କାଳବୈଶାଖୀ ଅଘଟଣ: କାଖରେ ପଶି କାନ୍ଧପଟେ ବାହାରିଲା ଗ୍ରୀଲକଣ୍ଟା

ଭୁବନେଶ୍ୱର,୧୮।୪(ବ୍ୟୁରୋ): କାଳବୈଶାଖୀ ବେଳେ ନାବାଳକଙ୍କ ଶରୀରରେ ପଶିଗଲା ଗ୍ରୀଲ। ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ। ନାବାଳକ ଜଣଙ୍କ ହେଲେ ସୋହନ ଦିଗଲ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟଅ, ଶୁଖାଯାଇଥିବା ଲୁଗା ଆଣିବାକୁ ପାଚେରି ଡେଇଁ ଯାଉଥିବା ବେଳେ ଜଣେ ୧୩ ବର୍ଷିଆ ନାବାଳକଙ୍କ ଗୋଡ ଖସି ଯିବାରୁ ତାଙ୍କ କାଖ ପଟୁ ଏକ ଲୁହା ଗ୍ରୀଲ କଣ୍ଟା ପଶି କାନ୍ଧ ପଟେ ବାହାରି ଯାଇଥିଲା। ତାଙ୍କ […] The post କାଳବୈଶାଖୀ ଅଘଟଣ: କାଖରେ ପଶି କାନ୍ଧପଟେ ବାହାରିଲା ଗ୍ରୀଲକଣ୍ଟା appeared first on Dharitri Odia News.

କାଳବୈଶାଖୀ ଅଘଟଣ: କାଖରେ ପଶି କାନ୍ଧପଟେ ବାହାରିଲା ଗ୍ରୀଲକଣ୍ଟା

ଭୁବନେଶ୍ୱର,୧୮।୪(ବ୍ୟୁରୋ): କାଳବୈଶାଖୀ ବେଳେ ନାବାଳକଙ୍କ ଶରୀରରେ ପଶିଗଲା ଗ୍ରୀଲ। ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ। ନାବାଳକ ଜଣଙ୍କ ହେଲେ ସୋହନ ଦିଗଲ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟଅ, ଶୁଖାଯାଇଥିବା ଲୁଗା ଆଣିବାକୁ ପାଚେରି ଡେଇଁ ଯାଉଥିବା ବେଳେ ଜଣେ ୧୩ ବର୍ଷିଆ ନାବାଳକଙ୍କ ଗୋଡ ଖସି ଯିବାରୁ ତାଙ୍କ କାଖ ପଟୁ ଏକ ଲୁହା ଗ୍ରୀଲ କଣ୍ଟା ପଶି କାନ୍ଧ ପଟେ ବାହାରି ଯାଇଥିଲା। ତାଙ୍କ ଚିତ୍କାର ଶୁଣି କିଛି ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଥିଲେ।
ଖବର ପାଇ ସେକ୍ରେଟାରୀ ଫାୟାର ଟିମ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ଗ୍ରୀଲକୁ କାଟିଥିଲେ । ପରେ ଶରୀର ସହ ଗ୍ରୀଲ ଲାଗିଥିବା ଅବସ୍ଥାରେ ଆମ୍ବୁଲାନ୍ସ ସାହାଯ୍ୟରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ସ୍ବତନ୍ତ୍ର ଡାକ୍ତର ଟିମ ଅସ୍ତ୍ରପଚାର ଆରମ୍ଭ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ଏବେ ଆଇସିୟୁଇରେ ଅଛନ୍ତି।

The post କାଳବୈଶାଖୀ ଅଘଟଣ: କାଖରେ ପଶି କାନ୍ଧପଟେ ବାହାରିଲା ଗ୍ରୀଲକଣ୍ଟା appeared first on Dharitri Odia News.