ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, ୫ ବର୍ଷରେ ଓଡିଶା ହେବ ନମ୍ବର ଓ୍ୱାନ୍‌

ବ୍ରହ୍ମପୁର ୦୬।୦୫: ବ୍ରହ୍ମପୁର କିନିଷି ସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଆଗାମୀ ଦିନରେ ଭାରତରେ ୨ଟି ଯଜ୍ଞ ହେବା ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ଯଜ୍ଞ ଓଡ଼ିଶାର ମଜବୁତ୍ ସରକାର ପାଇଁ ଓ ଅନ୍ୟ ଯଜ୍ଞ ଓଡ଼ିଶାରେ ବିଜେପି ସରକାର ପାଇଁ ବୋଲି କହିଛନ୍ତି ।ଏହି ସଭାରେ ଆହୁରି ମଧ୍ୟ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନା ଏକ ସଫଳ ଯୋଜନା । ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେଉଛି କେନ୍ଦ୍ର । ଓଡିଶାରେ ଏହି ଯୋଜନା ଲାଗୁ ହୋଇନାହିଁ । ବିଜେପି ସରକାର ଆସିଲେ, ଏହି ଯୋଜନା ଲାଗୁ କରାଯିବ । ବିଜେପି ଯାହା ପ୍ରତିଶୃତି ଦିଏ, ତାକୁ ତାହା କରିଥାଏ । ସେହିପରି ଆଗାମୀ ୫ ବର୍ଷରେ ଓଡ଼ିଶାକୁ ଦେଶର ନଂ ୧ରେ ପରିଣତ କରିବୁ । ଓଡ଼ିଶାର ବିକାଶ ନିଶ୍ଚିତ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବ । ଓଡ଼ିଶାର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ । ଓଡ଼ିଶାକୁ ମାଗଣା ଚାଉଳ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି ।  ଓଡ଼ିଶାର ବିକାଶ ପାଇଁ ମୋଦିଙ୍କ ଗ୍ୟାରେଣ୍ଟି । ଓଡ଼ିଶାରେ ଭରପୁର ଖଣିଜ ସମ୍ପଦ ରହିଛି । ମତ୍ସଜୀବୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ କରାଯାଇଛି । ସାଗରମାଲା ଯୋଜନା ଅନ୍ତର୍ଗତ ଲୋକଙ୍କୁ ସୁବିଧା ଦିଆଯାଉଛି । ଗଞ୍ଜାମ ଜିଲ୍ଲାକୁ ଆକର୍ଷଣ ଟୁରିଜିମ୍ ସ୍ପଟ୍‌ରେ ପରିଣତ କରିବାକୁ ପ୍ରତିଶ୍ରୁତି । ଯୁବକ ଯୁବତୀଙ୍କୁ ରୋଜଗାର ଦେବାକୁ ନିଜ ଅଭିଭାଷଣରେ କହିଛନ୍ତି । ବିଜେପ

ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, ୫ ବର୍ଷରେ ଓଡିଶା ହେବ ନମ୍ବର ଓ୍ୱାନ୍‌

ବ୍ରହ୍ମପୁର ୦୬।୦୫: ବ୍ରହ୍ମପୁର କିନିଷି ସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଆଗାମୀ ଦିନରେ ଭାରତରେ ୨ଟି ଯଜ୍ଞ ହେବା ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ଯଜ୍ଞ ଓଡ଼ିଶାର ମଜବୁତ୍ ସରକାର ପାଇଁ ଓ ଅନ୍ୟ ଯଜ୍ଞ ଓଡ଼ିଶାରେ ବିଜେପି ସରକାର ପାଇଁ ବୋଲି କହିଛନ୍ତି ।

ଏହି ସଭାରେ ଆହୁରି ମଧ୍ୟ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନା ଏକ ସଫଳ ଯୋଜନା । ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେଉଛି କେନ୍ଦ୍ର । ଓଡିଶାରେ ଏହି ଯୋଜନା ଲାଗୁ ହୋଇନାହିଁ । ବିଜେପି ସରକାର ଆସିଲେ, ଏହି ଯୋଜନା ଲାଗୁ କରାଯିବ । ବିଜେପି ଯାହା ପ୍ରତିଶୃତି ଦିଏ, ତାକୁ ତାହା କରିଥାଏ । ସେହିପରି ଆଗାମୀ ୫ ବର୍ଷରେ ଓଡ଼ିଶାକୁ ଦେଶର ନଂ ୧ରେ ପରିଣତ କରିବୁ । ଓଡ଼ିଶାର ବିକାଶ ନିଶ୍ଚିତ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବ । ଓଡ଼ିଶାର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ । ଓଡ଼ିଶାକୁ ମାଗଣା ଚାଉଳ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି ।  

ଓଡ଼ିଶାର ବିକାଶ ପାଇଁ ମୋଦିଙ୍କ ଗ୍ୟାରେଣ୍ଟି । ଓଡ଼ିଶାରେ ଭରପୁର ଖଣିଜ ସମ୍ପଦ ରହିଛି । ମତ୍ସଜୀବୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ କରାଯାଇଛି । ସାଗରମାଲା ଯୋଜନା ଅନ୍ତର୍ଗତ ଲୋକଙ୍କୁ ସୁବିଧା ଦିଆଯାଉଛି । ଗଞ୍ଜାମ ଜିଲ୍ଲାକୁ ଆକର୍ଷଣ ଟୁରିଜିମ୍ ସ୍ପଟ୍‌ରେ ପରିଣତ କରିବାକୁ ପ୍ରତିଶ୍ରୁତି । ଯୁବକ ଯୁବତୀଙ୍କୁ ରୋଜଗାର ଦେବାକୁ ନିଜ ଅଭିଭାଷଣରେ କହିଛନ୍ତି । ବିଜେପିର ଲକ୍ଷ୍ୟ ବିକଶିତ ଓଡ଼ିଶା ବିକଶିତ ଭାରତର ସଂକଳ୍ପ । ଆସିକାରୁ ଅନିତା ଶୁଭଦର୍ଶିନୀ ଓ ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୋଟ୍ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି ମୋଦି। ଓଡ଼ିଶାବାସୀଙ୍କ ଆଶିର୍ବାଦ ନେବା ପାଇଁ ଓଡ଼ିଶା ଆସିଛନ୍ତି ବୋଲି କହିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଆମେ ପ୍ରତିଶ୍ରୁତି ପୂରଣ କରିବୁ।