କାଳ ହେଲା ଦ୍ରୁତଗତି, କାର-ବସ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ
ଅଲ୍ଲାପ୍ପୁଝା ୦୩/୧୨: ବିଳମ୍ୱିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ଜୀବନ । ସମସ୍ତ ମୃତକମାନେ ୫ ଡାକ୍ତରୀ ଛାତ୍ର । ତେବେ ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି । କେରଳରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ସୂଚନାଥାଉକି, ସୋମବାର ବିଳମ୍ବିତ ରାତିରେ କେରଲର ଅଲପ୍ପୁଝା ସ୍ଥିତ କଲାରକୋଡ୍ରେ ଏକ କାର୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ କାର୍ରେ ଥିବା ୫ ଜଣ ଏମ୍ବିବିଏସ୍ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଛାତ୍ର ଗୁରୁତର ରୂପେ ଆହତ ହୋଇଛନ୍ତି।ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିଥିଲା। ଏହି ସମୟରେ ବସ୍ଟି ଦ୍ରୁତ ଗତିରେ ଆସି କାର୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କୁ ବାହାର କରିବା ପାଇଁ କାର୍କୁ କଟର୍ରେ କାଟିବାକୁ ପଡ଼ିଥିଲା । ସେପଟେ ମୃତକମାନେ ଅଲାପ୍ପୁଝାର ଟିଡି ମେଡିକାଲ କଲେଜର ଛାତ୍ର ଥିଲେ। ଏମାନେ ଏମ୍ବିବିଏସ୍ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲେ।ଦୁର୍ଘଟଣାରେ ବସ୍ରେ ଥିବା କିଛି ଯାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଥିବା ଦୁଇ ଜଣ ଛାତ୍ରଙ୍କୁ ବନ୍ଦନମ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭି
ଅଲ୍ଲାପ୍ପୁଝା ୦୩/୧୨: ବିଳମ୍ୱିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ଜୀବନ । ସମସ୍ତ ମୃତକମାନେ ୫ ଡାକ୍ତରୀ ଛାତ୍ର । ତେବେ ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି । କେରଳରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ।
ସୂଚନାଥାଉକି, ସୋମବାର ବିଳମ୍ବିତ ରାତିରେ କେରଲର ଅଲପ୍ପୁଝା ସ୍ଥିତ କଲାରକୋଡ୍ରେ ଏକ କାର୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ କାର୍ରେ ଥିବା ୫ ଜଣ ଏମ୍ବିବିଏସ୍ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଛାତ୍ର ଗୁରୁତର ରୂପେ ଆହତ ହୋଇଛନ୍ତି।
ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିଥିଲା। ଏହି ସମୟରେ ବସ୍ଟି ଦ୍ରୁତ ଗତିରେ ଆସି କାର୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କୁ ବାହାର କରିବା ପାଇଁ କାର୍କୁ କଟର୍ରେ କାଟିବାକୁ ପଡ଼ିଥିଲା । ସେପଟେ ମୃତକମାନେ ଅଲାପ୍ପୁଝାର ଟିଡି ମେଡିକାଲ କଲେଜର ଛାତ୍ର ଥିଲେ। ଏମାନେ ଏମ୍ବିବିଏସ୍ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲେ।
ଦୁର୍ଘଟଣାରେ ବସ୍ରେ ଥିବା କିଛି ଯାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଥିବା ଦୁଇ ଜଣ ଛାତ୍ରଙ୍କୁ ବନ୍ଦନମ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ମୃତକ କୋଝିକୋଡ, କନ୍ନୁର, ଚେରଥଲା ଓ ଲକ୍ଷାଦୀପର ବାସିନ୍ଦା ବୋଲି ଜଣାପଡିଛି। ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।