ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ
ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ କରିଥିବା ବେଳେ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଛି l ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମର ବିଶିକେଶନ ବିଷୋୟୀଙ୍କ ପୁତ୍ର ସୁନୀଲ ବିଷୋୟୀ(୨୧) l ଏ ନେଇ ବୁଗୁଡ଼ା ଥାନାରେ କେସ୍ ନଂ ୨୯୮/୨୪ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ସୁନୀଲ ଟାଇଲ ମିସ୍ତ୍ରୀ […] The post ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ appeared first on Dharitri Odia News.
ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ କରିଥିବା ବେଳେ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଛି l ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମର ବିଶିକେଶନ ବିଷୋୟୀଙ୍କ ପୁତ୍ର ସୁନୀଲ ବିଷୋୟୀ(୨୧) l ଏ ନେଇ ବୁଗୁଡ଼ା ଥାନାରେ କେସ୍ ନଂ ୨୯୮/୨୪ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ସୁନୀଲ ଟାଇଲ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସମ୍ପୃକ୍ତ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଗତ ଅପ୍ରେଲ ୨୧ ତାରିଖରେ ଅପହରଣ କରି ନେଇଥିଲେ। ପ୍ରଥମେ ହାଇଦ୍ରାବାଦ ଯାଇ ଏକ ମନ୍ଦିରରେ ନାବାଳିକାଙ୍କୁ ଶଙ୍ଖା ସିନ୍ଦୂର ପିନ୍ଧାଇବା ପରେ କେରଳର ଅର୍ଣ୍ଣାକୁଲମ ଚାଲି ଯାଇଥିଲେ। ଏ ନେଇ ନାବାଳିକାଙ୍କ ପିତା ବାଲିପଦର ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ସେହିଦିନଠାରୁ ଅଭିଯୁକ୍ତଙ୍କ ତଲାସରେ ଥିଲା। ମୋବାଇଲ ଟ୍ରାକିଂରୁ ଲୋକେସନ ଜଣାପଡ଼ିବା ପରେ ବାଲିପଦର ଫାଣ୍ଡି ଅଧିକାରୀ ନୀଳାଦ୍ରି ରେଡ୍ଡୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଅର୍ଣ୍ଣାକୁଲମରେ ପହଞ୍ଚି ଉଭୟଙ୍କୁ ମଙ୍ଗଳବାର ବୁଗୁଡ଼ା ଥାନାକୁ ଆଣିଥିଲେ l ଉଭୟଙ୍କ ଡାକ୍ତରୀ ମାଇନା ପରେ ପୋଲିସ ଅଭିଯୁକ୍ତ ସୁନୀଲକୁ ଗିରଫ କରି ଭଞ୍ଜନଗର ଜେଲ ହାଜତକୁ ପଠାଇଥିବା ବେଳେ ନାବାଳିକାଙ୍କୁ ବ୍ରହ୍ମପୁର ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିବାର ପୋଲିସ ସୂତ୍ରରୁ ପ୍ରକାଶ।
The post ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ appeared first on Dharitri Odia News.