କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି

ମଥୁରାନଗରୀ,୨୫।୧(ପ୍ରେମାନନ୍ଦ ଖମାରୀ): ଅଦିନିଆ ବର୍ଷା ଯୋଗୁ ବରଗଡ଼ ଜିଲା ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି। ଜିଲାର ବିଭିନ୍ନ ମଣ୍ଡିର ଖୋଲା ଆକାଶତଳେ ରହିଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ସୁଲସୁଲିଆ ଧାନ କ୍ରୟକେନ୍ଦ୍ରରେ ଚାଷୀଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ଦୀର୍ଘଦିନ ହେଲା ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଥିବା ସତ୍ତ୍ବେ ତାକୁ କ୍ରୟ କରାଯାଇ ନଥିବା ଯୋଗୁ ଅଦିନିଆଁ ବର୍ଷାରେ ମଣ୍ଡରେ ବିକ୍ରି ପାଇଁ ରହିଥବା ଧାନ […] The post କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି appeared first on Dharitri Odia News.

କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି

ମଥୁରାନଗରୀ,୨୫।୧(ପ୍ରେମାନନ୍ଦ ଖମାରୀ): ଅଦିନିଆ ବର୍ଷା ଯୋଗୁ ବରଗଡ଼ ଜିଲା ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି। ଜିଲାର ବିଭିନ୍ନ ମଣ୍ଡିର ଖୋଲା ଆକାଶତଳେ ରହିଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ସୁଲସୁଲିଆ ଧାନ କ୍ରୟକେନ୍ଦ୍ରରେ ଚାଷୀଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ଦୀର୍ଘଦିନ ହେଲା ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଥିବା ସତ୍ତ୍ବେ ତାକୁ କ୍ରୟ କରାଯାଇ ନଥିବା ଯୋଗୁ ଅଦିନିଆଁ ବର୍ଷାରେ ମଣ୍ଡରେ ବିକ୍ରି ପାଇଁ ରହିଥବା ଧାନ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତ୍ରି।

ସୁଲସୁଲିଆ ଗ୍ରାମର ଚାଷୀ ମିନିଷ୍ଟର ବାରିକ, କନ୍ଦର୍ପ ବେହେରା ଏବଂ ସଙ୍ଗୀତା ଭୁଏ ଚଳିତମାସ ପ୍ରଥମ ସପ୍ତାହରୁ ଗ୍ରାମର ଧାନ କ୍ରୟକେନ୍ଦ୍ରକୁ ମୋଟ୍‌ ୧୮୧ ପ୍ୟାକେଟ୍‌ ଧାନ ବିକ୍ରି ପାଇଁ ଆଣିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାହା ବିକ୍ରି ହୋଇ ନ ପାରିବା ଏବଂ ବର୍ଷାରେ ଭିଜି ଯାଇଥିବା ଯୋଗୁ ସମ୍ପୃକ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ମିନିଷ୍ଟର ବାରିକଙ୍କୁ ମିଳିଥିବା ଟୋକନରେ ତ୍ରୁଟି ରହିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ମାତ୍ର ୫. ୫୯ କୁଇଣ୍ଟାଲ ରହିଥିବା ସେ କହିଛନ୍ତି । ତେବେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିଯିବା ସତ୍ତ୍ବେ ଅବ୍ୟବସ୍ଥାରେ ସୁଧାର ଆସି ନଥିବା ଯୋଗୁ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁବାର ସୁଦ୍ଧା ସୁଲସୁଲିଆ ଧାନ କ୍ରୟକେନ୍ଦ୍ରରେ ବିକ୍ରି ଅପେକ୍ଷାରେ ରହିଥିବା ଧାନକୁ କ୍ରୟ କରା ନଗଲେ ସମ୍ପୃକ୍ତ ଚାଷୀମାନେ ସମସ୍ତ ଧାନକୁ ଆଣି ଭଟଲି ତହସିଲ ଅଫିସ ଆଗରେ ଗଦା କରିବେ ବୋଲି ଚେତାବନୀ ଦେଇଛନ୍ତି ।

The post କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି appeared first on Dharitri Odia News.