କାଳ ସାଜୁଛି ଘନ କୁହୁଡି: ଲୁଚିଯାଉଛି ରାସ୍ତାଘାଟ, ଦିଶୁନି ମୁହଁକୁ ମୁହଁ
କନକ ବ୍ୟୁରୋ: ରାତି ବଢିଲେ, କାୟା ମେଲାଉଛି କୁହୁଡି। ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ, ଅନ୍ଧକାର ହେବା କ୍ଷଣି ସବୁଠି ମାଡି ଆସୁଛି କୁହୁଡି। ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିବା ସହ ଅକାରଣରେ ଜୀବନ ନେଉଛି। ସକାଳ ପର୍ୟ୍ୟନ୍ତ ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖୁଥିବା କୁହୁଡି ମର୍ଣ୍ଣିଂ ୱାର୍କ କରୁଥିବା ଲୋକଙ୍କ ପାଇଁ ମାରାତ୍ମକ ପାଲଟିଛି। ଶୀତ କମିଛି, କୁହୁଡି ବଢିଛି। ଶୀତ ଯେତିକି କଲବଲ କରନଥିଲା କୁହୁଡି ତା ଠାରୁ ଅଧିକ ହଲପଟା କଲାଣି। ରାତି ବଢିଲେ, ଦୃଶ୍ୟମାନ ଦୂରତା କମୁଛି। ୫ ହାତ ଦୂରରେ କିଏ ଛିଡା ହୋଇଛି ଦିଶୁନି। ବିଳମ୍ବିତ ରାତିରୁ ଦିନ ୧୦ଟା ପର୍ୟ୍ୟନ୍ତ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ପରିବହନ, ଚାଷକାର୍ୟ୍ୟ ଏପରିକି ନିତିଦିନିଆ କାର୍ୟ୍ୟରେ ବାଧକ ସାଜିଛି ଘନକୁହୁଡି। ସଡକରେ ସିରିଜ ଦୁର୍ଘଟଣା ହେଉଛି। ଓଲଟି ପଡୁଛି ବଡ ବଡ ଗାଡି, ପଛକୁ ପଛକୁ ଧକ୍କା ଦେଉଛି କାର। ରାତିରେ ଚଳପ୍ରଚଳ କରୁଥିବା ଗାଡିଚାଳକଙ୍କ ପାଇଁ ଘାତକ ସାଜିଛି କୁହୁଡି। ଯାହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୩ ଦିନ ପର୍ୟ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,ପୁରୀ,ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼ ଏହି ସବୁ ଜିଲ୍ଲାରେ ଜାରି ରହିବ ଘନ କୁହୁଡି କେବଳ ଯାତାୟତରେ ନୁହେଁ ବରଂ ଘନ କୁହୁଡି ଚାଷୀଙ୍କୁ ନାକେଦମ କଲାଣି। କୁହୁଡି ସୂର୍ୟ୍ୟ କିରଣର ପ୍ରବେଶ

କନକ ବ୍ୟୁରୋ: ରାତି ବଢିଲେ, କାୟା ମେଲାଉଛି କୁହୁଡି। ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ, ଅନ୍ଧକାର ହେବା କ୍ଷଣି ସବୁଠି ମାଡି ଆସୁଛି କୁହୁଡି। ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିବା ସହ ଅକାରଣରେ ଜୀବନ ନେଉଛି। ସକାଳ ପର୍ୟ୍ୟନ୍ତ ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖୁଥିବା କୁହୁଡି ମର୍ଣ୍ଣିଂ ୱାର୍କ କରୁଥିବା ଲୋକଙ୍କ ପାଇଁ ମାରାତ୍ମକ ପାଲଟିଛି।
ଶୀତ କମିଛି, କୁହୁଡି ବଢିଛି। ଶୀତ ଯେତିକି କଲବଲ କରନଥିଲା କୁହୁଡି ତା ଠାରୁ ଅଧିକ ହଲପଟା କଲାଣି। ରାତି ବଢିଲେ, ଦୃଶ୍ୟମାନ ଦୂରତା କମୁଛି। ୫ ହାତ ଦୂରରେ କିଏ ଛିଡା ହୋଇଛି ଦିଶୁନି। ବିଳମ୍ବିତ ରାତିରୁ ଦିନ ୧୦ଟା ପର୍ୟ୍ୟନ୍ତ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ପରିବହନ, ଚାଷକାର୍ୟ୍ୟ ଏପରିକି ନିତିଦିନିଆ କାର୍ୟ୍ୟରେ ବାଧକ ସାଜିଛି ଘନକୁହୁଡି। ସଡକରେ ସିରିଜ ଦୁର୍ଘଟଣା ହେଉଛି। ଓଲଟି ପଡୁଛି ବଡ ବଡ ଗାଡି, ପଛକୁ ପଛକୁ ଧକ୍କା ଦେଉଛି କାର। ରାତିରେ ଚଳପ୍ରଚଳ କରୁଥିବା ଗାଡିଚାଳକଙ୍କ ପାଇଁ ଘାତକ ସାଜିଛି କୁହୁଡି। ଯାହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୩ ଦିନ ପର୍ୟ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,ପୁରୀ,ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼ ଏହି ସବୁ ଜିଲ୍ଲାରେ ଜାରି ରହିବ ଘନ କୁହୁଡି କେବଳ ଯାତାୟତରେ ନୁହେଁ ବରଂ ଘନ କୁହୁଡି ଚାଷୀଙ୍କୁ ନାକେଦମ କଲାଣି। କୁହୁଡି ସୂର୍ୟ୍ୟ କିରଣର ପ୍ରବେଶକୁ ରୋକିବା ହେତୁ ଫସଲରେ କୀଟ ଜନିତ ରୋଗ ବୃଦ୍ଧି ହେଉଛି। ଆମ୍ବ ବଉଳକୁ ପୋଡି ନଷ୍ଟ କରୁଛି ଘନ କୁହୁଡି। ଏଭଳି କୁହୁଡି ଜଳୀୟବାଷ୍ପ ଓ ସୂର୍ୟ୍ୟ ବିକିରଣକୁ କମାଇଥାଏ। ଏହା ବାୟୁବାହୀ ଜୀବାଣୁର ସଂଖ୍ୟାକୁ ବୃଦ୍ଧି କରେ। ଯାହା ଶ୍ବାସକ୍ରିୟା ସଂକ୍ରମଣ ଓ ମୂତ୍ରନଳୀ ସଂକ୍ରମଣ ପରି ରୋଗ ସୃଷ୍ଟି କରିପାରେ। କୁହୁଡି ସମୟରେ ପ୍ରଦୂଷଣ ବାୟୁମଣ୍ଡଳର ତଳ ଭାଗରେ ରୁହେ। ତେଣୁ ସକାଳ ସମୟରେ କୁହୁଡି ସଂସ୍ପର୍ଶରେ ଆସିବା ଶ୍ବାସ ଜନିତ ରୋଗ ସୃଷ୍ଟି କରିଥାଏ। ଯାହା ମର୍ଣ୍ଣିଂ ୱାର୍କ୍ ପାଇଁ ଖୁବ୍ ବିପଦଜନକ।
ଗତ ସପ୍ତାହେ ହେବ ରାଜରାସ୍ତାରେ ରାଜ କରୁଛି କୁହୁଡି। ତେଣୁ ରାତିରେ କିମ୍ବା ସକାଳୁ ଘରୁ ବାହାରୁଥିଲେ ସାବଧାନତା ଅବଲମ୍ବନ କରି ଗାଡି ଚଳାଇବାକୁ ପରାମର୍ଶ ଦେଇଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ।