କାଲି ହେବନି ରତ୍ନଭଣ୍ଡାର ମରାମତି
ଭୁବନେଶ୍ୱର,୧୭।୧୨: ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ମରାମତି କାମ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ASI ଅଧୀକ୍ଷକ ଡିବି ଗଡ଼ନାୟକ। ମରାମତି ପାଇଁ ପ୍ରାୟ ୨୦ ଫୁଟ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି। ଭାର ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବ। ଏହି ଫାଟ ମରାମତି କରିବେ ଏଏସଆଇ ଦ୍ୱାରା ନିଯୁକ୍ତ କୁଶଳୀ କାରିଗର। ପ୍ରାଥମିକ ଭାବେ […] The post କାଲି ହେବନି ରତ୍ନଭଣ୍ଡାର ମରାମତି appeared first on Dharitri Odia News.
ଭୁବନେଶ୍ୱର,୧୭।୧୨: ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ମରାମତି କାମ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ASI ଅଧୀକ୍ଷକ ଡିବି ଗଡ଼ନାୟକ।
ମରାମତି ପାଇଁ ପ୍ରାୟ ୨୦ ଫୁଟ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି। ଭାର ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବ। ଏହି ଫାଟ ମରାମତି କରିବେ ଏଏସଆଇ ଦ୍ୱାରା ନିଯୁକ୍ତ କୁଶଳୀ କାରିଗର। ପ୍ରାଥମିକ ଭାବେ ଚୂନ ପ୍ଲାଷ୍ଟର ହଟାଇ ଫାଟ ଥିବା ପଥର ରିପ୍ଲେସ ହେବ। ଏହାପରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥରରେ ମରାମତି କରାଯିବ।
The post କାଲି ହେବନି ରତ୍ନଭଣ୍ଡାର ମରାମତି appeared first on Dharitri Odia News.