କାଲିଠୁ ରାଜ୍ୟରେ ବିଜେପି ରାଜ୍

୨୪ ନିର୍ବାଚନରେ ବିପୁଳ ବିଜୟ ସହ ୨୪ ବର୍ଷର ବିଜେଡି ସରକାରକୁ ମାତ୍ ଦେବା ପରେ ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଜେପି ଶାସନ।

କାଲିଠୁ ରାଜ୍ୟରେ ବିଜେପି ରାଜ୍

ଆସନ୍ତାକାଲିର ଐତିହାସିକ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା । ସଂଧ୍ୟା ୫ଟାରେ ଶପଥ ନେବେ ରାଜ୍ୟରେ ପ୍ରଥମ କରି ଶାସନ ଆରମ୍ଭ କରିବାକୁ ଯାଉଥିବା ବିଜେପି ସରକାର । ଏଥିପାଇଁ ଏ ଆୟୋଜନ, ଏତେ ସାଜସଜା । ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାରର ପ୍ରଥମ ଶପଥ ଗ୍ରହଣ ଉତ୍ସବକୁ ଭବ୍ୟ, ବିଶାଳ ଏବଂ ବର୍ଣ୍ଣାଢ୍ୟ କରିବାକୁ ଦୁଇ ଦିନ ଆଗରୁ ସଜେଇ ହୋଇଛି ରାଜଧାନୀର ଜନତା ମୈଦାନ । ଏଇଠୁ ଆଉ ଏଇ ମଞ୍ଚରୁ ହିଁ ରାଜ୍ୟରେ ମୁଳଦୂଆ ପକାଇବାକୁ ଯାଉଛି ପଦ୍ମ ଦଳର ସରକାର ।