କାଲିଠୁ ଆଉ ସ୍କୁଲ ଆଶିବେନି ପ୍ରଧାନ ଶିକ୍ଷୟିତ୍ରୀ, ଘଣ୍ଟାରେ ୧୦ ବାଜିଲେ…

ଦିଗପହଣ୍ଡି,୩୦ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି  ୧୧ନଂ ୱାର୍ଡ ଅଧିନ  ମଧୁବିଦ୍ଯା ପୀଠ ପ୍ରାଥମିକ ବିଦ୍ୟାଳୟ  ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ନାୟକଙ୍କୁ ସୋମବାର  ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ  ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ନୀଳାଞ୍ଚଳ ପଟ୍ଟନାୟକ ମୁଖ୍ୟ ଅତିଥି , ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ବ୍ଲକ ସଭାପତି ରାଜେନ୍ଦ୍ର କୁମାର ଗୈାଡ […] The post କାଲିଠୁ ଆଉ ସ୍କୁଲ ଆଶିବେନି ପ୍ରଧାନ ଶିକ୍ଷୟିତ୍ରୀ, ଘଣ୍ଟାରେ ୧୦ ବାଜିଲେ… appeared first on Dharitri Odia News.

କାଲିଠୁ ଆଉ ସ୍କୁଲ ଆଶିବେନି ପ୍ରଧାନ ଶିକ୍ଷୟିତ୍ରୀ, ଘଣ୍ଟାରେ ୧୦ ବାଜିଲେ…

ଦିଗପହଣ୍ଡି,୩୦ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି  ୧୧ନଂ ୱାର୍ଡ ଅଧିନ  ମଧୁବିଦ୍ଯା ପୀଠ ପ୍ରାଥମିକ ବିଦ୍ୟାଳୟ  ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ନାୟକଙ୍କୁ ସୋମବାର  ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ  ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ନୀଳାଞ୍ଚଳ ପଟ୍ଟନାୟକ ମୁଖ୍ୟ ଅତିଥି , ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ବ୍ଲକ ସଭାପତି ରାଜେନ୍ଦ୍ର କୁମାର ଗୈାଡ , ଶିକ୍ଷକ ବିଜୟ କୁମାର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ ।  ଏହି ଅବସରରେ  ଅତିଥିବୃନ୍ଦ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ତାଙ୍କ ଅବସର ଜୀବନ ସୁଖ ସମୃଦ୍ଧିରେ କଟିଯାଉ ବୋଲି ପ୍ରଭୁଙ୍କ ନିକଟରେ କାମନା କରିଥିଲେ । ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସିଆରସିସି ଅନୀଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ  ଶିକ୍ଷୟତ୍ରୀ ଶିକ୍ଷକ ଓ  କମିଟି ସଦସ୍ୟା ସଦସ୍ୟ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

ସେହିପରି  ମଧୁବନ କ୍ଳଷ୍ଟର ତରଫରୁ  କଇଠଖଣ୍ଡି ପଞ୍ଚାୟତ ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।‌  କ୍ଳଷ୍ଟର ଅଧିନ ୧୩ ଟି ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକଙ୍କ ମିଳିତ ପ୍ରଚେଷ୍ଟାରେ କ୍ଳଷ୍ଟର ଅନ୍ତର୍ଗତ ମଧୁବନ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି , ସହ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ, ସିଆରସିସି ମନୋଜ କୁମାର ବେହେରା , ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାପାତ୍ର , ନରସିଂହ ପଣ୍ଡା , ବରଦାକାନ୍ତ ପରିଡ଼ା , ମିନତି ମିଶ୍ର , ଯୁଧିଷ୍ଠିର ଦଳାଇ , ସୁରେଶ ବେହେରା ବିଶ୍ବନାଥ ଦଳାଇ , ମନୋଜ ଦଳାଇ , ନିରଞ୍ଜନ ଡାକୁଆ , ରାମକୃଷ୍ଣ ଗୈାଡ , ସ୍ନେହଲତା ଦଳାଇ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ ।  ଅତିଥିବୃନ୍ଦ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସିମାଞ୍ଚଳଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ତାଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ଶିକ୍ଷକ ବିଜୟ କୁମାର ଗୈାଡ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ମୃତ୍ୟୁଞ୍ଜୟ ଗୈାଡଙ୍କ ସମେତ ସମସ୍ତ  ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ  ସହଯୋଗ  କରିଥିଲେ ।

The post କାଲିଠୁ ଆଉ ସ୍କୁଲ ଆଶିବେନି ପ୍ରଧାନ ଶିକ୍ଷୟିତ୍ରୀ, ଘଣ୍ଟାରେ ୧୦ ବାଜିଲେ… appeared first on Dharitri Odia News.