ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ, ହୋଇପାରେ ବଡ଼ ଘୋଷଣା!
ଭୁବନେଶ୍ୱର,୨୨।୭: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ମନମୋହନ ଭେଟି ପାରନ୍ତି । ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ହୋଇପାରେ। ମନମୋହନଙ୍କ ସହ ଦିଲ୍ଲୀ ଗସ୍ତରେ ସଂଗଠନ ସା. ସମ୍ପାଦକ ମାନସ ମହାନ୍ତି ମଧ୍ୟ […] The post ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ, ହୋଇପାରେ ବଡ଼ ଘୋଷଣା! appeared first on Dharitri Odia News.
ଭୁବନେଶ୍ୱର,୨୨।୭: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ମନମୋହନ ଭେଟି ପାରନ୍ତି । ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ହୋଇପାରେ। ମନମୋହନଙ୍କ ସହ ଦିଲ୍ଲୀ ଗସ୍ତରେ ସଂଗଠନ ସା. ସମ୍ପାଦକ ମାନସ ମହାନ୍ତି ମଧ୍ୟ ଯାଇଛନ୍ତି।
ସୋମବାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳଙ୍କ ସହ ସାକ୍ଷାତର ନିର୍ଦ୍ଦିଷ୍ଟ କାରଣ ଅସ୍ପଷ୍ଟ ରହିଥିବା ବେଳେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ଏହି ଭେଟଘାଟ ମାହୋଲକୁ ଆହୁରି ଗରମ କରିଦେଇଛି। ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ। ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଅଛି ଏକାଧିକ ବିଭାଗ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି। କିଏ ପଡିବେ ବାଦ, କିଏ ହେବେ ସାମିଲ ତାକୁ ନେଇ ଚର୍ଚ୍ଚା।
The post ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ, ହୋଇପାରେ ବଡ଼ ଘୋଷଣା! appeared first on Dharitri Odia News.