ରମାଦେବୀ ବିଶ୍ଵବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ବର: ରମାଦେବୀ ବିଶ୍ଵବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନେ ଭାଗ ନେଇ ନିରପେକ୍ଷ ଭାବେ ନିଜ... The post ରମାଦେବୀ ବିଶ୍ଵବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ appeared first on .
ଭୁବନେଶ୍ବର: ରମାଦେବୀ ବିଶ୍ଵବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନେ ଭାଗ ନେଇ ନିରପେକ୍ଷ ଭାବେ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେବା ପାଇଁ ଶପଥ ପାଠ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଉତ୍ସାହିତ କରିଥିଲେ। ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ବି ବୁଝାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରଥମ ଥର ଯେଉଁମାନେ ଭୋଟ ଦେବେ ତାଙ୍କୁ ସମ୍ମାନିତ କରାଯାଇଥିଲା । ବୁଥ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଜାଣିବା ପାଇଁ ଆପ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
ଭୁବନେଶ୍ୱରର ସମସ୍ତ ବୁଥକୁ ସକ୍ଷୀ ବା ମହିଳା ବୁଥ କରାଯାଇଛି । ପୁଲିଂ ବୁଥରେ ସବୁ କର୍ମଚାରୀ ମହିଳା ରହି ବୁଥ ପରିଚାଳନା କରିବେ। ଏପରିକି ରାଜନୈତିକ ପାର୍ଟି ଗୁଡ଼ିକୁ ମହିଳା ଏଜେଣ୍ଟ ଦେବା ପାଇଁ ଅନୁରୋଧ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଭୁବନେଶ୍ୱର ରେ ୧୩ ଲକ୍ଷ ପାଖାପାଖି ଭୋଟର ଥିବାବେଳେ ଅତିବେଶୀରେ ୪ ଲକ୍ଷ ଭୋଟର ଭୋଟ ଦିଅନ୍ତି । ତେଣୁ ଚଳିତ ନିର୍ବାଚନ ରେ ସବୁ ଭୋଟର ଭୋଟ ଦେବାପାଇଁ ଆଗେଇ ଆସିବାକୁ କୁହାଯାଇଛି।
The post ରମାଦେବୀ ବିଶ୍ଵବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ appeared first on .