ଲୋୟର ପିଏମଜିରେ ସିଆର୍‌ପି ସିଏମ୍‌ଙ୍କ ବିକ୍ଷୋଭ, ୫ ଦଫା ଦାବି ନେଇ ଏକାଠି ହେଲେ ହଜାର ହଜାର କର୍ମଚାରୀ

ଭୁବନେଶ୍ବର: ଇନସେନଟିଭ ନୁହେଁ ସ୍ଥାୟୀ ଦରମା ଦରକାର। ୬ ହଜାର ଶହେ ବଦଳରେ ଦିଆଯାଉ ୧୦ ହଜାର ଟଙ୍କାର ଦରମା । ଏଭଳି ୫ ଦଫା ଦାବି ନେଇ ଶୁକ୍ରବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ। ବିଭିନ୍ନ ଜିଲ୍ଲାର ହଜାର ହଜାର କର୍ମଚାରୀ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। ସେମାନଙ୍କ ଦାବି ଭିଆରଏଫ୍‌ କାମ ବାବଦକୁ ୫ ହଜାର ଟଙ୍କା, ଅନଲାଇନ୍ କାମ, ଫୋନ୍ ବିଲ ଏବଂ ଟିଏ. ଡିଏ ବାବଦକୁ ୩ ହଜାର ଟଙ୍କା ଆଦି ମୋଟ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ । ସେହିପରି ଅନଲାଇନ୍ କାର୍ଯ୍ୟ ପାଇଁ ଟାବଲେଟ ମେସିନ, ସିଆର୍‌ପି ସିଏମ୍‌ମାନଙ୍କୁ ପରିଚୟ ପତ୍ର ପ୍ରଦାନ ମଧ୍ୟ ଦାବି ରଖିଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ। ରାଜ୍ୟରେ ୬୦ ହଜାରରୁ ଉର୍ଦ୍ଧ୍ବ ସିଆରିପି ସିଏମ୍ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ, ଏବେ ନିଜ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଯଦି ସରକାର ଦାବି ନ ଶୁଣିବେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟରୁ ବିରତି ନେବୁ ବୋଲି ସଂଘ କହିଛି।

ଲୋୟର ପିଏମଜିରେ ସିଆର୍‌ପି ସିଏମ୍‌ଙ୍କ ବିକ୍ଷୋଭ, ୫ ଦଫା ଦାବି ନେଇ ଏକାଠି ହେଲେ ହଜାର ହଜାର କର୍ମଚାରୀ

ଭୁବନେଶ୍ବର: ଇନସେନଟିଭ ନୁହେଁ ସ୍ଥାୟୀ ଦରମା ଦରକାର। ୬ ହଜାର ଶହେ ବଦଳରେ ଦିଆଯାଉ ୧୦ ହଜାର ଟଙ୍କାର ଦରମା । ଏଭଳି ୫ ଦଫା ଦାବି ନେଇ ଶୁକ୍ରବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ। ବିଭିନ୍ନ ଜିଲ୍ଲାର ହଜାର ହଜାର କର୍ମଚାରୀ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। 

ସେମାନଙ୍କ ଦାବି ଭିଆରଏଫ୍‌ କାମ ବାବଦକୁ ୫ ହଜାର ଟଙ୍କା, ଅନଲାଇନ୍ କାମ, ଫୋନ୍ ବିଲ ଏବଂ ଟିଏ. ଡିଏ ବାବଦକୁ ୩ ହଜାର ଟଙ୍କା ଆଦି ମୋଟ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ । ସେହିପରି ଅନଲାଇନ୍ କାର୍ଯ୍ୟ ପାଇଁ ଟାବଲେଟ ମେସିନ, ସିଆର୍‌ପି ସିଏମ୍‌ମାନଙ୍କୁ ପରିଚୟ ପତ୍ର ପ୍ରଦାନ ମଧ୍ୟ ଦାବି ରଖିଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ। 

ରାଜ୍ୟରେ ୬୦ ହଜାରରୁ ଉର୍ଦ୍ଧ୍ବ ସିଆରିପି ସିଏମ୍ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ, ଏବେ ନିଜ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଯଦି ସରକାର ଦାବି ନ ଶୁଣିବେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟରୁ ବିରତି ନେବୁ ବୋଲି ସଂଘ କହିଛି।