବାରେ ପୁଲିସ ସକ୍ଷମ ହୋଇନାହିଁ। ଏହାନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଖବରରୁ ପ୍ରକାଶ ଯେ ଗତ ୨ଦିନ ତଳେ ସପନପୁର ଗ୍ରାମର ଶାନ୍ତିଲତା ଦାଶ, ରବିନ୍ଦ୍ର ନାଥ ସାହୁ, ସନ୍ଦିପ ରାଉତଙ୍କ ଘରର ଝରକା ତାଡ଼ି ସୁନା ରୂପା ଅଳଂକାର, ଲ୍ୟାପଟପ୍ ଓ ମୂଲ୍ୟବାନ୍ ଶାଢ଼ୀ ଚୋରି କରିନେଇଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ଗତକାଲି ରାତିରେ ସମାନ ଢ଼ଙ୍ଗରେ ସାଲେପୁର ଥାନାର ବରଫକଳ ନିକଟରେ ରହୁଥିବା ମୋହନ କୁମାର ମହାପାତ୍ରଙ୍କ ଝରକା ତାଡ଼ି ତାଙ୍କ ଘର ମଧ୍ୟରେ ପ୍ରବେଶ କରି ସୁନା ଚେନ୍, ମୁଦି ଓ ସୁନା ଚୁଡ଼ି, ମୂଲ୍ୟବାନ୍ ଶାଢ଼ୀ ଓ ନଗଦ ୩୬ହଜାର ଟଙ୍କା ଚୋରି କରି ନେଇଥିବାର ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏହି ର୍ୟାକେଟ୍ର କୌଣସି ଟେର ପାଇନାହିଁ। ସେହିପରି ଗତ ୧୯ତାରିଖ ରାତିରେ ଲୁଣାହାର ଗ୍ରାମର ଧିରେନ୍ଦ୍ର କୁମାର ସାହୁଙ୍କ ଘରର ଝରକା ତାଡ଼ି ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ଘର ମାଲିକ ଉଠିଯିବାରୁ ଚୋରମାନେ ଚମ୍ପଟ ମାରିଥିବାବେଳେ ଉକ୍ତ ରାତିରେ ଏହି ଗ୍ରାମର ପାକି ସାହୁଙ୍କ ଘର ଝରକା ତାଡ଼ି ଘର ମଧ୍ୟରେ ଥିବା ମୋବାଇଲ୍ ଚୋରି କରି ନେଇଯାଇଥିଲେ। ଏହି ଝରକା ତଡ଼ା ଚୋର ର୍ୟାକେଟ୍ ଦିନକୁ ଦିନ ସକ୍ରିୟ ହୋଇ ଉଠିଥିଲେ ମଧ୍ୟ ପୁଲିସ ଏହାକୁ ରୋକିବାରେ ସକ୍ଷମ ହୋଇନାହିଁ। ଏହାନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।