କିମସ ମାନସିକ ରୋଗ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ

ଭୁବନେଶ୍ୱର : ଆତ୍ମହତ୍ୟା ପ୍ରତିରୋଧ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ କିମସ ମାନସିକ ରୋଗ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଆୟୋଜିତ। କାର୍ଯ୍ୟକ୍ରମରେ ଆତ୍ମହତ୍ୟା ପ୍ରବୃତ୍ତିକୁ ଚିହ୍ନଟ କରିବା ଓ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାର ଆହ୍ଵାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ଥିଲା “କୋମବାଟିଂ ଷ୍ଟିଗମା: ଚେନଜିଂ ଦ ନେରେଟିଭ ଅନ ସୁଇସାଇଡ”। ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଅତିଥି ଓ ବିଶେଷଜ୍ଞମାନେ ଆତ୍ମହତ୍ୟାର ବିଭିନ୍ନ ଲକ୍ଷଣ ଉପରେ […] The post କିମସ ମାନସିକ ରୋଗ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ appeared first on KNews Odisha.

କିମସ ମାନସିକ ରୋଗ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ
Dr.samanta

ଭୁବନେଶ୍ୱର : ଆତ୍ମହତ୍ୟା ପ୍ରତିରୋଧ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ କିମସ ମାନସିକ ରୋଗ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଆୟୋଜିତ। କାର୍ଯ୍ୟକ୍ରମରେ ଆତ୍ମହତ୍ୟା ପ୍ରବୃତ୍ତିକୁ ଚିହ୍ନଟ କରିବା ଓ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାର ଆହ୍ଵାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଚଳିତ ବର୍ଷର ବିଷୟବସ୍ତୁ ଥିଲା “କୋମବାଟିଂ ଷ୍ଟିଗମା: ଚେନଜିଂ ଦ ନେରେଟିଭ ଅନ ସୁଇସାଇଡ”। ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଅତିଥି ଓ ବିଶେଷଜ୍ଞମାନେ ଆତ୍ମହତ୍ୟାର ବିଭିନ୍ନ ଲକ୍ଷଣ ଉପରେ ଆଲୋକପାତ କରିଥିଲେ । ସେହି ସବୁ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ବ୍ୟକ୍ତି ପ୍ରତି ଧ୍ୟାନ ଦିଆଯିବା ଉଚିତ ବୋଲି କହିଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରି କିମସର ପରାମର୍ଶଦାତା ଡା ଆର ଏନ ସାମନ୍ତ କହିଲେ, ଆତ୍ମହତ୍ୟାକୁ ରୋକିବାରେ ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କ ଜୀବନରେ ଅଧିକ ବନ୍ଧୁତ୍ଵପୂର୍ଣ୍ଣ ତଥା ସହାୟକ ଭୂମିକା ଗ୍ରହଣ କରିବାକୁ ହେବ ।

କିମସ ମେଡିକାଲ୍ ଅଧୀକ୍ଷକ ଡା ଆର ସି ଦାସ କହିଲେ, ଶୂନ-ଆତ୍ମହତ୍ୟା ପରିବେଶକୁ ସୁନିଶ୍ଚିତ କରିବା ପାଇଁ କ୍ୟାମ୍ପସ୍ ସୁରକ୍ଷା ଜାଲକୁ ମଜବୁତ କରାଯିବା ଉଚିତ । ଏହି ଅବସରରେ ଆତ୍ମହତ୍ୟାର ସମ୍ଭାବନା ବଢାଉଥିବା କାରଣଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଏଥିରେ ଶୈକ୍ଷିକ ଚାପ, ମାନସିକ ସ୍ୱାସ୍ଥ୍ୟ ଅବସ୍ଥା, ଅତୀତର ଆଘାତ, ସାମାଜିକ ସମର୍ଥନ ଅଭାବ ଏବଂ ପଦାର୍ଥର ଅପବ୍ୟବହାର ଅନ୍ତର୍ଭୁକ୍ତ ଆଦି ଉପରେ ଆଲୋଚନା ହୋଇଥିଲା । ଏହି କାରଣଗୁଡ଼ିକ ପ୍ରାୟତ ବ୍ୟକ୍ତିବିଶେଷ, ବିଶେଷକରି ଛାତ୍ରମାନଙ୍କୁ ଅସୁରକ୍ଷିତ ଅବସ୍ଥାରେ ରଖୁଥିବାରୁ ଏହାର ପ୍ରତିରୋଧ ପ୍ରୟାସ ପାଇଁ ସେମାନଙ୍କୁ ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।

କିମସ ମେଡ଼ିକାଲ କଲେଜ ଉପାଧ୍ୟକ୍ଷ ଡା ଶୁଭ୍ରାଂଶୁ ପାତ୍ର, କିମସ ମନସ୍ତତ୍ତ୍ୱ ବିଭାଗର ମୁଖ୍ୟ ଡା ସୁଦୀପ କୁମାର ଦାସ, କିମସ ମାନସିକ ରୋଗ ବିଭାଗର ପ୍ରଫେସର ଡା ଜୟପ୍ରକାଶ ରାବଣ, ସହକାରୀ ପ୍ରଫେସର ଜିଜ୍ଞାସା ପଟ୍ଟନାୟକ ଏବଂ ଆସୋସିଏଟ୍ ପ୍ରଫେସର ଡା ପ୍ରଣବ ମହାପାତ୍ର ମଧ୍ୟ ନିଜ ମତ ରଖିଥିଲେ । ଏହି ଅବସରରେ କିଟ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ପରିବାରମାନଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ହେଲ୍ପଲାଇନ ଆରମ୍ଭ କରାଯାଇଥିଲା । ଏହା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପୋଷ୍ଟର ଏବଂ ଏଲୋକ୍ୟୁସନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

The post କିମସ ମାନସିକ ରୋଗ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ appeared first on KNews Odisha.