ନିମ୍ନମାନର ରାସ୍ତାକାମ ପାଇଁ ଉଠିଲା ପିଚୁ, ରାସ୍ତାରେ ଚାଲିଲେ ଅଧିକାରୀ ଓ ଠିକାଦାର
ସାଲେପୁର ୨୮/୦୧: ନିମ୍ନମାନର କାମକୁ ନେଇ ଅଧିକାରୀ ଓ ଠିକାଦାରକୁ ଘେରିଲେ ଗ୍ରାମବାସୀ। ଠିକାଦାର ଓ ଅଧିକାରୀଙ୍କ ଗାଡିକୁ ଅଟକାଇଲେ ଓ ବିଚ ରାସ୍ତା ଉପରେ ଚଳାଇ ଚଳାଇ ନେଲେ ଗ୍ରାମବାସୀ। ସବୁ ଦେଖିଲେ ହେଲେ ଉତ୍ତରଦେଲେ ନାହିଁ ଅଧିକାରୀ। କାହା ଚାପରେ ଚାଲିଛି ଏଭଳି କାମ। ହାତ ମାରୁ ମାରୁ ରାସ୍ତାରୁ ଉଠି ଯାଉଚି ପିଚୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ସୌରୀ ମହନାପୁର ଭାୟା ରାମକୃଷ୍ଣପୁର ଗ୍ରାମ୍ୟଉନ୍ନୟନ ରାସ୍ତାରେ। ନୂତନ ଭାବେ ହୋଇ ଥିବା ରାସ୍ତାର ପିଚୁ କାମ । ଏଭଳି ପିଚୁ ରାସ୍ତାରେ ପକାଯାଇଛି ଯେମିତି ହାତ ମାରୁ ମାରୁ ପିଚୁ ସବୁ ଫଡା ଫଡା ଭଳି ଉଠି ଯାଉଛି । ଯାହା ଫଳରେ ରାସ୍ତା କାମକୁ ବନ୍ଦ କରିଛନ୍ତି ଗ୍ରାମବାସୀ । ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଭୂତ ଏହି ରାସ୍ତାର ନବିକରଣ ପ୍ରଶସ୍ତି କରଣ ପାଇଁ ଅର୍ଥ ମଜୁରୀ ହୋଇ କାମ ଆରମ୍ଭ ହୋଇଛି । ମାତ୍ର କାର୍ଯ୍ୟ ଆରମ୍ଭରୁ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଥିବା ଏହି ପିଚୁ କାମରୁ ଜଣାଯାଉଛି । କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିବା ଶହ ରାସ୍ତା କାମ ବନ୍ଦ କରିଛନ୍ତି । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ଓ ଠିକାଦାର ପହଞ୍ଚି ଥିବା ବେଳେ ଗ୍ରାମବାସୀମାନେ ଘେରାଉ କରିବା ଶହ ବିଭିନ୍ନ ପ୍ରଶ୍ନ କରିଥିଲେ । ସଠିକ ଭାବେ
ସାଲେପୁର ୨୮/୦୧: ନିମ୍ନମାନର କାମକୁ ନେଇ ଅଧିକାରୀ ଓ ଠିକାଦାରକୁ ଘେରିଲେ ଗ୍ରାମବାସୀ। ଠିକାଦାର ଓ ଅଧିକାରୀଙ୍କ ଗାଡିକୁ ଅଟକାଇଲେ ଓ ବିଚ ରାସ୍ତା ଉପରେ ଚଳାଇ ଚଳାଇ ନେଲେ ଗ୍ରାମବାସୀ। ସବୁ ଦେଖିଲେ ହେଲେ ଉତ୍ତରଦେଲେ ନାହିଁ ଅଧିକାରୀ। କାହା ଚାପରେ ଚାଲିଛି ଏଭଳି କାମ। ହାତ ମାରୁ ମାରୁ ରାସ୍ତାରୁ ଉଠି ଯାଉଚି ପିଚୁ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ସୌରୀ ମହନାପୁର ଭାୟା ରାମକୃଷ୍ଣପୁର ଗ୍ରାମ୍ୟଉନ୍ନୟନ ରାସ୍ତାରେ। ନୂତନ ଭାବେ ହୋଇ ଥିବା ରାସ୍ତାର ପିଚୁ କାମ । ଏଭଳି ପିଚୁ ରାସ୍ତାରେ ପକାଯାଇଛି ଯେମିତି ହାତ ମାରୁ ମାରୁ ପିଚୁ ସବୁ ଫଡା ଫଡା ଭଳି ଉଠି ଯାଉଛି । ଯାହା ଫଳରେ ରାସ୍ତା କାମକୁ ବନ୍ଦ କରିଛନ୍ତି ଗ୍ରାମବାସୀ ।
ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଭୂତ ଏହି ରାସ୍ତାର ନବିକରଣ ପ୍ରଶସ୍ତି କରଣ ପାଇଁ ଅର୍ଥ ମଜୁରୀ ହୋଇ କାମ ଆରମ୍ଭ ହୋଇଛି । ମାତ୍ର କାର୍ଯ୍ୟ ଆରମ୍ଭରୁ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଥିବା ଏହି ପିଚୁ କାମରୁ ଜଣାଯାଉଛି ।
କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିବା ଶହ ରାସ୍ତା କାମ ବନ୍ଦ କରିଛନ୍ତି । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ଓ ଠିକାଦାର ପହଞ୍ଚି ଥିବା ବେଳେ ଗ୍ରାମବାସୀମାନେ ଘେରାଉ କରିବା ଶହ ବିଭିନ୍ନ ପ୍ରଶ୍ନ କରିଥିଲେ । ସଠିକ ଭାବେ ତୁରନ୍ତ କାର୍ଯ୍ୟ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
alos read...
ବିତର୍କରେ କମ୍ପିବ ରେଭେନ୍ସା ମଞ୍ଚ, ପ୍ରତିଯୋଗିତାରେ ସାମିଲ ହେବେ ଛାତ୍ରଛାତ୍ରୀ