କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବଙ୍କ ଗୋଟିଏ ପରିବାର ନିଶ୍ଚିହ୍ନ, ଦୁଇ ପିଲାଙ୍କ ସହ ଚାଲିଗଲା ଦମ୍ପତିଙ୍କ ଜୀବନ
ଓ୍ବାଶିଂଟନ,୧୪ା୨: କାଲିଫର୍ନିଆର ସାନ୍ ମେଟେଓରେ ଭାରତୀୟ ମୂଳ ପରିବାରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି। ଏଥିରେ ସ୍ବାମୀ-ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ନିରୀହ ସନ୍ତାନ ରହିଛନ୍ତି। ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ସନ୍ଦେହ କରୁଛି। ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ କହିଛି, ଦୁଇ ଯାଆଁଳା ଶିଶୁଙ୍କ ସମେତ ୪ ଜଣ ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ପରିବାର କାଲିଫର୍ନିଆର ସାନ ମେଟେଓରେ […] The post କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବଙ୍କ ଗୋଟିଏ ପରିବାର ନିଶ୍ଚିହ୍ନ, ଦୁଇ ପିଲାଙ୍କ ସହ ଚାଲିଗଲା ଦମ୍ପତିଙ୍କ ଜୀବନ appeared first on Dharitri Odia News.
ଓ୍ବାଶିଂଟନ,୧୪ା୨: କାଲିଫର୍ନିଆର ସାନ୍ ମେଟେଓରେ ଭାରତୀୟ ମୂଳ ପରିବାରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି। ଏଥିରେ ସ୍ବାମୀ-ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ନିରୀହ ସନ୍ତାନ ରହିଛନ୍ତି। ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ସନ୍ଦେହ କରୁଛି। ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ କହିଛି, ଦୁଇ ଯାଆଁଳା ଶିଶୁଙ୍କ ସମେତ ୪ ଜଣ ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ପରିବାର କାଲିଫର୍ନିଆର ସାନ ମେଟେଓରେ ଥିବା ସେମାନଙ୍କ ବାସଭବନ ଭିତରୁ ମୃତଦେହ ମିଳିଥିଲା।
ପୋଲିସ କହିଛି ଯେ, ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗୁଳି ଚଳାଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମୃତକମାନେ ହେଲେ ଆନନ୍ଦ ସୁଜିତ ହେନେରୀ (୪୨), ତାଙ୍କ ସ୍ତ୍ରୀ ଆଲିସ ପ୍ରିୟଙ୍କା (୪୦) ଏବଂ ସେମାନଙ୍କର ଯାଆଁଳା ଶିଶୁ ବୋଲି ଜଣାପଡ଼ିଛି।
The post କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବଙ୍କ ଗୋଟିଏ ପରିବାର ନିଶ୍ଚିହ୍ନ, ଦୁଇ ପିଲାଙ୍କ ସହ ଚାଲିଗଲା ଦମ୍ପତିଙ୍କ ଜୀବନ appeared first on Dharitri Odia News.