କାଲିଠୁ ୧୦ ହଜାର ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ଏମସା ନମାନିବାକୁ ଚେତାବନୀ

ଭୁବେନଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଯାଉଛି ନର୍ସିଂ କର୍ମଚାରୀ ସଂଘ । ୧୦ ଦଫା ଦାବି ନେଇ... The post କାଲିଠୁ ୧୦ ହଜାର ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ଏମସା ନମାନିବାକୁ ଚେତାବନୀ appeared first on .

କାଲିଠୁ ୧୦ ହଜାର ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ଏମସା ନମାନିବାକୁ ଚେତାବନୀ

ଭୁବେନଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଯାଉଛି ନର୍ସିଂ କର୍ମଚାରୀ ସଂଘ । ୧୦ ଦଫା ଦାବି ନେଇ ଆନ୍ଦୋଳନରେ ସାମିଲ ହେବେ ୧୫ ହଜାର କର୍ମଚାରୀ । ଏସମା ଆଦେଶକୁ ବି ମାନିବେନି ବୋଲି ଚେତାବନୀ ଦେଇଛି ସଂଘ । ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରିରେ ମିଶାଇ ପଦୋନ୍ନତି ସହ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି ।

ସେହିପରି ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟରେ ଅବସ୍ଥାପିତ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ସହ ଠିକାସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ଆଦେଶକୁ ପ୍ରତ୍ଯାହାର କରିବାକୁ ସଂଘ ଦାବି କରିଛି । ଏନଏଚଏମ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚଓଙ୍କୁ ନିଯୁକ୍ତି ଦାବି କରିଛି ସଂଘ ।

୨୫ ଓ ୨୬ ତାରିଖ ଦୁଇଦିନ ଆନ୍ଦୋଳନ ଚାଲିବ । ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ଯଦି ସରକାର ଦାବି ନଶୁଣନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ରୋଗୀ ସେବା ବନ୍ଦ କରିଦିଆଯିବ ବୋଲି ମହାସଂଘ ଚେତାବନୀ ଦେଇଛି ।

The post କାଲିଠୁ ୧୦ ହଜାର ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ଏମସା ନମାନିବାକୁ ଚେତାବନୀ appeared first on .